ଓଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

Above Post Content

ଭୁବନେଶ୍ୱର : ମଙ୍ଗଳବାର ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବରିଷ୍ଠ ଓଏଏସ୍ ଅଫିସର ଘାସିରାମ ମୁର୍ମୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅତିରିକ୍ତ କମିସନର ଭାବେ ନିଯୁକ୍ତି ପାଇଛନ୍ତି । ଏହାସହ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି ।ସେହିପରି ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଓ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ(ଡିୟୁଡିଏ) ସୁଦର୍ଶନ ସଏଙ୍କୁ ବୁର୍ଲା ଭୀମସାର ରେଜିଷ୍ଟ୍ରାର(ପ୍ରଶାସନ) ଭାବେ ବଦଳି ହୋଇଛି ।

Middle post content

ବୁର୍ଲା ଭୀମସାରରେ ରେଜିଷ୍ଟ୍ରର ଦାୟିତ୍ୱରେ ଥିବା ପ୍ରଫୁଲ୍ଲ କୁଜୁରଙ୍କୁ ବଲାଙ୍ଗୀର ପ୍ରକଳ୍ପ ନିର୍ଦ୍ଦେଶକ (ଡିୟୁଡିଏ) ଓ କୋରାପୁଟ ଜିଲ୍ଲା ଦଶମନ୍ତପୁର ତହସିଲଦାର ଅଜୟ ପ୍ରକାଶ ତିର୍କୀଙ୍କୁ କଳାହାଣ୍ଡିର ଧର୍ମଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଅନ୍ୟପକ୍ଷରେ ବିନିକା ବିଡିଓ ବ୍ୟାସଦେବ ବେହେରାଙ୍କ ବଦଳିକୁ ବାତିଲ କରାଯାଇଛି ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ଅନ୍ୟପଟେ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ହୋଇଛନ୍ତି ମାନସ ରଞ୍ଜନ ବାରିକ (ଓଏସ୍‌ଜେଏସ୍‌) । ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami