ଆଜି ଆସିବ ଶହୀଦ ସରୋଜଙ୍କ ପାର୍ଥିବ ଶରୀର

Above Post Content

ଢେଙ୍କାନାଳ : ପୁରା ନିରବୀ ଯାଇଛି ଢେଙ୍କାନାଳ କାମାକ୍ଷାନଗର ଅନ୍ତର୍ଗତ କେନ୍ଦୁଢିପ ଗାଁ । କାହା ମୁହଁରେ ଯେମିତି କିଛି ଭାଷା ହିଁ ନାହିଁ । କାରଣ ଏଇ ଗାଁ ମାଟିର ପୁଅ ବୀର ଯବାନ ସରୋଜ ଦାସଙ୍କୁ ହରାଇ ଏବେ ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି । ଗାଁରେ ଶୋକାକୁଳ ପରିବେଶ ଲାଗି ରହିଛି । ଚାରିଆଡେ କାନ୍ଦ ବୋବାଳି ସହିତ ରଡ଼ିରେ ଫାଟି ପଡୁଛି ପୁରା ପରିବେଶ । ପୁଅକୁ ହରାଇ କାନ୍ଧୁଛନ୍ତି ବାପା ମାଆ, ଧୈର୍ଯ୍ୟହରା ହୋଇପଡ଼ିଛନ୍ତି ସ୍ତ୍ରୀ । ଭଉଣୀ ମାନଙ୍କ ଆଖିରୁ ଲୁହ ଶୁଖୁନି । ସିକିମର ପ୍ରଳୟଙ୍କରୀ ଫ୍ଲାସ ଫ୍ଲଡ଼ ବା ଆକସ୍ମିକ ବନ୍ୟାରେ ନିଖୋଜ ଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ ଶହୀଦ ହେବା ପରେ ଏବେ ତାଙ୍କର ମର ଶରୀରର ଫେରିବା ବାଟକୁ ଚାହିଁ ରହିଛନ୍ତି ଗାଁ ଲୋକେ ।

Middle post content

ଆଜି ଓଡ଼ିଶାରେ ପହଞ୍ଚିବ ସିକିମ୍ ବନ୍ୟାରେ ଶହୀଦ ହୋଇଥିବା ସରୋଜଙ୍କ ପାର୍ଥିବ ଶରୀର । ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମଙ୍ଗଳବାର ସିକିମର ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ହୋଇଯାଇଥିଲେ ସରୋଜ । ପରେ ଉଦ୍ଧାରକାରୀ ଦଳ ତାଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଗତ ମଙ୍ଗଳବାର ରାତି ୧୦ଟାରେ ସରୋଜ ପରିବାର ଲୋକଙ୍କ ସହ ମୋବାଇଲ୍‌ରେ କଥା ହୋଇଥିଲେ । ପ୍ରବଳ ବର୍ଷା ଯୋଗୁଁ ସେ ଗାଡ଼ି ଭିତରେ ରହିଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ତେବେ ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ପାରି ନ ଥିଲା । ସେ ନିଖୋଜ ଥିବା ଖବର ଟିଭିରୁ ଦେଖିବା ପରେ ପରିବାର ଲୋକେ ତାଙ୍କୁ କଲ୍ କରିଥିଲେ ମଧ୍ୟ ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ପରେ ତାଙ୍କ ୟୁନିଟ୍ ସହ କଥା ହେବା ପରେ ସରୋଜ ନିଖୋଜ ଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ ।

After 2nd paragraph post ads

ଭାଇଭଉରୀଙ୍କ ମଧ୍ୟରେ ସରୋଜ ସବୁଠାରୁ ସାନ ଥିଲେ । ସରୋଜ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତ ହୋଇଥିଲେ । ୭ ମାସ ତଳେ ଗତ ଫେବ୍ରୁୟାରି ୧୧ ତାରିଖରେ ସେ କଙ୍କଡ଼ାହାଡ଼ର ଲୋପାମୁଦ୍ରା ଦାସଙ୍କୁ ବିବାହ କରିଥିଲେ । ସିପାହୀରୁ ପଦୋନ୍ନତି ପାଇ ହାବିଲଦାର ହୋଇଥିଲେ । ଗତ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସିଥିଲେ । ସେପ୍ଟେମ୍ବର ୬ ତାରିଖରେ ଡ୍ୟୁଟିରେ ଯୋଗ ଦେବା ପାଇଁ ସିକ୍‌ମ ଯାଇଥିଲେ । ମଙ୍ଗଳବାର ରାତି ୧୦ଟା ବେଳେ ଘରକୁ ଫୋନ୍ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ । ଟ୍ରେନିଂ ସାରି ଆସିଥିବା ବେଳେ ସୁରକ୍ଷିତ ଭାବେ ଘାଟି ରାସ୍ତା ପାର ହୋଇଥିବା ପତ୍ନୀଙ୍କୁ ସରୋଜ କହିଥିଲେ । ତେବେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ିଗୁଡ଼ିକୁ ଆଗକୁ ଯାଇ ପାରୁ ନ ଥିବା ଓ ସମସ୍ତେ ଗାଡ଼ି ଭିତରେ ଆଶ୍ରୟ ନେଇଥିବା ସେ ଜଣାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami