ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ହେଲା ଶୁଭାରମ୍ଭ, ଏହି ସହରର ଲୋକେ ହେବେ ଉପକୃତ

Above Post Content

ଭୁବନେଶ୍ୱର: ଆଉ ଘଣ୍ଟା ଘଣ୍ଟା ଧରି ପାଣି ପାଇଁ ଅପେକ୍ଷା କରିବାକୁ ପଡ଼ିବନି । ମାଇଲ ମାଇଲ ବି ଯିବାକୁ ପଡ଼ିବନି । ନଳ ଖୋଲିଲେ ବାହାରିବ ବିଶୁଦ୍ଧ ପାନୀୟ ଜଳ । ଘରେ ଘରେ ଶୁଦ୍ଧ ପାନୀୟ । ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା । ଆଜି ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭଲ ପିଇବା ପାଣି ଯୋଗାଇବା ଆମର ଲକ୍ଷ୍ୟ । ୫ଟି ସହର ପାଇଁ ପ୍ରକଳ୍ପ ଉଦଘାଟନ କରି ମୁଁ ବହୁତ ଖୁସି । ସେହି ୫ଟି ସହର ହେଲା ନିମାପଡ଼ା, ଚମ୍ପୁଆ, ରାଇରଙ୍ଗପୁର, ରାଜଗାଙ୍ଗପୁର ଓ ବୀରମିତ୍ରପୁର । ଏହା ଦ୍ୱାରା ୩୦ହଜାର ପରିବାର ଉପକୃତ ହେବେ । ଦେଶର ପ୍ରଥମ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ରାଜ୍ୟ ହେଉଛି ଓଡ଼ିଶା । ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୪୯ଟି ୱାର୍ଡରେ ହେବ ଜଳଯୋଗାଣ ସୁବିଧା

After 2nd paragraph post ads
Middle post content

ଆଜି ଦିନ ସାଢେ ୧୧ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସେବାର ଶୁଭାରମ୍ଭ କରିଥିଲେ । ରାଇରଙ୍ଗପୁର, ବୀରମିତ୍ରପୁର, ରାଜଗାଙ୍ଗପୁର, ଚମ୍ପୁଆ ଓ ନିମାପଡ଼ାର ସମଗ୍ର ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।ଏହାଛଡ଼ା ଅନ୍ୟ ୧୩ ସହରର ୧୪୯ଟି ୱାର୍ଡରେ ଜଳଯୋଗାଣ ସୁବିଧା କରାଯିବ । ବ୍ରହ୍ମପୁରର ୩୭, ଭୁବନେଶ୍ୱରର ୨୭, କଟକର ୨୧, ରାଉରକେଲାର ୨୦, ସୁନ୍ଦରଗଡ଼ର ୧୭, ବ୍ୟାସନଗରର ୬, ଖୋର୍ଦ୍ଧାର ୪, ଜଟଣୀର ୩, କେନ୍ଦୁଝର ଓ ଆନନ୍ଦପୁରର ୪ଟି ଲେଖାଏଁ, ହିଞ୍ଜିଳିକାଟୁର ୩, ବଡ଼ବିଲର ୨ ଓ ଯୋଡ଼ାର ଗୋଟିଏ ୱାର୍ଡ ଏହି ଯୋଜନାରେ ଯୋଡ଼ିହେବ । ଏହାଦ୍ୱାରା ୧୨ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ

ପୁରୀ ଦେଶର ପ୍ରଥମ ଡ୍ରିଙ୍କ ଫ୍ରମ ଟ୍ୟାପ ସହର

ଘରେ ଘଷର ଶୁଦ୍ଧ ପାନୀୟ ଜଳ ଯୋଗାଇବାର ଲକ୍ଷ୍ୟକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯାଉଛି । ପୁରୀ ଦେଶର ପ୍ରଥମ ଡ୍ରିଙ୍କ ଫ୍ରମ ଟ୍ୟାପ ସହର ହୋଇଥିବାବେଳେ ଗୋପାଳପୁର ଦ୍ୱିତୀୟ । ଯୋଜନା ଜରିଆରେ ଘରକୁ ଘର ଅନ୍ତର୍ଜାତୀୟ ମାନର ୨୪ ଘଣ୍ଟିଆ ଜଳ ଯୋଗାଇ ଦିଆଯାଉଛି । ୨୦୨୦ ସେପ୍େଟମ୍ବରରେ ଭୁବନେଶ୍ୱର ଓ ପୁରୀର ୧୨ଟି ପାଇଲଟ୍ ଜୋନରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆରମ୍ଭ କରାଯାଇଥିଲା । ୨୦୨୧ରେ ଦେଶର ପ୍ରଥମ ସହର ଭାବେ ପୁରୀ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ପାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami