ବିଏସକେୱାଇ ଓ ମହିଳା ସଶକ୍ତିକରଣକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

Above Post Content

ନବରଙ୍ଗପୁର: ଦକ୍ଷିଣ ଓଡ଼ିଶାରେ ଆଜି ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତର୍ିକ ପାଣ୍ଡିଆନଙ୍କ ପ୍ରଚାର ଅଭିଯାନ ଜାରି ରହିଛି । ଗତକାଲି ପାଣ୍ଡିଆନ କୋରାପୁଟ ଲୋକସଭା ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଜୋରସୋରରେ ପ୍ରଚାର କରିଥିଲେ । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ମଣ୍ଡଳିର ପାପଡ଼ାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର କରିଛନ୍ତିି । ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିକାଶ ସମ୍ପର୍କିତ ହିସାବକିତାବ ଲୋକଙ୍କ ପାଖରେ ଉପସ୍ଥାପନ କରୁଛନ୍ତି ପାଣ୍ଡିଆନ । ଲୋକଙ୍କୁ ବିକାଶର ହିସାବ ଦେଇ ବିକାଶକୁ ଆହୁରି ଆଗକୁ ବଢାଇବା ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି । ପାଣ୍ଡିଆନଙ୍କ ପ୍ରଚାର ସଭାରେ ହଜାର ହଜାର ଲୋକଙ୍କ ସମାଗମ ଦଳକୁ ଉତ୍ସାହିତ କରିଛି ।

Middle post content

ଉମରକୋଟରେ ଚାଲିଛି ୨୧୨ କୋଟି ଟଙ୍କାର ବିକାଶର କାମ

After 2nd paragraph post ads

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିକାଶ କାମର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଉମରକୋଟରେ ୨୧୨ କୋଟି ଟଙ୍କାର ବିକାଶ କାମ ଚାଲିଛି । ପେଣ୍ଡେରାଣୀ ମନ୍ଦିର କାମ ଶେଷ ହୋଇଛି । ୩ କୋଟି ଟଙ୍କାରେ ଶିବ ମନ୍ଦିର ରାସ୍ତା ଚାଲିଛି । କିଡ୍‌ନୀ ରୋଗ ଚିକିତ୍ସା ପାଇଁ ଉମରକୋଟରେ ଖୋଲିଛି ଡାଇଲିସିସ ସେଣ୍ଟର । ୫୦ କୋଟିରେ ୫ଟି ରାସ୍ତା କାମ ଚାଲିଛି । ୫ କୋଟି ଟଙ୍କା ଭାସ୍କେଲ ଡ୍ୟାମ ପାଇଁ ପ୍ରଦାନ କରାଯାଇଛି । ଜନଜାତି ଭାଇ ଭଉଣୀ ମାନଙ୍କ ପାଇଁ ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି କାର୍ତ୍ତିକ ପାଣ୍ଡିଆନ କହିଥିଲେ । ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ପଛରେ ଦୃଢ ଭାବରେ ଠିଆ ହୋଇଛନ୍ତି । କେନ୍ଦ୍ର ନେତା କେବଳ ବଡବଡ କଥା କୁହନ୍ତି । ସେ ଚାହିଁଥିଲେ ନବରଙ୍ଗପୁରରେ ଦୁଇ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରି ଥାନ୍ତେ । କେନ୍ଦ୍ର ମନ୍ତ୍ରୀ ଆସିଲେ ତାଙ୍କୁ ଆପଣମାନେ ଏ ବିଷୟରେ ପ୍ରଶ୍ନ କରନ୍ତୁ । ରାଜ୍ୟ ସରକାର ୫-ଟିରେ ୮୦୦୦ ସ୍କୁଲର କରିଛନ୍ତି ରୂପାନ୍ତର । ମହିଳା ସଶକ୍ତିକରଣକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ମିଶନ ଶକ୍ତି ମାଆମାନଙ୍କ ଦୁବାଇ ଗସ୍ତକୁ ଷଡଯନ୍ତ୍ର କରି ବନ୍ଦ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami