ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ

Above Post Content

ହାଇଦ୍ରାବାଦ: ଆଜିଠୁ ତେଲେଙ୍ଗାନାରେ ଚାଲିବ ରେବନ୍ତ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୫୪ ବର୍ଷୀୟ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ । ଆଜି ମଧ୍ୟାହ୍ନରେ ହାଇଦ୍ରାବାଦ ଏଲବି ଷ୍ଟାଡିୟମରେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅନୁମୁଲା ରେବନ୍ତ ରେଡ୍ଡୀ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ,ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ବରିଷ୍ଠ କଂଗ୍ରେସ ନେତା ଯୋଗ ଦେଇପାରନ୍ତି ।

ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ୧ ଲକ୍ଷ ଜନତା

After 2nd paragraph post ads
Middle post content

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରିବା ପରେ ଦଳର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଥିଲେ ଯେ, ରେବନ୍ତ ରେଡ୍ଡୀ କଂଗ୍ରେସ ବିଧାୟକ ଦଳର ନୂଆ ନେତା ହେବେ । ବୁଧବାର ଦିନ ମଧ୍ୟ ରେବନ୍ତ ରେଡ୍ଡୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଦିଲ୍ଲୀରେ ଭେଟିଥିଲେ । ତା’ପରେ ସେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ସାଂସଦ ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପ୍ରସ୍ତୁତି ନିମନ୍ତେ ବୁଧବାର ତେଲେଙ୍ଗାନାର ମୁଖ୍ୟ ଶାସନ ସଚିବ ଏ. ଶାନ୍ତି କୁମାରୀ, ‘ଡିଜିପି’ ରବି ଗୁପ୍ତା ପଦସ୍ଥ ସରକାରୀ ଅଧିକାରୀମାନଙ୍କ ସହିତ ବୈଠକ କରିବା ସହିତ ଶପଥ ଗ୍ରହଣସ୍ଥଳ ବି ପରିଦର୍ଶନ କରିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୧ ଲକ୍ଷ ଜନତା ଯୋଗ ଦେବେ ବୋଲି ଆଶା କରାଯାଉଛି । ନବନିର୍ବାଚିତ କଂଗ୍ରେସ ବିଧାୟକ ତଥା ଗତ ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ଥିବା ମଲ୍ଲୁ ବିକ୍ରମାର୍କ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ରେବନ୍ତ ରେଡ୍ଡୀଙ୍କ ନିମନ୍ତ୍ରଣକ୍ରମେ ‘ସିପିଆଇ’ର ସାଧାରଣ ସଚିବ ଡି. ରାଜା ମଧ୍ୟ ଆଜିର ସମାରୋହରେ ଯୋଗଦେବେ ବୋଲି ‘ସିପିଆଇ’ ବିଧାୟକ କୁନାମନେନି ସମ୍ବାଶିବ ରାଓ କହିଛନ୍ତି । ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ‘ସିପିଆଇ’ ଓ କଂଗ୍ରେସ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିଲା ।

ବିଆରଏସକୁ ଗାଦିଚ୍ୟୁତ କରିବାରେ ରେବନ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ରେବନ୍ତ ରେଡି ତେଲେଙ୍ଗାନା ରାଜନୀତିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୧୭ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୨୧ରେ ତେଲେଙ୍ଗାନା ପିସିସି ଭାବେ ଦାୟିତ୍ୱ ନେଇଥିଲେ । ଏହା ପୁର୍ବରୁ ସେ ତେଲୁଗୁ ଦେଶମ ପାର୍ଟିରେ ଥିଲେ । ଦୁଇ ଦୁଇ ଧର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି୍ ରେବନ୍ତ । ରାଜ୍ୟରେ କଂଗ୍ରେସର ବିପୁଳ ବିଜୟରେ ସମସ୍ତ କ୍ରେଡିଟ ରେବନ୍ତଙ୍କୁ ମିଳିଛି । ବିଆରଏସକୁ ଗାଦିଚ୍ୟୁତ କରିବାରେ ରେବନ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନିଜର ଜବରଦସ୍ତ ପ୍ରଚାର ଲାଗି ସେ କଂଗ୍ରେସ ରାଜନୀତିରେ ବେଶ ପରିଚିତ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami