ପୁଟିନଙ୍କ ବିରୋଧରେ ବନ୍ଧୁଙ୍କ ବିଦ୍ରୋହ,ମସ୍କୋ ଅଭିମୁଖେ ୱାଗନର ଆର୍ମି

Above Post Content

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅତିନିକଟତମ ବ୍ଯକ୍ତି ତଥା ପ୍ରାଇଭେଟ୍ ଆର୍ମି ୱାଗନାର ଗ୍ରୁପର ମାଲିକ ୟେବଗିନି ପ୍ରିଭୋଝିନ୍ ବିଦ୍ରୋହ ଘୋଷଣା କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ଋଷ ସେନାକୁ ସାହାଯ୍ଯ କରୁଥିବା ୱାଗନର ଗ୍ରୁପର ଅଚାନକ ବିଦ୍ରୋହ ସମସ୍ତଙ୍କୁ ଚକିତ କରିଥିବା ବେଳେ ଋଷରେ ଗୃହଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି। ୱାଗନର ଗ୍ରୁପ ରେସ୍ତୋଭ ସହରରେ ଥିବା ଋଷର ଆଞ୍ଚଳିକ ସେନା ମୁଖ୍ଯାଳୟ ଉପରେ କବଜା କରିଥିବା ପାଶ୍ଚାତ୍ଯ ମିଡିଆ ଦାବି କରିଛିପ୍ରିଗୋଝିନ୍ ଋଷ ସୈନିକଙ୍କ ଉପରେ ଆକ୍ରମଣର ଧମକ ଦେଇଛି। ପ୍ରିଗୋଝିନ୍ କହିଛନ୍ତି ଯେ, ତାଙ୍କର 25 ହଜାର ସୈନିକ ମରିବା କିମ୍ବା ମାରିବା ପାଇଁ ପ୍ରସ୍ତୁତ ଅଛନ୍ତିBNO ନ୍ୟୁଜ୍ ଅନୁସାରେ ପିଗ୍ରୋଝିନ୍ କହିଛନ୍ତି ଯେ, ଆମ ପାଖରେ ଏକ ଲକ୍ଷ୍ଯ ରହିଛି। ଯେଉଁଥିପାଇଁ ଆମେ ମରିବାକୁ ଓ ମାରିବାକୁ ପ୍ରସ୍ତୁତ ଅଛୁ। କାରଣ ଆମେ ଆମ ମାତୃଭୂମି ପାଇଁ ମରିବୁଆମେ ଋଷୀୟଙ୍କ ପାଇଁ ମରୁଛୁ,ଯେଉଁମାନଙ୍କୁ ସେହି ଲୋକଙ୍କଠାରୁ ମୁକ୍ତ କରିବା ଆବଶ୍ୟକ ଯେଉଁମାନେ ନାଗରିକଙ୍କ ହତ୍ଯା କରୁଛନ୍ତି।

ଋଷୀୟ ମିଡିଆ ଅନୁସାରେ ୱାଗନର ସେନା ସେନା ମୁଖ୍ଯାଳୟ,ସହର ପ୍ରଶାସନ ଭବନ,ଋଷ ଗୁଇନ୍ଦା ଏଜେନ୍ସି ଏଫଏସବିର କାର୍ଯ୍ଯାଳୟକୁ ଘେରି ରଖିଛି। ସ୍ଥାନୀୟ ମିଡିଆ ଅନୁସାରେ ୱାଗନର ଗ୍ରୁପ ସହିତ ବିଦ୍ରୋହୀ ଋଷୀୟ ସୈନିକ ମଧ୍ଯ ଯୋଗ ଦେଇଛନ୍ତି। ଏଣେ ମସ୍କୋର ଦକ୍ଷୀଣରେ ଥିବା ଲିପେତ୍ସକ ଅଂଚଳର ରାଜ୍ୟପାଳ ଇଗୋର ଆର୍ଟାମୋନୋଭ ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି।

After 2nd paragraph post ads

ମସ୍କୋ ରାସ୍ତାରେ ବିଦ୍ରୋହୀ

ବିଦ୍ରୋହୀ ମସ୍କୋ ଅଭିମୁଖେ ଅଗ୍ରସର ହେଉଥିବା ସୂଚନା ମିଳୁଛି ମସ୍କୋ ଆଡକୁ ଅଗ୍ରସର ହେଉଥିବା ବିଦ୍ରୋହୀଙ୍କ ଉପରେ ଋଷ ବାୟୁସେନା ରକେଟ୍ ମାଡ କରିଥିବା ଜଣାପଡ଼ିଛି। ତେବେ ଏହି ଖବର କେତେ ସତ ସେବାବଦରେ କୌଣସି ତଥ୍ଯ ମିଳିନାହିଁ। ସୂଚନାଯୋଗ୍ଯ ଯେ, ୱାଗନର ପ୍ରାଇଭେଟ୍ ଆର୍ମି ଋଷ ସେନାକୁ ସାହାଯ୍ୟ କରିଥାଏପିଗ୍ରୋଝିନ୍ ରାଷ୍ଟ୍ରପତି ପୁଟିନଙ୍କ ନିକଟତର ବୋଲି ଜଣାଶୁଣା। 2008ର ଜର୍ଜିଆ ବିରୋଧରେ 8 ଦିନିଆ ଯୁଦ୍ଧରେ ମଧ୍ଯ ଏହି ପ୍ରାଇଭେଟ୍ ଆର୍ମିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

Middle post content

ଭଡ଼ାଟିଆ ସୈନିକଙ୍କୁ ନେଇ ସାମ୍ରାଜ୍ଯ

ପିଗ୍ରୋଝିନ୍ ଭଡ଼ାଟିଆ ସୈନିକଙ୍କୁ ନେଇ ନିଜ ପ୍ରାଇଭେଟ୍ ଆର୍ମି ତିଆରି କରିଛିଆମେରିକା ଅନୁସାରେ ପିଗ୍ରୋଝିନର ପ୍ରାଇଭେଟ୍ ଆର୍ମିରେ 50 ହଜାରରୁ ଅଧିକ ସୈନିକ ଅଛନ୍ତି। ଏମାନଙ୍କ ମଧ୍ଯରୁ 80 ପ୍ରତିଶତ ଅପରାଧୀ ବୋଲି ଦାବି କରାଯାଏ। ବାକି ସେନାରୁ ଅବସର ନେଇଥିବା ସୈନିକ। ଋଷ ବାହାରେ ଋଷ ଓ ପୁଟିନଙ୍କ ପ୍ରଭାବ ବିସ୍ତାର ଥିଲା ୱାଗନରର ମୁଖ୍ୟ କାମ। ଏହା 2016ର ସିରିଆ ଗୃହଯୁଦ୍ଧରେ ମଧ୍ଯ ସାମିଲ ଥିଲା। ସୁଦାନରେ ଏବେ ମଧ୍ଯ ୱାଗନର ସକ୍ରୀୟ ଅଛି। ସୁଦାନର ସୁନା ଖଣି ଉପରେ କବଜା ବଦଳରେ ଏହା ବିଦ୍ରୋହୀଙ୍କୁ କ୍ଷମତା ଦଖଲରେ ସହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛି। ମାଲିର ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଏକ ହଜାର ୱାଗନର ଯୋଦ୍ଧା ମୁତ୍ତୟନ ଅଛନ୍ତି। ଏଥିପାଇଁ ମାସିକ 10 ଲକ୍ଷ ଡଲାର ନେଉଛି ୱାଗନାର। ମାଲି ରାଷ୍ଟ୍ରପତି ୱାଗନର ସାହାଯ୍ୟରେ କ୍ଷମତାକୁ ଆସିଛନ୍ତି।

ଅପରାଧିରୁ ପ୍ରାଇଭେଟ୍ ଆର୍ମିର ମାଲିକ

ପିଗ୍ରୋଝିନ୍ ବିଭିନ୍ନ ଅପରାଧ ପାଇଁ ସୋଭିଏତ ଋଷର ପତନ ପରେ 10 ବର୍ଷ ଜେଲରେ ଥିଲେ। ଜେଲରୁ ମୁକୁଳିବା ପରେ ସେ ଗୋଟିଏ ଫୁଡ୍ ଷ୍ଟଲ ଖୋଲିଥିଲେ। ଏହା ପରେ ରେସ୍ତୋଁରା ମାଲିକ ହୋଇଥିଲେପୁଟିନ୍ ଓ ପିଗ୍ରୋଝିନ୍ ଉଭୟଙ୍କ ଗୃହ ସହର ହେଉଛି ସେଣ୍ଟ୍ ପିଟର୍ସବର୍ଗ,ଯାହା ଆଗରୁ ଲେନିନ୍ ଗ୍ରାଡ୍ ନାମରେ ପରିଚିତ ଥିଲା। ପୁଟିନଙ୍କ ସହିତ ସମ୍ପର୍କ ହେବା ସହିତ ପିଗ୍ରୋଝିନଙ୍କ ଗ୍ରାଫ୍ ବଢିଥିଲା। ସେ ଏକ ପ୍ରାଇଭେଟ୍ ଆର୍ମି ଗଠନ କରିଥିଲେ। ତେବେ ୟୁକ୍ରେନ ଯୁଦ୍ଧରେ ମତଭେଦ କାରଣରୁ ଏବେ ପିଗ୍ରୋଝିନ୍ ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା କୁହାଯାଉଛି।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami