ମୁଖ୍ୟମନ୍ତ୍ରୀ ପଦ ଲାଗି ନୂଆ ଚେହେରା ଖୋଜା

Above Post Content

ନୂଆଦିଲ୍ଲୀ: ଛତିଶଗଡ଼,ମଧ୍ୟପ୍ରଦେଶ ଓ ରାଜସ୍ଥାନର ସିଏମ୍ ପାଇଁ ଖୋଜା ଚାଲିଛି ନୂଆ ଚେହେରା । ଏହି ୩ ରାଜ୍ୟରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହାକୁ ନେଇ ଜୋରଦାର କସରତ ଚାଲିଛି । କିନ୍ତୁ ଏଥର ମୁଖ୍ୟମନ୍ତ୍ରୀ ପଦରେ ନୂଆ ଚେହେରା ବସାଇବା ଲାଗି ବିଜେପି ହାଇକମାଣ୍ଡ ବିଚାର କରୁଥିବା ଜଣାଯାଇଛି । କେଉଁ ନେତା ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରି ଲୋକଙ୍କ ଆସ୍ଥା ଭାଜନ ହେବେ ଏବଂ ଲୋକସଭା ନିର୍ବାଚନରେ ଦଳ ପାଇଁ ସଫଳତା ଆଣିବେ ସେ ନେଇ ମନ୍ଥନ ଜାରି ରହିଛି । ଦଳର କେନ୍ଦ୍ରୀୟ ନେତୃତ୍ୱ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ବିଚାରବିମର୍ଶ ଜାରି ରଖିଥିବା ବେଳେ ଦିନକୁ ଦିନ ସସ୍‌ପେନ୍ସ ବଢ଼ିବାରେ ଲାଗିଛି ।

ଇସ୍ତଫା ଦେଲେ ବିଜେପିର ୧୦ ସାଂସଦ

After 2nd paragraph post ads
Middle post content

ତିନିଟି ରାଜ୍ୟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜେପିର ୧୦ ଜଣ ସାଂସଦ ଲୋକସଭାରୁ ଇସ୍ତଫା ଦେଇଛନ୍ତି । ଏହି ସାଂସଦଙ୍କ ମଧ୍ୟରେ ଛତିଶଗଡ଼ର ଗୋମତି ସାଇ, ମଧ୍ୟପ୍ରଦେଶର ନରେନ୍ଦ୍ର ସିଂହ ତୋମର, ରାକେଶ ସିଂହ, ପ୍ରହଲ୍ଲାଦ ପଟେଲ, ରୀତି ପାଠକ ଏବଂ ଉଦୟ ପ୍ରତାପ ସିଂହ ସାମିଲ ଅଛନ୍ତି । ରାଜସ୍ଥାନର ସାଂସଦ ଦିୟା କୁମାରୀ, ରାଜ୍ୟବର୍ଦ୍ଧନ ରାଠୋଡ଼ ଏବଂ କିରୋଡ଼ି ଲାଲ ମୀନା ମଧ୍ୟ ଇସ୍ତଫା ଦେଇଛନ୍ତି । ତୋମାର ଏବଂ ପଟେଲ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ୧୦ ସାଂସଦଙ୍କ ମଧ୍ୟରେ ମଧ୍ୟପ୍ରଦେଶର ୫ ଜଣ, ରାଜସ୍ଥାନର ୩ ଜଣ ଏବଂ ଛତିଶଗଡ଼ର ୨ ଜଣ ଅଛନ୍ତି । ବିଜେପି ୨୧ ଜଣ ସାଂସଦଙ୍କୁ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ କରାଇଥିଲା । ସେମାନଙ୍କ ମଧ୍ୟରୁ ୧୨ ଜଣ ବିଜୟ ହାସଲ କରିଥିବା ବେଳେ ୯ ଜଣ ସାଂସଦ ପରାଜିତ ହୋଇଥିଲେ । ଯେଉଁ ସାଂସଦମାନେ ଆଜି ଇସ୍ତଫା ଦେଇଛନ୍ତି ସେମାନେ ବିଧାୟକ ପଦରେ ରହିବେ । ଅନ୍ୟପକ୍ଷରେ ନିର୍ବାଚନ ଜିତିଥିବା ବାବା ବାଲକନଥ ଏବଂ ରେଣୁକା ସିଂହ ଇସ୍ତଫା ଦେଇନାହାନ୍ତି । ଇସ୍ତଫା ଦେଇଥିବା ଏହି ୧୦ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ।

ମୁଖ୍ୟମନ୍ତ୍ରୀ ଚୟନ ନେଇ ୪ ଘଣ୍ଟା ଧରି ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ଚୟନ ସଂକ୍ରାନ୍ତରେ ଚାରି ଘଣ୍ଟା ଧରି ବୈଠକ ଚାଲିଥିଲା । ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବି ପାଇଁ ସମସ୍ତ ସମ୍ଭାବ୍ୟ ନାମଗୁଡ଼ିକ ସଂପର୍କରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଉପସ୍ଥିତ ଥିଲେ । ବୈଠକ ପୂର୍ବରୁ ଶାହ ଏବଂ ନଡ୍ଡା ଏହି ତିନି ରାଜ୍ୟର ପ୍ରଭାରୀଙ୍କ ସହିତ ବୈଠକ କରି ରାଜ୍ୟ ନେତାଙ୍କ ବିଷୟରେ ମତାମତ ସଂଗ୍ରହ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami