ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର

Above Post Content

ଭୁବନେଶ୍ୱର: ସମ୍ବଲପୁରରେ ସରଗରମ ରାଜନୀତି । ମୁକୁଙ୍କୁ ପ୍ରଶ୍ନ ବାଣ ରେ ଘାଇଲା କଲେ ବିଜେଡି ମୁଖପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଧର୍ମେନ୍ଦ୍ରଙ୍କୁ କଲେ କଡା ସମାଲୋଚନା । ସେ କହିଛନ୍ତି, ଓଡିଶା ଯୁବକଙ୍କ ପାଇଁ କଣ କରିଛନ୍ତି? କେତେ ଓଡିଆ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି, ତାହାର ଲିଷ୍ଟ ସର୍ବସାଧାରଣଙ୍କ ସମ୍ମୁଖରେ ରଖନ୍ତୁ । ନୋମିନେସନ ପୂର୍ବରୁ ଉତ୍ତର ରଖିବାକୁ ଚ୍ୟାଲେଞ୍ଜ ଦେଲେ ଲେନିନ ।

Middle post content

ଧର୍ମେନ୍ଦ୍ରଙ୍କୁ କଲେ କଡା ସମାଲୋଚନା

After 2nd paragraph post ads

ଲେନିନ୍ ଆହୁରି କହିଛନ୍ତି ଯେ, ଓଡ଼ିଶାରୁ ରିଜେକ୍ଟ ହେବା ପରେ ଓଡ଼ିଆ ଯୁବକଙ୍କୁ ଉପେକ୍ଷିତ କରିଛନ୍ତି । ଓଡ଼ିଆ ଅସ୍ମିତା କଥା କହୁଥିବା ଧର୍ମେନ୍ଦ୍ର କିଛି କରିନାହାଁନ୍ତି । ନିଜ ରାଜ୍ୟକୁ ନ ପଚାରି ବିହାରକୁ ୧ ନମ୍ୱର ଏବଂ ମଧ୍ୟପ୍ରଦେଶକୁ ୨ ନମ୍ୱରରେ ରଖିଛନ୍ତି ଧର୍ମେନ୍ଦ୍ର । ଫଣ୍ଡ ଦେବା ବେଳେ ଧର୍ମେନ୍ଦ୍ରଙ୍କ ଓଡିଶା କଥା ମନେ ପଡିଲାନାହିଁ । ନିଜ ଘର ପାଖ ଥିବା ଫୁଟ ଓଭର ବ୍ରିଜ କରିପାରିଲେନି । ସମ୍ୱଲପୁରବାସୀଙ୍କ ପାଇଁ କ’ଣ କରିବେ । ରାସ୍ତା ହେଉ କି ରେଳବାଇ ସବୁ କ୍ଷେତ୍ରରେ ଓଡିଶାକୁ ଅବହେଳା କରାଯାଇଛି । ସମୟ ହେଲେ ଲୋକେ ତାଙ୍କୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି ଲେନିନ ମହାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami