ଇଣ୍ଡିଆନ ଆଇଡଲ୍ ମଞ୍ଚରେ ଚମକିଲେ ଓଡ଼ିଆ ଡାକ୍ତର

Above Post Content

ଭୁବନେଶ୍ୱର: ଓଡ଼ିଆ ଡ଼ାକ୍ତର ରୋହନ୍ ବିଶ୍ୱାଳଙ୍କ କମାଲ । ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ଚମକିଲେ ରୋହନ୍ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ରୋହନ୍ ୧୪ତମ ଇଣ୍ଡିଆନ ଆଇଡଲ୍ ଅଡିସନ୍‌ରେ ଗୋଲଡ଼େନ୍ ଟିକଟ ହାତେଇ ଥିଏଟର ରାଉଣ୍ଡକୁ ପ୍ରବେଶ କରିଛନ୍ତି । ଏଥିସହ ଟପ ୨୭ ରେ ରହିଛନ୍ତି । ଜଣେ ଡାକ୍ତରଙ୍କ ଏଭଳି ସଙ୍ଗୀତ ପ୍ରେମ ଦେଖି ବଲିଉଡ୍‌ର ଚର୍ଚ୍ଚିତ କଣ୍ଠଶିଳ୍ପୀ ତଥା ସୋ’ର ବିଚାରକ କୁମାର ସାନୁ ତାଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ।

Middle post content

ସଂଗୀତ ମଣିଷର ମାନସିକ କ୍ଷତକୁ ଉପଶମ କରେ

After 2nd paragraph post ads

ସଙ୍ଗୀତକୁ ସାଧନା କରି କଣ୍ଠଶିଳ୍ପୀମାନେ ଏହି ପ୍ଲାଟଫର୍ମ ଜରିଆରେ ନିଜ କ୍ୟାରିଅର ଗଢ଼ିବାର ସୁଯୋଗ ପାଇଥାନ୍ତି । ଅତୀତରେ ଏହି ମଞ୍ଚରେ ବିଭିନ୍ନ ବୃତ୍ତିର ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା । ରୋହନଙ୍କ ପରି ଜଣେ ଏମ୍‌ବିବିଏସ୍ ଡାକ୍ତରଙ୍କ ସଙ୍ଗୀତ ପ୍ରତି ଏଭଳି ଦୁର୍ବଳତା ଓ ଭଲ ପାଇବା ଇଣ୍ଡିଆନ୍ ଆଇଡଲରେ ପହଞ୍ଚିବା ବିଚାରକମାନଙ୍କୁ ପ୍ରଭାବିତ କରିଛି । ରୋହନ୍‌ଙ୍କ ଘର ଢେଙ୍କାନାଳରେ । ପେଶା ତାଙ୍କର ଡାକ୍ତର କିନ୍ତୁ ନିଶା ହେଉଛି ସଙ୍ଗୀତ । ସେଥିଲାଗି ପିଲାଟି ଦିନରୁ ସେ ସଙ୍ଗୀତ ଶିକ୍ଷା କରୁଥିଲେ । ଏବେ ବି ସେ ଗୁରୁ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କଠାରୁ ଗୀତ ଶିଖୁଛନ୍ତି । ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ ମଞ୍ଚରେ ଗୀତ ଗାଇ ସେ ଅନେକଥର ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ରୋହନ୍ କହିଛନ୍ତି, ଔଷଧ ଦ୍ୱାରା ଶରୀରର କ୍ଷତ ଭଲ ହୋଇଥାଏ; କିନ୍ତୁ ସଂଗୀତ ମଣିଷର ମାନସିକ କ୍ଷତକୁ ଉପଶମ କରେ । ସମ୍ ହସ୍ପିଟାଲରେ ଶିଶୁ ରୋଗ ବିଭାଗରେ ହାଉସ୍ ସର୍ଜନ୍ ଭାବେ କାର୍ଯ୍ୟ କରୁଛନ୍ତି । ଡାକ୍ତର ଭାବେ ଚିକିତ୍ସା କରିବା ସମୟରେ ସେ ସୁମଧୁର କଣ୍ଠରେ ସୁନ୍ଦର ସଙ୍ଗୀତ ଗାଇ ରୋଗୀ ମାନଙ୍କର କଷ୍ଟକୁ ଲାଘବ କରିଥାନ୍ତି । ରୋଗୀ ସେବା ସହ ସଙ୍ଗୀତ ଯାତ୍ରା ଉଭୟରେ ସଫଳତା ହାସଲ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami