ଘରେ ଆପଣ କେତେ ନଗଦ ଟଙ୍କା ଓ ସୁନା ରଖିପାରିବେ ?

Above Post Content

କିଛି ଦିନ ହେବ ଇଡି ବେସ ଚର୍ଚ୍ଚାରେ ଅଛି । ଚର୍ଚ୍ଚା ପଛରେ ଅଛି ପାର୍ଥ ଚାଟାର୍ଜୀ ଓ ତାଙ୍କ ବାନ୍ଧବୀ ଅର୍ପିତାଙ୍କ ଘରୁ ଜବତ ଟଙ୍କା । ଅର୍ପିତାଙ୍କ ଘରୁ ନଗଦ ୫୦କୋଟି ଟଙ୍କା ଓ ୬ କିଲୋ ସୁନା ଜବତ ହୋଇଛି । ଏହି ସବୁ ଟଙ୍କା ଓ ସୁନା ପାର୍ଥଙ୍କର ବୋଲି ଅର୍ପିତା କହୁଛନ୍ତି । ସେହିଭଳି ପଶ୍ଚିମବଙ୍ଗ ପୋଲିସ ୩ ଜଣ କଂଗ୍ରେସ ବିଧାୟକଙ୍କୁ ନଗଦ ୪୯ ଲକ୍ଷ ୮୦ ହଜାର ଟଙ୍କା ସହିତ ଗିରଫ କରିଥିଲା । ଏହାପରେ ଆସିଥିଲେ ସଂଜୟ ରାଉତ ଶିବସେନାର ଏହି ନେତାଙ୍କଘରୁ ୧୧ ଲକ୍ଷ ଟଙ୍କା ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି । ଏସବୁ ଖବର ଭିତରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଆମେ ନିଜ ଘରେ ନଗଦ କେତେ ଟଙ୍କା ଓ ସୁନା ରଖି ପାରିବା ? ଆସନ୍ତୁ ଜାଣିବା ଏହାର ଉତ୍ତର..

କେତେ ଟଙ୍କା ରଖି ପାରିବେ ?

After 2nd paragraph post ads

ଜଣେ ସାଧାରଣ ନାଗରିକ ଯେତେ ଚାହିଁଲେ ସେତ ଟଙ୍କା ନିଜ ଘରେ ରଖି ପାରିବେ । କିନ୍ତୁ ସବୁ ଟଙ୍କାର ଆୟ ସ୍ରୋତର ଦସ୍ତାବିଜ ରହିବା ଆବଶ୍ୟକ । ଯଦି ଆପଣଙ୍କ ଘରେ ୫ କୋଟି ଟଙ୍କା ଅଛି ତେବେ ଯାଂଚ ବେଳେ ଆପଣଙ୍କୁ କେଉଁଠାରୁ ଏହି ଟଙ୍କା ଆସିଲା ତା’ର ସୂଚନା ପ୍ରମାଣ ସହିତ ଦେବାକୁ ପଡିବ । ତଦନ୍ତ ବେଳେ ଯଦି ଆପଣ ଏହି ଟଙ୍କା କେଉଁଠାରୁ ଆସିଲା ତାହା ଦେଖାଇ ପାରିଲେ ନାହିଁ ତେବେ ଆପଣଙ୍କୁ ଜବତ ଟଙ୍କାର ୧୩୭ ପ୍ରତିଶତ ଜରିମାନା ଭାବେ ଦେବାକୁ ପଡିବ । ଏହା ସହିତ ସେଣ୍ଟ୍ରାଲ ବୋର୍ଡ୍ ଅଫ୍ ଡାଇରେକ୍ଟ ଟେକ୍ସେସ ଅନୁସାରେ ଜଣେ ବ୍ୟକ୍ତି ବାର୍ଷିକ ୨୦ ଲକ୍ଷରୁ ଅଧିକ ଟଙ୍କାର ନଗଦ ଦେଣ ନେଣ କରିପାରିବେ ନାହିଁ ।

ଘରେ କେତେ ସୁନା ରଖି ପାରିବେ ?

Middle post content

ଟଙ୍କା ଭଳି ଆପଣ ଘରେ ଯେତେ ସୁନା ଚାହିଁବେ ରଖି ପାରିବେ । କିନ୍ତୁ ଏହି ସୁନାର ପ୍ରମାଣ ଅର୍ଥାତ କେଉଁଠୁ କିଣା ହୋଇଛି ଆଦିର ପ୍ରମାଣ ଦେବାକୁ ପଡିବ । ପ୍ରଥମତଃ ଆପଣ ସୁନା କିଣିଥିଲେ ତା’ର ଦସ୍ତାବିଜ ଦେଖାଇବାକୁ ପଡିବ । ଦ୍ୱିତୀୟରେ ପରିବାର ତରଫରୁ ଯଦି ସୁନା ମିଳିଥିଲ ତେବେ ଫ୍ୟାମିଲି ସେଟେଲମେଣ୍ଟ୍ ସହିତ ଜଡ଼ିତ କାଗଜପତ୍ର ଦେଖାଇବାକୁ ପଡ଼ିବ । ତୃତୀୟରେ ଯଦି ଆପଣଙ୍କୁ ସୁନା ଉପହାର ଭାବେ ମିଳିଛି ତେବେ ତାହାର ମଧ୍ୟ ପ୍ରମାଣ ବା ଗିଫ୍ଟ ଡିଡ୍ ଦେଖାଇବାକୁ ପଡି଼ବ

ବିନା ପ୍ରମାଣରେ ଘରେ ସୁନା ରଖା ଯାଇ ପାରିବ କି ?

ଭାରତୀୟ ସମାଜରେ ବିବାହ-ବ୍ରତ ଆଦିରେ ସୁନା କିଣିବା ଓ ଉପହାର ଦେବାର ପରମ୍ପରା ରହିଛି । ଏଥିପାଇଁ ଭାରତ ସରକାର କିଛି ରିହାତି ପ୍ରଦାନ କରିଛନ୍ତି ।ଏହି ଛାଡ଼ ଅନୁସାରେ ଆପଣ ଘରେ ନିର୍ଦ୍ଦିଷ୍ଟ ମାତ୍ରାରେ ସୁନା ବିନା କାଗଜପତ୍ରରେ ରଖି ପାରିବେ । ଆସନ୍ତୁ ଜାଣିବା ବିନା କାଗଜପତ୍ରରେ ଆପଣ ଘରେ କେତେ ସୁନା ରଖି ପାରିବେ ?

  • ବିବାହିତ ମହିଳା ୫ଶହ ଗ୍ରାମ ପର୍ଯ୍ୟନ୍ତ ସୁନା ଘରେ ରଖି ପାରିବେ
  • ଅବିବାହିତ ମହିଳା ୨୫୦ ଗ୍ରାମ ସୁନା ରଖି ପାରିବେ
  • ବିବାହିତ ପୁରୁଷ ୧ଶହ ଗ୍ରାମ ସୁନା ଘରେ ରଖି ପାରିବେ
  • ଅବିବାହିତ ପୁରୁଷ ଏକ ଶହ ଗ୍ରାମ ସୁନା ରଖି ପାରିବେ ।
  • ସୁନା ରଖିବାରେ ଭାରତୀୟ ମହିଳା ପ୍ରଥମ

ଏବେ ଗୋଟିଏ ରୋଚକ ତଥ୍ୟ ବାବଦରେ ଜାଣନ୍ତୁ । ବିଶ୍ୱର ମୋଟ ସୁନାର ୧୧ ପ୍ରତିଶତ ଭାରତୀୟ ମହିଳାଙ୍କ ପାଖରେ ରହିଛି ଭାରତୀୟ ମହିଳାଙ୍କ ପାଖରେ ୨୧ ହଜାର ୭୩୩ ଟନ୍ ସୁନା ଥିବା ବେଳେ ଆମେରିକାର ମହିଳାଙ୍କ ପାଖରେ ୮ ହଜାର ୧୩୩ ଟନ ସୁନା ରହିଛି । ଅନ୍ୟପକ୍ଷରେ ଜର୍ମାନୀର ମହିଳାଙ୍କ ପାଖରେ ୩୧୩୬ ଟନ୍ ସୁନା ରହିଛି । ଚୀନ୍ ଏହି ମାମଲାରେ ଭାରତଠାରୁ ଢେର ପଛରେ ଅଛି । ଚୀନର ମହିଳାଙ୍କ ପାଖରେ ୧୯୪୮ ଟନ୍ ସୁନା ରହିଛି । ଆମେରିକା,ଜର୍ମାନୀ,ଇଟାଲି,ଫାନ୍ସ,,ଚୀନ ଓ ସୁଇଜରଲାଣ୍ଡର ମହିଳାଙ୍କ ସବୁ ସୁନା ମିଶାଇଲେ ହିଁ ଏହା ଭାରତୀୟ ମହିଳାଙ୍କ ପାଖରେ ଗଛିତ ସୁନାଠାରୁ ଅଧିକ ହେବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami