ପୁରୀ ପାଣିକୁ ନେଇ ଦିଲ୍ଲୀରେ ଚର୍ଚ୍ଚା, ଦେଶର ବାକି ସହରରେ ପାଣି ଅବସ୍ଥା କଣ ?

Above Post Content

ପୁରୀ ବ୍ୟତିତ ଦେଶର ବାକି ସହରରେ ପାଣିର ଗୁଣବତ୍ତାର ହାଲ କ’ଣ ?

ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପାଇଁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଅଭିଯାନର ଉଦଘାଟନ କରିଥିଲେ । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଢେର ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ନେଇ ତାଙ୍କୁ ପ୍ରଶଂସା କରଯାଉଥିବା ବେଳେ ବାକି ରାଜ୍ୟ ଏଥିରୁ ବହୁତ କିଛି ଶିଖିବାର ଅଛି ବୋଲି କୁହାଯାଉଛି । କାରଣ ଏଭଳି ବିଶୁଦ୍ଧ ଜଳ ଯୋଗାଇ ଦେବାରେ ଓଡ଼ିଶା ପ୍ରଥମ ଓ ପାଇପରୁ ସିଧାସଳଖ ବିଶୁଦ୍ଧ ପାନୀୟ ଜଳ ପାଇବାରେ ପୁରୀ ଦେଶର ପ୍ରଥମ ସହର । ପୁରା ଦେଶ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି କୁହାଯାଉଛି । କାରଣ ଛୋଟ ସହର ଛାଡନ୍ତୁ ଦେଶର ବଡ଼ବଡ଼ ମେଟ୍ରୋରେ ମଧ୍ୟ ସିଧାସଳକ ନଳରୁ ପାଣି ପିଇବା ଅର୍ଥ ରୋଗକୁ ଆମନ୍ତ୍ରଣ କରିବା । କିନ୍ତୁ ପୁରୀ ବାସିନ୍ଦା ସିଧା ନିଜ ପାଇପରୁ ପାଣି ପିଇ ପାରିବେ । ପାଣି ପିଇବା ପୂର୍ବରୁ ତାକୁ ବିଶୁଦ୍ଧ କରିବା ଲାଗି ଫିଲଟରର ଆବଶ୍ୟକତା ପଡିବ ନାହିଁ । ଏମିତିରେ ଦେଶର ବାକି ସହର ଗୁଡିକରେ ପାଣିର ଗୁଣବତ୍ତା କ’ଣ ତାକୁ ନେଇ ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ ନିଜ ରିପୋର୍ଟ ପ୍ରକାଶ କରିଛି । ଆସନ୍ତୁ ଜାଣିବା ଦେଶର ବାକି ସହରରେ ପାନୀୟ ଜଳର ସ୍ଥିତି କ’ଣ ?

After 2nd paragraph post ads

ତେବେ ଏହା ଜାଣିବା ପୂର୍ବରୁ ଗୋଟିଏ କଥା ଜାଣି ନିଅନ୍ତୁ ଯେ, ପୁରୀରେ କେବଳ ପାନୀୟ ଜଳର ଗୁଣବତ୍ତା ସୁନିଶ୍ଚିତ କରାଯାଇ ନାହିଁ । ସହରର ପାଣିକୁ IS 10500 ଗୁଣବତ୍ତା ମାନକ ସ୍ତର ପର୍ଯ୍ୟନ୍ତ ପହଞ୍ଚା ଯାଇଛି । ସରକାର ଏହାମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ, ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ନଳରୁ ସ୍ୱଛ ଓ ବିଶ୍ୱସନୀୟ ପାଣି ମିଳିବ । ତେଣୁ ପୁରୀର ଲୋକଙ୍କୁ ପାଣି କିଣିବାକୁ ପଡିବ ନାହିଁ କି ଘରେ ଆରଓ ପ୍ୟୁରିଫାୟର ଲଗାଇବାକୁ ପଡିବ ନାହିଁ । ଏହାର ଫାଇଦା ପୁରୀର ଅଢେଇ ଲକ୍ଷ ବାସିନ୍ଦାଙ୍କ ସହିତ ବାର୍ଷିକ ଆସୁଥିବା ୨ କୋଟି ପର୍ଯ୍ୟଟକଙ୍କୁ ମିଳିବ ।

ମାନକ ବ୍ୟୁରୋ କରିଥିଲା ଯାଞ୍ଚ

ଦୁଇ ବର୍ଷ ତଳେ ଦେଶର ବିଭିନ୍ନ ସହରରେ ମିଳୁଥିବା ପାନୀୟ ଜଳର ଗୁଣବତ୍ତା ପରିକ୍ଷା କରିଥିଲା ଭାରତୀୟ ମାନକ ବ୍ୟୁରୋ । ୧୫ସହରରେ ହୋଇଥିବା ଏହି ଯାଂଚରେ ୧୧ ମାନଦାଣ୍ଡକୁ ଆଧାର ଭାବେ ଗ୍ରହଣ କରାଯାଇଥିଲା । ଏହାର ରିପୋର୍ଟ ଆସିବା ପରେ ଦେଶରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Middle post content

ଦିଲ୍ଲୀ ପାଣି ସବୁଠୁ ଖରାପ

ଏହି ରିପୋର୍ଟରେ ମୁମ୍ବାଇର ପାନୀୟ ଜଳ ସବୁଠାରୁ ଭଲ ବୋଲି କୁହାଯାଇଥିଲା । ୧୧ ମାନଦଣ୍ଡ ଆଧାରରେ ହୋଇଥିବା ସର୍ଭରେ ସବୁ ମାପକକୁ ପୁରା କରିଥିଲା ମୁମ୍ବାଇ । ଅନ୍ୟପକ୍ଷରେ ଦିଲ୍ଲୀର ପାଣି ସବୁଠାରୁ ଖରାପ ଥିଲା । ଖୋଦ କେନ୍ଦ୍ରୀୟ ଉପଭୋକ୍ତା ମନ୍ତ୍ରୀଙ୍କ ବାସଭବନର ପାଣି ସବୁ ମାନଦଣ୍ଡ ପୁରା କରିବାରେ ବିଫଳ ହୋଇଥିଲା । ଏହି ୧୧ ମାନଦଣ୍ଡରେ ଭୌତିକ, ରାସାୟନିକ, ବ୍ୟାକ୍ଟ୍ରିୟୋଲଜିକାଲ ସହିତ ପାଣିରେ ବିଶାକ୍ତ ତତ୍ୱର ଉପସ୍ଥିତି ଅଛି କି ନାହିଁ ମଧ୍ୟ ଯା୍ଂଚ ହୋଇଥିଲା ।

ବାକି ସ୍ଥାନରେ ଥିଲେ ଏହି ସହର ସବୁ

ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ତାଲିକାରେ ଯଦି ସଭା ଉପରେ ମୁମ୍ବାଇ ଥିଲା ତେବେ ଦ୍ୱିତୀୟ ସ୍ଥାନରେ ହାଇଦ୍ରାବାଦ ଓ ଭୁବନେଶ୍ୱର ଥିଲେ । ଭୁବନେଶ୍ୱର କେବଳ ଗୋଟିଏ ମାନଦଣ୍ଡ ପୁରା କରି ନପାରିବରୁ ମୁମ୍ବାଇ ତଳେ ଥିଲେ । ନଚେତ ଏହା ମଧ୍ୟ ମୁମ୍ବାଇ ସମକକ୍ଷ ହୋଇ ପାରିଥାନ୍ତା । ତୃତୀୟ ସ୍ଥାନରେ ଥିଲା ରାଂଚିରାୟପୁର ୫ ନମୁନାରେ ଫେଲ ହୋଇ ଚତୁର୍ଥ ସ୍ଥାନରେ, ଅମରାବାତୀ ୬ ନମୁନାରେ ଫେଲ ହୋଇ ପଞ୍ଚମ ଓ ସିମଲା ଷଷ୍ଠ ସ୍ଥାନରେ ଥିଲା । ଏହି ସହରଗୁଡିଙ୍କୁ ଛାଡିଦେଲେ ବାକି ସବୁ ସହର କୌଣସି ମାନକ ପୁରା କରିନପାରି ଫେଲ୍ ହୋଇଥିଲେ ।

ଏହି ସହର ଅବସ୍ଥା ସବୁଠୁ ଖରାପ

ଏହି ସୂଚିରେ ସପ୍ତମ ଓ ଅଷ୍ଟମ ସ୍ଥାନରେ ଚଣ୍ଡିଗଡ, ତିରୁଭଅନନ୍ତପୁରମ ଥିଲେ । ଅନ୍ୟପକ୍ଷରେ ପାଟନା, ଭୋପାଳ, ଗୌହାଟି, ବେଙ୍ଗାଲୁରୁ ଓ ଗାନ୍ଧିନଗର ମିଳିତ ଭାବେ ଦଶମ ସ୍ଥାନରେ ଥିଲେଏକାଦଶ ସ୍ଥାନରେ ଲକ୍ଷ୍ନୌ ଓ ଜମ୍ମୁ, ଦ୍ୱାଦଶ ସ୍ଥାନରେ ଜୟପୁର ଓ ଡେରାଡୁନ୍, ୧୩ତମ ସ୍ଥାନରେ ଚେନ୍ନାଇ, ୧୪ତମ ସ୍ଥାନରେ କୋଲକାତା ଓ ସର୍ବଶେଷରେ ଥିଲା ଦେଶର ରାଜଧାନୀ ଦିଲ୍ଲୀ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami