ଋଷର ଏହି ବ୍ୟବସାୟୀଙ୍କ ପାଇଁ ବଢିଯାଇଛି ଗ୍ଲୋବାଲ ୱାର୍ମିଂ, ଅଦିନିଆ ବର୍ଷା ଓ ଭୀଷଣ ଗରମ ପାଇଁ ଇଏ ଦାୟି

Above Post Content

ଦୁନିଆର ଅନେକ ଦେଶଙ୍କ ଭଳି ଭାରତ ମଧ୍ୟ ଏବେ ଅସହ୍ୟ ଉତ୍ତାପ ଦ୍ୱାରା ପ୍ରଭାବିତ । ଗ୍ଲୋବାଲ ୱାର୍ମିଂ ବିପଦ ଉପରେ ଜାରି କ୍ଲାଇମେଟ୍ ଟ୍ରେଣ୍ଡସର ରିପୋର୍ଟ ଅନୁସାରେ ଶୀଘ୍ର ଏହାକୁ ନେଇ ଯଦି କୌଣସି ପଦକ୍ଷେପ ନେବାରେ ବିଶ୍ୱ ନେତୃତ୍ୱ ବିଫଳ ହୁଏ ତେବେ ଏଥିପାଇଁ ପୃଥିବୀରେ ପ୍ରଳୟ ଆସିପାରେ । ବଢୁଥିବା ତାପମାତ୍ରା ପାଇଁ ଜଳ ପ୍ରଳୟଠାରୁ ଦୁର୍ଭିକ୍ଷ ଆସିବ । ଅନେକ ଦେଶ ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ତାପନକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ମଧ୍ୟ ନେଲେଣି । ବିଶ୍ୱ ତାପମାତ୍ରା ବୃଦ୍ଧିରେ ଯଦି ଧନି ଦେଶଙ୍କ ବଡ଼ ଭୁମିକା ରହିଛି ତେବେ ଏଥିପାଇଁ ଧନୀ ଦେଶଗୁଡିକର କୋଟିପତି ମଧ୍ୟ ଦାୟୀ । ଧନିକଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳି ପାଇଁ ବିଶ୍ୱର ତାମାତ୍ରା ବୃଦ୍ଧି ପାଉଛି । କିଛି ଧନିକଙ୍କ ପାଇଁ ପୁରା ଦୁନିଆର ଅସ୍ଥିତ୍ୱ ବିପଦରେ ପଡିଛି । ଏହିଭଳି ଜଣେ ଧନିକ ହେଉଛନ୍ତି ଋଷର ଶିଳ୍ପପତି ରୋମାନ ଆବ୍ରୋମୋଭିଚ୍ ।

1) କାର୍ବନ ଫୁଟପ୍ରିଣ୍ଟ୍ କ’ଣ ?

After 2nd paragraph post ads

ବିଶ୍ୱର କେଉଁ ଧନୀକଙ୍କ ପାଇଁ ତାପମାତ୍ରା ବୃଦ୍ଧି ପାଇଛି ତାହା ଜାଣିବା ପୂର୍ବରୁ ଆସନ୍ତୁ ବୁଝିନେବା କାର୍ବନ ଫୁଟପ୍ରିଣ୍ଟ୍ କ’ଣ । କୌଣସି ବ୍ୟକ୍ତି, ସଂସ୍ଥା କିମ୍ବା ବସ୍ତୁ ପରିବେଷ ପାଇଁ ବିପଜ୍ଜନକ ଯେତିକି ଗ୍ରୀନ ହାଉସ ଗ୍ୟାସ୍ ସୃଷ୍ଟି କରିଥାଏ ତାକୁ କାର୍ବନ୍ ଫୁଟପ୍ରିଣ୍ଟ୍ କୁହାଯାଏ । ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ପାଇଁ ଗ୍ରୀନ ହାଉସ୍ ଗ୍ୟାସକୁ ଦାୟି କରାଯାଇଥାଏ ।

2) ପ୍ରଦୁଷଣ ବଢାଇବାରେ ଆପଣଙ୍କ ଯୋଗଦାନ କେତେ ?

ଆପଣଙ୍କ କାର୍ବନ ଫୁଟ ପ୍ରିଣ୍ଟିଂ ଏହା କହିଥାଏ ଯେ, ପରିବେଶ ଉପରେ ଆପଣଙ୍କ ଜୀବନଶୈଳୀ କେଉଁଭଳି ଓ କେତେ ପ୍ରଭାବ ପକାଉଛି । ଉଦାହରଣ ସ୍ୱରୁପ ଯଦି ଆପଣ ଅଫିସ ଯିବାକୁ ନିଜ ଗାଡି ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ କାର୍ବନ ଫୁଟପ୍ରିଣ୍ଟି ସେହି ବ୍ୟକ୍ତି ତୁଳନାରେ ଢେର ଅଧିକ ଯିଏ ଅଫିସ ସାଇକେଲରେ ଯିବା ଆସିବା କରନ୍ତି ।

3) କେମିତି ମପାଯାଏ କାର୍ବନ ଫୁଟ୍ ପ୍ରିଣ୍ଟ୍ ?

Middle post content

ଆପଣଙ୍କ ଖାଇବା ପିଇବା ଅଭ୍ୟାସଠାରୁ ଦୈନନ୍ଦିନ ଜୀବନରେ ଆପଣ କେଉଁ ସବୁ ବସ୍ତୁ ବ୍ୟବହାର କରିଥାନ୍ତି ତାହାକୁ ନେଇ କାର୍ବନ ଫୁଟ୍ ପ୍ରିଣ୍ଟ୍ ହିସାବ କରାଯାଇଥାଏ । CO2e ହେଉଛି କାର୍ବନ ଫୁଟ୍ ପ୍ରିଣ୍ଟ୍ ମାପିବାର ବିଧି । ଅର୍ଥାତ ଆପଣଙ୍କ କାର୍ବନ ଉତ୍ସର୍ଜନ କେତେ କାର୍ବନ ଡାୟକସାଇଡ୍ ସହ ସମାନ ।

4) ଯେତେ ବିଳାଶପୂର୍ଣ୍ଣ ଜୀବନ, ସେତେ ଅଧିକ ପ୍ରଦୁଷଣ

ଅଧିକାଂଶ ଧନୀକଙ୍କ ଜୀବନଶୈଳୀ ବେସ ଆରାମଦାୟକ ହୋଇଥାଏ । ଜୀବନକୁ ଆରାମଦାୟକ କରିବାକୁ ସେମାନେ ଅଧିକରୁ ଅଧିକ ମେସିନର ସାହାଯ୍ୟ ନେଇଥାନ୍ତି । ଅଧିକ ମେସିନର ବ୍ୟବହାରର ଅର୍ଥ ହେଉଛି ଅଧିକ କାର୍ବନ ଫୁଟ୍ ପ୍ରିଣ୍ଟ୍ । କେଉଁ ବଡ ବ୍ୟବସାୟୀ ଅଧିକ ପ୍ରଦୁଷଣ ସୃଷ୍ଟି କରୁଛନ୍ତି ତାକୁ ନେଇ ଅନେକ ଅଧ୍ୟୟନ ହୋଇଛି । ଏହିଭଳି ଗୋଟିଏ ଅଧ୍ୟୟନରୁ ଜଣା ପଡିଛି ଯେ, ଋଷର ବ୍ୟବସାୟୀ ରୋମାନ ବିଶ୍ୱର ସବୁଠୁ ଅଧିକ ପ୍ରଦୁଷଣକାରୀ ।

5) ଋଷ ବ୍ୟବସାୟୀ ତାଲିକାରେ ଏକ ନମ୍ବର

ଦୁନିଆରେ ସବୁଠାରୁ ଅଧିକ ପ୍ରଦୁଷଣ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ରୋମାନ ଆବ୍ରାମୋଭିଚଙ୍କ ନାମ ରହିଛି । ଋଷର ଏହି ବ୍ୟବସାୟୀ ଇସ୍ରାଏଲରେ ରୁହନ୍ତି କିନ୍ତୁ ତାଙ୍କ ବ୍ୟବସାୟ ଋଷରେ ଅଛି । ସେ ପେଟ୍ରୋଲିୟମ ଓ ଗ୍ୟାସ ବ୍ୟବସାୟରୁ କୋଟିପତି ହୋଇଛନ୍ତି । ଏହି ଦୁଇ ବ୍ୟବସାୟ ହେଉଛନ୍ତି ସବୁଠାରୁ ଅଧିକ ପ୍ରଦୁଷଣ ସୃଷ୍ଟିକାରୀ ବ୍ୟବସାୟ ।

6) ରୋମାନଙ୍କ ଆରାମ, ପୃଥିବୀ ପାଇଁ କାଳ

ରୋମାନ କେବଳ ନିଜ ବ୍ୟବସାୟ ଦ୍ୱାରା ପରିବେଷ ଦୂଷିତ କରୁନାହାନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନଶୈଳି ମଧ୍ୟ ପରିବେଶକୁ ଦୁଷିତ କରୁଛି । ବ୍ୟକ୍ତିଭାବେ ରୋମାନଙ୍କ କାର୍ବନ ଫୁଟପ୍ରିଣ୍ଟ ସବୁଠୁ ଅଧିକଦି ପ୍ରିଣ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୁନିଆର ଅନେକ ଦେଶରେ ତାଙ୍କର ଘର ସହିତ ଗଲ୍ଫ କ୍ଲବ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami