‘ରାପ୍‌’ରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ

Above Post Content

ମହାମାରୀ ସମୟରେ ଗୃହବନ୍ଦୀ ହୋଇ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିବାର ସୁଯୋଗ ଆଣିଦେଇଛି । ଏହାର ସୁଯୋଗ ନେଇ ସାଇ ଇଂଟରନ୍ୟାସନାଲ ସ୍କୁଲର ଛାତ୍ର ଦୀପ୍ତିରଂଜନ ରାଉତ ଅତି ଚମତ୍କାର ଭାବେ କରୁଛନ୍ତି ରାପ୍କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଶୁଦ୍ଧ ଓଡ଼ିଆ ଓ ହିନ୍ଦୀ ଭାଷାରେ ଝାରପଡ଼ା ଅଂଚଳର ଦୀପ୍ତିଙ୍କ ଦ୍ୱାରା ପ୍ରସ୍ତୁତ ରାପ୍ ବେଶ ମନମୁଗ୍ଧକର ହୋଇଛି । ଗତ ବର୍ଷେ ହେବ ସାମାଜିକ କଥାବସ୍ତୁକୁ ନେଇ ତାଙ୍କର ଏହି ରାପ୍ ଆରମ୍ଭ ହୋଇଥିଲା । ଏହାସହିତ ବହୁ ପ୍ରେରଣାଦାୟୀ ବିଷୟବସ୍ତୁକୁ ନେଇ ରାପ୍ ପ୍ରସ୍ତୁତ କରିଛନ୍ତି । କେତେବେଳେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ବିଭିନ୍ନ ଓଡ଼ିଆ ରାପ୍ ତ ଆଉ କେତେବେଳେ ମହାମାରୀ, ଗରିବ ଅସହାୟଙ୍କୁ ନେଇ ରାପ୍ ଗାଇଛନ୍ତି । ପାଠପଢ଼ା ବ୍ୟତୀତ ସଙ୍ଗୀତ ପ୍ରତି ଆଗ୍ରହ ଥିବା ଦୀପ୍ତିରଂଜନ ଏବେ ରାପ୍ ଦୁନିଆରେ ନିଜର ପାଦ ଥାପିଛନ୍ତି । ଆଉ ଏସବୁକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏବେସୁଦ୍ଧା ୮ରୁ ଊର୍ଦ୍ଧ୍ୱ ରାପ୍ ପ୍ରସ୍ତୁତ କରିଛନ୍ତି । କୋଭିଡ୍ ସମୟରେ ସମସ୍ତେ ଘରେ ଥିବାବେଳେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଏହି ରାପ୍ ପ୍ରସ୍ତୁତ କରି ବାର୍ତା ଦେଇଛନ୍ତି । ଓଡ଼ିଆ ଓ ହିନ୍ଦୀରେ ଗାଇଥିବା ରାପ୍ ତାଙ୍କୁ ଶ୍ରୋତାଙ୍କ ମହଲରେ ବେଶ୍ ପରିଚୟ ଦେଇଛି । ହାସ୍ ଟ୍ୟାଗ୍ ମହାମାରୀକୁ ନେଇ ଘରେ ରୁହନ୍ତୁ ସୁସ୍ଥ ହୁଅନ୍ତୁ’ର ବାର୍ତା ଦେବା ସହ ପୁଲିସ ଓ ଗଣମାଧ୍ୟମ ଏହି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ ବାହାରେ ବୁଲି କାମ କରୁଥିବାଠାରୁ ଆରମ୍ଭ କରି ଡାକ୍ତର ନର୍ସଙ୍କ ମହାମାରୀ ସମୟରେ ଅନବରତ ସେବାକୁ ରାପ୍‌ରେ ସଜାଇଛନ୍ତି । କରୋନା ସମୟରେ ସମ୍ପୂର୍ଣ୍ଣ ବିଶ୍ୱ ତଥା ଓଡ଼ିଶାର ଚିତ୍ରକୁ ସେ ରାପ୍ ମାଧ୍ୟମରେ ଉପସ୍ଥାପନା କରିଛନ୍ତି । ଏଥିସହିତ ଲକ୍‌ଡାଉନ୍ ନିୟମକୁ ନ ମାନି ବାହାରେ ବୁଲୁଥିବା ଅମାନିଆଙ୍କୁ ମଧ୍ୟ ସେ ତାଙ୍କ ରାପ୍ ମାଧ୍ୟମରେ ଚେତାବନୀ ଦେଇଛନ୍ତି । ନିଜେ ଗୀତ ଲେଖି ସେସବୁକୁ ରାପ୍‌ରେ ସଜାଇଥାନ୍ତି । ଏଥିପାଇଁ ତାଙ୍କୁ ୫ରୁ ୬ ଘଂଟା ସମୟ ଲାଗିଥାଏ ବୋଲି ସେ କହନ୍ତି । ସେ ଆହୁରି ମଧ୍ୟ କୁହନ୍ତି, ସାମାଜିକ କଥାବସ୍ତୁକୁ ନେଇ ଲୋକମାନେ ବୁଝିପାରିଲା ଭଳି ଶବ୍ଦ ବ୍ୟବହାର କରି ରାପ୍ ଗାଆନ୍ତି । ଏଥିପାଇଁ ବାପାମା’ ଏବଂ ପରିବାର ସଦସ୍ୟଙ୍କର ପ୍ରେରଣା ମିଳିଛି । ରାପ୍‌କୁ ନେଇ ଅଧିକ ଗବେଷଣା କରି ଆହୁରି ଅଧିକ ରାପ୍ ପ୍ରସ୍ତୁତ ଯୋଜନା କରିଥିବା ଦୀପ୍ତି କୁହନ୍ତି । ଲକ୍‌ଡାଉନ୍ ଯୋଗୁ ଏହି ସୃଜନଶୀଳତାର ସୁଯୋଗ ମିଳିପାରିଛି ବୋଲି ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami