ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ପ୍ରଦୀପ

Above Post Content

ଭୁବନେଶ୍ୱର: ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ । ଗତ ୨୦୨୦ ମସିହାରେ ଟାଟା ମୋଟର୍ସ ଲିମିଟେଡ଼ରେ ଚାକିରି କରାଇଦେବାର ମିଛ ପ୍ରତଶ୍ରୁତି ଦେଇ ଗରିବ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିଲେ ବ୍ରହ୍ମପୁରର ବିଧାୟକ ଓ ବର୍ତ୍ତମାନର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ପାଠକ । ଟାଟା ମୋଟର୍ସ୍ ଲିମିଟେଡ଼ ତରଫରୁ କରାଯାଇଥିବା ଏତଲା ମୁତାବକ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟୋର୍ସ୍ କମ୍ପାନୀର ଜାଲ ଇ-ମେଲ୍ ଆଇଡି ତିଆରି କରିବା ସହ ନିଜକୁ ଟାଟା ମୋଟର୍ସର ଏମ.ଡି ପରିଚୟ ଦେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ, ମୁଖ୍ୟତଃ ବ୍ରହ୍ମପୁର ଅଞ୍ଚଳର ବହୁ ଗରିବ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ନେଇଥିଲେ । ଏହି ମାମଲା ଏବେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ବିଚାରାଧୀନ ରହିଛି ।

Middle post content

ଚାକିରି କରାଇଦେବା କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ ପ୍ରଦୀପ

After 2nd paragraph post ads

ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଜେଲ୍ ମଧ୍ୟ ଯାଇଥିଲେ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦ୍ୱାରା ସର୍ତମୂଳକ ଜାମିନ୍ ପାଇଥିଲେ । ହେଲେ ଆଦେଶନାମାରେ ଥିବା ସର୍ତ୍ତାବଳୀ ଗୁଡ଼ିକୁ ବାରମ୍ବାର ଉଲଂଘନ କରାଯାଉଛି । ମାନ୍ୟବର ଅଦାଲତ ଜାରି କରିଥିବା ସର୍ତ୍ତ ଯେପରି ଆସାମୀ ମାନେ ପ୍ରତି ତାରିଖରେ କୋର୍ଟ ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଥିବା ବେଳେ ଏହାର ଉଲଂଘନ କରାଯାଇଛି । ଠିକ୍ ସେହିପରି ଜାମିନ୍ ରେ ଥିବା ସମୟରେ କେଶ୍ ରେ ଜଡ଼ିତ କୌଣସି ବିବୃତ୍ତି ପ୍ରେସ ଆଗରେ ରଖିବେ ନାହିଁ ଓ କୌଣସି ପ୍ରେସ ସାକ୍ଷାତକାର କରିବେ ନାହିଁ । ମାତ୍ର ଏହା ପରିଲକ୍ଷିତ ହେଉଛି ଯେ ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳରେ ଶ୍ରୀ ପାଣିଗ୍ରାହୀ ପ୍ରେସରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ବିବୃତ୍ତି ରଖୁଛନ୍ତି ଯେଉଁଥିପାଇଁ ତାଙ୍କର ଜାମିନ୍ ଖାରଜ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ବିଗତ ଦିନ ମାନଙ୍କରେ ପ୍ରାୟ ଚାରି ପାଞ୍ଚଟି ତାରିଖରେ ଶ୍ରୀ ପାଣିଗ୍ରାହୀ ବ୍ୟକ୍ତିଗତ ଭାବରେ ବିଚାର ବିଭାଗୀୟ ଅଦାଲତରେ ହଜାର ହୋଇନାହାନ୍ତି ଏବଂ ବିଭିନ୍ନ ଆଳରେ ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ଆସୁଛନ୍ତି । ଏହା ସାଧାରଣ ଲୋକଙ୍କ ମନରେ ବିଚାର ବିଭାଗ ପ୍ରତି ଏକ ପ୍ରଶ୍ନ ଓ ପ୍ରଦୀପ ଙ୍କ ସ୍ୱାଭିମାନ, ସମ୍ମାନ କ୍ଷୁର୍ଣ୍ଣ କରିବା ସହ ତାଙ୍କୁ ଏକ ଅଦାଲତ ଅବମାନନା କରିଥିବା ଆସାମୀ ବୋଲି ବିବେଚନା କରା ଯାଉଛି । ଏହାକୁ ବୁଦ୍ଧିଜିବୀମାନେ ସହଜରେ ଗ୍ରହଣ କରି ନାହାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami