ସବୁଠି କୋହଲା ପାଗ: ରାଜଧାନୀରେ ରେକର୍ଡ କଲା ଶୀତ

Above Post Content

ଭୁବନେଶ୍ୱର: ବାତ୍ୟା ମିଗଜୋମ୍ ଯୋଗୁ ଶୀତ ବଢିଛି । ଉପାନ୍ତରୁ ଉପକୂଳ ସବୁଠି ପାଗ କୋହଲା ରହିଛି । ଚଳିତବର୍ଷ ରାଜଧାନୀରେ ରେକର୍ଡ କଲା ଶୀତ । ସ୍ୱାଭାବିକଠାରୁ ୫ ଡିଗ୍ରୀ ତଳକୁ ଖସିଛି ପାରଦ । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଶୀତୁଆ ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ କମ୍ ରହିବ ।

ଆଜି ବି ହେବ ବର୍ଷା

After 2nd paragraph post ads
Middle post content

ସେପଟେ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା ମିଗ୍‌ଜୋମ୍ । ଏହା ତେଲେଙ୍ଗାନା ଉପକୂଳରେ କେନ୍ଦ୍ରୀଭୁତ ଥିବା ବେଳେ ଆଜି ଲଘୁଚାପ ଭାବରେ ଛତିଶଗଡ ମୁହାଁ ହେବ । ପ୍ରଭାବରେ ଆଜି ବି ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ହାଲୁକାରୁ ମଧ୍ୟମଧରଣ ବର୍ଷା ସହ ଉପକୂଳରେ ପବନ ମଧ୍ୟ ବହିବ । କଟକ ଓ ଭୁବନେଶ୍ୱରରେ ମାଗ ମେଘୁଆ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

୧୨ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଯାଇଛି । ପାଗ ବଦଳିବା ପରେ ତୁରନ୍ତ କ୍ଷୟକ୍ଷତିର ସମୀକ୍ଷା କରାଯିବ । ଫିଲ୍ଡ ଭିଜିଟ୍ କରି କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି । ୧୨ ତାରିଖ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଓ ମତ୍ସସଂପଦ ବିଭାଗ ମିଳିତ ଭାବରେ ସ୍ୱତନ୍ତ୍ର ଫର୍ମାଟରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି ।
ବାତ୍ୟା ମିଗ୍‌ଜୋମ୍ ପ୍ରଭାବରେ ନୀଳଗିରିରେ ମଧ୍ୟ ବର୍ଷା ହୋଇଛି । ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । କେଉଁଠି ବିଲରେ ଧାନ କଟା ହୋଇ ପଡ଼ିଥିବାବେଳେ ଆଉ କେଉଁଠି କଟାହେବା ଅପେକ୍ଷାରେ ରହିଛି । ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଚାଷୀମାନେ ଧାନକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami