କାଠ ବାଉଁଶରେ ଜୀବନ୍ୟାସ

Above Post Content

ପାଶାଣ ଦେହରେ ନିହାଣ ଫୁଟାଇ ଜୀବନ୍ତ ପ୍ରତିମା ସୃଷ୍ଟିର ବିନ୍ଧାଣୀ ସେ ନୁହଁନ୍ତି, କିନ୍ତୁ କାଠ ବାଉଁଶରେ ଜୀବନ୍ୟାସ ଦେଉଥିବା ଜଣେ କାରିଗର । ପେସାରେ ଜଣେ ଚାଟ୍ ଦୋକାନୀ । ଯେଉଁ ହାତରେ ସୁସ୍ୱାଦୁ ଚାଟ୍ ପ୍ରସ୍ତୁତ କରି ଗ୍ରାହକଙ୍କୁ ପରଷି ଦିଅନ୍ତି । ସେହି ହାତ ଯେ ଏମିତି ସୁନ୍ଦର କଳାକୃତି ପ୍ରସ୍ତୁତି କରିପାରେ ତାହା ନ ଦେଖିଲେ ବିଶ୍ୱାସ କରିହେବନି । ସେ ହେଉଛନ୍ତି ପୁରୁଣା ଭୁବନେଶ୍ୱରର କପିଳପ୍ରସାଦପୁରର ସୁଦର୍ଶନ ସାହୁ । ଦୀର୍ଘ ୨୪ ବର୍ଷ ଧରି ଚାଟ୍ ବ୍ୟବସାୟ କରୁଛନ୍ତି ସୁଦର୍ଶନ । ନିିଶା ତାଙ୍କୁ ଏକ ନିଆରା ପରିଚୟ ଦେଇଛି । ବାଉଁଶ ପାତିଆ, ତାଳପତ୍ର ଓ କାଠ ପେଟିକୁ କାଟିି ସେ ତିଆରି କରୁଛନ୍ତି ବିଭିନ୍ନ ହସ୍ତଶିଳ୍ପଘରସଜ୍ଜା ସାମଗ୍ରୀ ଓ ବଡ଼ ବଡ଼ ଅଟ୍ଟାଳିକାର ରୂପକୁ କଳାକୃତିରେ ସ୍ଥାନ ଦେଇଥାନ୍ତିି ସୁଦର୍ଶନ । ପ୍ରଶଂସା ସାଉଁଟିବା କିମ୍ବା ରୋଜଗାର କରିବାର ଆକାଂକ୍ଷା ତାଙ୍କର ନ ଥିଲା । କେବଳ ନିଜ ସମୟ ଅତିବାହିତ କରିବା ସହ ସଉକ ପାଇଁ ଏହି ଯାତ୍ରା ଆରମ୍ଭ କରିଥିଲେ ।

Middle post content
sudarsan sahoo, bamboo wood, artwork design, temple in bamboo wood, bhubaneswar city, sudarshan sahu
After 2nd paragraph post ads

ପ୍ରଥମେ ବାଉଁଶ ସଂଗ୍ରହ କରି ସେ ସବୁକୁ ଛୋଟ ଛୋଟ ଖଣ୍ଡରେ କାଟି ପୋକ ନ ଲାଗିବା ପାଇଁ ସୋଢ଼ାରେ ପ୍ରୋସେସିଂ କରି ହସ୍ତଶିଳ୍ପ କାରିଗରୀ କରିଥାନ୍ତିି । ସୁଦର୍ଶନଙ୍କ ବୟସ ଏବେ ୪୩ ବର୍ଷ । ସୁଦର୍ଶନଙ୍କ କହିବା ଅନୁଯାୟୀ ପାଠପଢ଼ାରେ ପୂର୍ଣ୍ଣଛେଦ ପଡ଼ିବା ପରେ ଭୁବନେଶ୍ୱରରେ ବୁଲି ବୁଲି ରୋଷେୟା ଭାବେ କାମ କରୁଥିଲେ । ଏହାପରେ ୧୯୯୭ ମସିହାରେ ଚାଟ୍ ଦୋକାନ ଆରମ୍ଭ କରିଥିଲେ । କିନ୍ତୁ ସମୟକ୍ରମେ ତାଳପତ୍ରକୁ ବୁଣି ସେଥିରେ ଘରସଜ୍ଜା ପାଇଁ ମନ୍ଦିର ତିଆରି କରୁଥିଲେ । ଟ୍ରେନିଂ ନେଇ ନ ଥିବାରୁ ଏଥିପାଇଁ ସମୟ ଅଧିକ ଲାଗିଲେ ବି ସେହି ନିଶାରୁ କେବେ ବିଚ୍ୟୁତ ହୋଇନାହାନ୍ତି ସୁଦର୍ଶନ । ଗୋଟିଏ କାମ ପାଇଁ ୧୦-୧୫ ଦିନ ଲାଗୁଥିବାବେଳେ ବଡ଼ କାମ ପାଇଁ ୧ ମାସ ସମୟ ଲାଗିଥାଏ । ଲକ୍‌ଡଉନ୍ ଛଡ଼ାଇ ନେଇଛି ତାଙ୍କ ଚାଟ୍ ବ୍ୟବସାୟ । ଆଉ ସେ ପାଲଟିଯାଇଛନ୍ତି ଜଣେ ହସ୍ତଶିଳ୍ପୀ କାରିଗର । ଫଳ ଦୋକାନରୁ କାଠପେଟି ସଂଗ୍ରହ କରି ଅତି ନିଖୁଣ ଭାବେ ତିଆରି କରୁଛନ୍ତି ସୁନ୍ଦର କଳାକୃତି । ଏହି ସାମଗ୍ରୀ ନେବାକୁ କିଛି ଲୋକ ଅର୍ଡର ମଧ୍ୟ କରିଥାନ୍ତି । କେହି କେହି ଏହି କଳାକୃତି ନେଇ ପ୍ରଶଂସା ମଧ୍ୟ କରନ୍ତିି । ଯାହାକି ମୋତେ ଅଧିକ ଉତ୍ସାହିତ କରିବା ସହ ପ୍ରେରଣା ଯୋଗାଇଛି ବୋଲି କହନ୍ତି ସୁଦର୍ଶନ । ତେବେ ୟାରି ଭିତରେ ଆଉ ଏକ ପାଦ ଆଗେଇ ଯାଇଛନ୍ତି । ପିଲାମାନଙ୍କୁ ଏହାରି ଉପରେ ଶିକ୍ଷା ଦେବା ପାଇଁ ୟୁଟ୍ୟୁବ୍‌ରେ ଭିଡିଓ ଅପ୍‌ଲୋଡ୍ କରିବା ଆରମ୍ଭ କରିଛନ୍ତି ସୁଦର୍ଶନ । ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଆଜିର ଯୁବପିଢ଼ି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami