ଦୁନିଆକୁ ଭାରତର ଉପହାର, USB, ଅପଟିକ୍ ଫାଇବର ଭଳି 8 ଆବିଷ୍କାର

458

1) ଶୂନ୍ୟ

ଶୁନ ବା ଜିରୋ ହେଉଛି ଭାରତର ଦୁନିଆକୁ ସବୁଠାରୁ ବଡ ଅବଦାନ । ଶୁନ ଯଦି ଆବିଷ୍କାର ହୋଇନଥାନ୍ତା ତେବେ ଆପଣଙ୍କ କାଲକ୍ୟୁଲେଟର ମଧ୍ୟ ହିସାବ କରି ପାରିନଥାନ୍ତା । ସୁପରକମ୍ପ୍ୟୁଟର ଶୂନ୍ୟ ବିନା ଅସମ୍ଭବ କଳ୍ପନା ହୋଇଥାନ୍ତା । ସପ୍ତସ ଶତାବ୍ଦୀରେ ଭାରତୀୟ ଜ୍ୟୋର୍ତିବିଦ୍ ବ୍ରହ୍ମଗୁପ୍ତ ଏହାର ଆବିଷ୍କାର କରିଥିଲେ । ପରେ ଆରବ ଦେଇ ଏହା ୟୁରୋପରେ ପହଂଚିଥିଲା । ମଧ୍ୟଯୁଗ ପର୍ଯ୍ୟନ୍ତ ୟୁରୋପରେ ଲାଟିନ ଅକ୍ଷରକୁ ସଂଖ୍ୟା ପାଇଁ ବ୍ୟବହାର ହେଉଥିଲା । କିନ୍ତୁ ଶୂନ ୟୁରୋପରେ ପହଂଚିବା ପରେ ସଂଖ୍ୟାକୁ ଲେଖିବା ସହଜ ହୋଇଥିଲା । ଏହାଦ୍ୱାର ଅଙ୍କର ଗୁଣନ ଓ ହରଣ ସହଜ ହୋଇଥିଲା । ଶୁନକୁ ମିଶାଇବା, ଫେଡିବା, ଗୁଣନ କରିବାରେ ବ୍ୟବହାର କରାଯାଇଥାଏ । ଭାରତୀୟ ଦର୍ଶନ ଶାସ୍ତ୍ରରେ ମଧ୍ୟ ଶୁନ୍ୟର ମହତ୍ୱ ରହିଛି । ଶୂନ୍ୟ ମାନେ କିଛି ନରହିବା ଅର୍ଥାତ ନିର୍ବାଣ

2) ଯୋଗ

ଶରିର ଓ ମନକୁ ସୁସ୍ଥ ରଖିବାର ବୈଦିକ ଉପାୟ ହେଉଛି ଯୋଗ । ଏବେ ଯୋଗ ଭାରତୀୟ ସୀମା ସରହଦ ଟପି ବିଦେଶରେ ମଧ୍ୟ ଲୋକପ୍ରିୟ ହୋଇ ପାରିଛି । ଯୋଗର ଉତ୍ପତି ଭାରତରେ । ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମରେ ଯୋଗକୁ ମହତ୍ୱ ଦିଆଯାଇଛି । ସ୍ୱାମୀ ବିବେକାନନ୍ଦ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହିତ ଯୋଗର ପରିଚୟ କରାଇଥିଲେ ।

3) ସାମ୍ପୁ

ବିଶ୍ୱକୁ ଭାରତର ଆଉ ଗୋଟିଏ ଦାନ ହେଉଛି ସାମ୍ପୁ । ବଜାରରେ ବିଦେଶୀ ସାମ୍ପୁର ଗହଳି ଭିତରେ ମନେ ରଖନ୍ତୁ ଏହା ଭାରତରୁ ବାହାରକୁ ଯାଇଥିଲା । ପଂଚଦଶ ଶତାବ୍ଦୀ ବେଳକୁ ଭାରତରେ ଅଂଳା, ପ୍ରାକୃତିକ ତୈଳ ଓ ଅନ୍ୟ ଜଡିବୁଟି ବ୍ୟବହାର କରି ସାମ୍ପୁ ତିଆରି ହେଉଥିଲା । ଯାହା ହିନ୍ଦୁସ୍ତାନୀ ଭାଷାରେ (ହିନ୍ଦି ଭାଷାର ପୂର୍ବଜ) ଚମ୍ପି କୁହାଯାଉଥିଲା । ଏହି ଚମ୍ପିର ଟେକନିକ୍ ବିଦେଶରେ ପହଂଚି ସାମ୍ପୁ ହୋଇଯାଇଥିଲା । ବ୍ରିଟିଶ ଏହି ଟେକନିକକୁ ପ୍ରଥମେ ଇଂଲଣ୍ଡ ନେଇଥିଲେ । ସେଠାରୁ ଏହା ୟୁରୋପର ବାକି ଦେଶକୁ ବ୍ୟାପିଥିଲା ।

4) ବୋତାମ

ସାର୍ଟରେ ବୋତାମ ଲଗାଇବା ବେଳେ କେବେ ଭାବିଛନ୍ତି ଏହାକୁ କିଏ ତିଆରି କରିଥିଲା ? ଯଦି ଜାଣି ନାହାନ୍ତି ତେବେ ଆଜି ଜାଣି ନିଅନ୍ତୁ । ବୋତାମକୁ ଆପଣଙ୍କ ପୂର୍ବଜ ଆବିଷ୍କାର କରିଥିଲେ । ପ୍ରାୟ 5 ହଜାର ବର୍ଷ ତଳେ ସିନ୍ଧୁ ଉପତ୍ୟକା ସଭ୍ୟତାରେ ବୋତାମର ବ୍ୟବହାରର ପ୍ରମାଣ ମିଳେ । ତେବେ ତ୍ରୟୋଦଶ ଶତାବ୍ଦୀ ବେଳକୁ ଜର୍ମାନୀରେ ବ୍ୟବହାରଯୋଗ୍ୟ ବୋତାମ ତିଆରି ହୋଇଥିଲା ।

5) ଫ୍ଲସ୍ ଟଏଲେଟ୍

ଏବେ ଆପଣ ଟଏଲେଟରେ ଯେଉଁ ଫ୍ଲସ୍ ବ୍ୟବାହର କରୁଛନ୍ତି ତାହା ମଧ୍ୟ ପ୍ରଥମେ ଭାରତରେ ଆବିଷ୍କୃତ ହୋଇଥିଲା । ଆଉ ଏହାର କ୍ରେଡିଟ୍ ମଧ୍ୟ ସିନ୍ଧୁ ସଭ୍ୟତାକୁ ଯିବ5 ହଜାର ବର୍ଷ ତଳେ ସିନ୍ଧୁ ସଭ୍ୟତାର ସହର ଗୁଡିକରେ ଏଭଳି ପାଇଖାନା ଥିବାର ପ୍ରମାଣ ମିଳେ । ଯଦିଓ ଏହି ଫ୍ଲସ ଆଧୁନିକ ଫ୍ଲସ ଟଏଲଟ ଭଳି ନୁହେଁ ତଥାପି ସିନ୍ଧୁ ସଭ୍ୟତାର ସିଷ୍ଟମରେ ବ୍ୟବହାର କରାଯାଇଥିବା ଟେକନିକ୍ ଦ୍ୱାର ଜୋରରେ ଜଳ ପ୍ରବାହିତ ହୋଇ ମଳକୁ ସଫା କରୁଥିଲା ।

6) ସାପ-ଶିଢି ଖେଳ

ଆମେ ସମସ୍ତେ ପିଲାଦିନେ ଖେଳିଥିବା ସାପ ଶିଢି ଖେଳ ମଧ୍ୟ ଭାରତରୁ ଭାରତ ବାହାରକୁ ଯାଇଥିଲା । ମୋବାଇଲ ଗେମ୍ ଯୁଗରେ କାର୍ଡ୍ ବୋର୍ଡ୍ ଗେମର ଲୋକପ୍ରିୟତା ହ୍ରାସ ପାଇଥିଲେ ମଧ୍ୟ କେବେ ଏହା ସମସ୍ତଙ୍କ ପ୍ରୀୟ ଗେମ୍ ଥିଲା । ବ୍ରିଟେନରେ ଏକଦା ଲୋକପ୍ରିୟ ଥିବା ଏହି ଖେଳ ଭାରତରୁ ସେଠାକୁ ଯାଇଥିଲା । ପୁରୁଣା କାଳରେ ଏହାକୁ ମୋକ୍ଷପତ୍ତମ ବୋଲି କୁହାଯାଉଥିଲା । ଏହି ଖେଳ ଜରିଆରେ ପିଲାଙ୍କୁ ଭଲ ଓ ଖରାପର ଅର୍ଥ ବୁଝାଇ ଦିଆଯାଉଥିଲା । ଏଥିରେ ସିଢି ଥିଲା ଭଲର ପ୍ରତିକସାପ ଥିଲା ଖରାପର ପ୍ରତୀକ । ଯେତେବେଳେ ଏହା ଆରମ୍ଭ ହୋଇଥିଲା ସେତେବେଳେ ଖେଳର ଅନ୍ତ ଅର୍ଥାତ 100 ନମ୍ବରରେ ପହଂଚିବାର ଅର୍ଥ ଥିଲା ବୈକୁଣ୍ଠ ପ୍ରାପ୍ତି । ତେବେ ଉନବିଂଶ ଶତାବ୍ଦୀରେ ଯେତେବେଳେ ଏହା ୟୁରୋପରେ ପହଂଚିଲା ସେତେବେଳେ ଏହିଖେଳରୁ ନୈତିକତାକୁ ପ୍ରାୟ ହଟାଇ ଦିଆଯାଇ କେବଳ ମନୋରଂଜନ ଅଙ୍ଗକୁ ରଖା ଯାଇଥିଲା । ତଥାପି ଏବେ ମଧ୍ୟ କିଛି ଏହି ଖେଳର ପ୍ରକୃତ ଅର୍ଥକୁ ଖୋଜି ବାହାର କରନ୍ତି

7) ରେଡିଓ ବ୍ରୋଡକାଷ୍ଟିଂ

ମାର୍କୋନିଙ୍କୁ ରେଡିଓର ଜନକ କୁହାଯାଏ କିନ୍ତୁ ପ୍ରକୃତରେ ତାଙ୍କ ପୂର୍ବରୁ ରେଡିଓ ଫ୍ରିକ୍ୱେନସୀକୁ ଆବିଷ୍କାର କରିଥିଲେ । 1978 ମସିହାରେ ନୋବେଲ ବିଜେତା ବୈଜ୍ଞାନିକ ନେଭିଲ ମୋଟ୍ କହିଥିଲେ ଯେ, ବୋସ୍ ନିଜ ସମୟଠାରୁ 60 ବର୍ଷ ଆଗରେ ଥିଲେ । ମାର୍କୋନୀଙ୍କଠାରୁ ବହୁତ ଆଗରୁ ବୋସ୍ ମିଲିମିଟର ରେଂଜ୍ ମାଇକ୍ରୋୱେଭ୍ ତରଙ୍ଗର ବ୍ୟବହାର କରି ବାରୁଦକୁ ଦୂରରୁ ଜାଳି ପାରିଥିଲେ ଓ ବେଲକୁ ବଜାଇ ପାରିଥିଲେ ।

8) ଫାଇଭର ଅପଟିକ୍ସ

ଫାଇଭର ଅପଟିକ୍ସ ବିନା ଇଣ୍ଟରନେଟ୍ ଅସମ୍ଭବ ଥିଲା ଓ ଇଣ୍ଟରନେଟ୍ ବିନା ଅଲଲାଇନ୍ ସପିଂ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହାକ ଜଣେ ଭାରତୀୟ ଆବିଷ୍କାର କରିଥିଲେ । ଆଉ ତାଙ୍କ ନାମ ହେଉଛି ନରିନ୍ଦର କପାନିପଂଜାବର ନରିନ୍ଦର 1955ରୁ 1965 ମଧ୍ୟରେ ଅନେକ ଗବେଷଣା ମୁଳକ ସନ୍ଦର୍ଭ ଲେଖିଥିଲେ ଯାହା ବିଶ୍ୱର ପ୍ରଖ୍ୟାତ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା । 1960ରେ ସାଇଣ୍ଟିଫିକ୍ ଆମେରିକାନରେ ପ୍ରକାଶିତ ତାଙ୍କର ଏକ ସନ୍ଦର୍ଭରୁ ଅପଟିକ୍ସ ଫାଇଭର ନାମ ମିଳିଥିଲା ।

9) ୟୁଏସବି

ୟୁଏସବି ନଥିଲେ ଆପଣ ଡାଟା ଟ୍ରାନସଫର କରି ପାରିନଥାନ୍ତେ । ମାନେ ଆପଣ ନିଜ ବନ୍ଧୁଙ୍କୁ ଫିଲ୍ମ ଦେଇ ପାରିନଥାନ୍ତେ କି ତାଙ୍କଠାରୁ ୱେବ ସିରିଜ୍ ଆଣି ଦେଖି ପାରିନଥାନ୍ତେୟୁନିଭର୍ସାଲ ସିରିଏଲ ବସ ଅର୍ଥାତ ୟୁଏସବି ପୋର୍ଟ୍ ଆମ ଜୀବନକୁ ସହଜ କରି ଦେଇଛି । ଆଗରୁ ଯେଉଁ କାମ ପାଇଁ ସିଡି ଆବଶ୍ୟକ ଥିଲା ସେହି କାମ ଏବେ ୟୁଏସବି କରୁଛି । ସିଡି ଅପେକ୍ଷା ପୁଣି ଅଧିକ ଡାଟା ୟୁଏସବିରେ ରହି ପାରୁଛି । ପେନ୍ ଡ୍ରାଇଭ୍ ବା ୟୁଏସବିର ଆବିଷ୍କାରକ ହେଉଛନ୍ତି ଅଜୟ ଭଟ୍ଟ । 1990 ଦଶକର ଆରମ୍ଭରେ ଭଟ୍ଟଙ୍କ ଟିମ୍ ପେନ୍ ଡ୍ରାଇଭ ଉପରେ କାମ ଆରମ୍ଭ କରିଥିଲେ । 2000 ମସିହା ବେଳକୁ ଏହା ବାସ୍ତବତାର ରୂପ ନେଇଥିଲା । 2009ରେ ଭଟ୍ଟଙ୍କୁ ଇଣ୍ଟେଲ ବିଜ୍ଞାପନରେ ଦେଖିବାକୁ ମିଳିଥିଲା । 2013ରେ ତାଙ୍କୁ ଅଣ ୟୁରୋପୀୟ ଶ୍ରେଣୀରେ ୟୁରୋପିଆନ୍ ଇନଭେଣ୍ଟର ସମ୍ମାନ ମିଳିଥିଲା

Leave A Reply

Your email address will not be published.

Close Bitnami banner
Bitnami