ବିପୁଳ ଜନସମାବେଶ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି

Above Post Content

ଉମରକୋଟ : ନିର୍ବାଚନ ତାରିଖ ପାଖେଇ ଆସୁଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଜୋରସୋରରେ ଚଳାଇଛନ୍ତି । ତେବେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଦୁଇ ଦିନ ହେଲା ସେ ଦକ୍ଷିଣ ଓଡ଼ିଶାରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ନିର୍ବାଚନୀ ସଭାରେ ଏଭଳି ବିପୁଳ ଜନସମାବେଶ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି ବୋଲି କହିଛନ୍ତି ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଶାଳ ହୃଦୟ । ସେ ହୃଦୟରେ ଏକ ବଡ଼ସ୍ଥାନ ଆଦିବାସୀମାନଙ୍କ ପାଇଁ ରହିଛି । ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ବିଶାଳ ଜନସମାବେଶରେ ଉଦବୋଧନ ଦେଇ ଏହା କହିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ନବୀନଙ୍କୁ ଆଦିବାସୀ ଭାଇ ଭଉଣୀଙ୍କ ଭଲପାଇବା ଦେଖି ବିରୋଧୀ ରାଗୁଛନ୍ତି । ଜନଜାତିଙ୍କର ଗର୍ବ ହେଉଛି ସେମାନଙ୍କ କଳା, ସଂସ୍କୃତି, ଖାଦ୍ୟ, ପରମ୍ପରା, ପୂଜାସ୍ଥଳୀ, ଦେବସ୍ଥଳୀ । ଏହାର ସୁରକ୍ଷା ପାଇଁ କେବଳ ନବୀନ ହିଁ ପଦକ୍ଷେପ ନେଇଛନ୍ତି । ଅନ୍ୟ କୌଣସି ରାଜ୍ୟ ବା ସରକାର ଏ ଦିଗରେ ଏଭଳି ପଦକ୍ଷେପ ନେଇନାହାନ୍ତି ।

Middle post content

ଆଦିବାସୀଙ୍କ ଉନ୍ନତି ସବୁବେଳେ ଚାହାଁନ୍ତି ମୁଖ୍ୟମନ୍ତ୍ରୀ

After 2nd paragraph post ads

ଆଦିବାସୀମାନଙ୍କୁ ନବୀନ କିଭଳି ଭଲ ପାଆନ୍ତି ତା’ର ୪ଟି ଉଦାହରଣ ଦେଇଥିଲେ ପାଣ୍ଡିଆନ । ପ୍ରଥମ ହେଲା ଏସଡିସି ଗଠନ । ଏହା ଜରିଆରେ ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ରକ୍ଷଣାବେକ୍ଷଣ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଉଛି । ଦ୍ୱିତୀୟ ଉଦାହରଣଟି ହେଲା ଜନଜାତିଙ୍କ ବିରୋଧରେ ଥିବା ଲକ୍ଷାଧିକ ଛୋଟଛୋଟ ମାମଲା ମଧ୍ୟରୁ ପ୍ରାୟ ୫୦ ହଜାରରୁ ଅଧିକ ମାମଲା ନବୀନ ପ୍ରତ୍‌୍ୟାହାର କରିନେଇଛନ୍ତି । ଆଦିବାସୀ ଲୋକମାନେ କୋର୍ଟ କଚେରୀକୁ ନ ଦୌଡନ୍ତୁ ବୋଲି ସବୁବେଳେ ମୁଖ୍ୟମନ୍ତ୍ରୀ ଚାହାଁନ୍ତି । ସେହିଭଳି ତୃତୀୟ ଉଦାହରଣଟି ହେଲା ଆଦିବାସୀ ଝିଅଙ୍କ ଶିକ୍ଷା ପାଇଁ ହଷ୍ଟେଲ ନିର୍ମାଣ କରାଯାଇଛି । କେବଳ ସେତିକି ନୁହେଁ, ଆଦିବାସୀ ଝିଅମାନେ ଯେପରି ଇଂରାଜୀ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବେ, ସେଥିପାଇଁ ଅନ୍ୱେଷା ଓ ଆକାଂକ୍ଷା ହଷ୍ଟେଲ ମଧ୍ୟ କରାଯାଇଛି । ଚତୁର୍ଥ ଉଦାହରଣଟି ହେଲା, ଜନଜାତି ସମୁଦାୟ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି । ପୂର୍ବରୁ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁ ନଥିଲା । ଆଦିବାସୀଙ୍କ ଦ୍ୱାରା ସଂଗୃହୀତ ବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇଁ ନବୀନ ସରକାର ଲାଭ ଯୋଜନା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଜଙ୍ଗଲଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏହାଦ୍ୱାରା ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ଦାମ ପାଇପାରୁଛନ୍ତି ବୋଲି ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami