ପଂଜାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସିଦ୍ଧୁଙ୍କ ବଦଳରେ ଚନ୍ନିଙ୍କୁ କାହିଁକି ବାଛିଲା କଂଗ୍ରେସ ?

Above Post Content

ପଂଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି ନବଜ୍ୟୋତ ସିଦ୍ଧୁଙ୍କ ବଦଳରେ କଂଗ୍ରେସ ହାଇକମାଣ୍ଡ୍ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ବିଶ୍ୱାସ କରିଛନ୍ତି । ଏବେ ଦଳ ଚନ୍ନିଙ୍କୁ କ୍ୟାପ୍ଟେନ୍ କରି ନିର୍ବାଚନ ଲଢିବ । ଏମିତିରେ ପ୍ରଶ୍ନ ଉଠିପାରେ ଚନ୍ନିଙ୍କ ଉପରେ ବାଜି ଲଗାଇବାକୁ କଂଗ୍ରେସ ହାଇକମାଣ୍ଡ୍ କାହିଁକି ମନସ୍ଥିର କଲେ , ଆସନ୍ତୁ ଜାଣିବା..

ରାହୁଲ ଗାନ୍ଧୀ ରବିବାର ଦିନ ଲୁଧିଆନାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଚନ୍ନିଙ୍କ ନାମ ଉପରେ ମୋହର ମାରିଥିଲେକ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ ହଟାଇବା ପରେ କଂଗ୍ରେସ ମାଷ୍ଟର ଷ୍ଟ୍ରୋକ୍ ଭାବେ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଚନ୍ନି ପଂଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଅଟନ୍ତି । ପ୍ରାୟ ୧୧୧ ଦିନର କାର୍ଯ୍ୟକାଳରେ ଚନ୍ନି ଫ୍ରଣ୍ଟଫୁଟରେ ଖେଳି ନିଜକୁ ସାବ୍ୟସ୍ତ କରିଛନ୍ତି । ସବୁ ସର୍ଭେରେ ଚନ୍ନିଙ୍କ ଆଲୋଚନା ହେବାକୁ ଲାଗିଲା ଓ ତାଙ୍କ ନାମ ଜଣେ ସାଧାରଣ ବିଧାୟକରୁ ଦଳର ବଡ଼ ନେତାଙ୍କ ମଧ୍ୟରେ ଗଣତି ହେବାରେ ଲାଗିଲା ।

After 2nd paragraph post ads

ପଂଜାବରେ ଦଳିତ ଭୋଟର ଗଣିତ

କେନ୍ଦ୍ରୀୟ ସାମାଜିକ ନ୍ୟାୟ ବିଭାଗର ରିପୋର୍ଟ ଅନୁସାରେ ପଂଜାବରେ ଦଳିତଙ୍କ ମଧ୍ୟରେ ୩୯ ଉପବର୍ଗ ରହିଛନ୍ତି । ଏହି ୩୯ ଉପବର୍ଗଙ୍କ ମଧ୍ୟରେ ଆହୁରି ୫ ଉପବର୍ଗ ଅଛନ୍ତି । ଯେଉଁଥିରେ ୮୦ ପ୍ରତିଶତ ଦଳିତ ଜନସଂଖ୍ୟା ଆସିଥାଏ । ଏହି ୫ ଉପବର୍ଗଙ୍କ ମଧ୍ୟରେ ୩୦ ପ୍ରତିଶତ ଶିଖ୍ ଦଳିତଙ୍କ ପରେ ସବୁଠାରୁ ବଡବର୍ଗ ହେଉଛନ୍ତି ରବିଦାଶିଆରବିଦାଶିଆଙ୍କ ଜନସଂଖ୍ୟାରେ ଭାଗ ହେଉଛି ୨୪ ପ୍ରତିଶତ । ଅଧିକାଂଶ ରବିଦାଶିୟା ପଂଜାବର ଦୋଆବ ଅଂଚଳରେ ରୁହନ୍ତି । ଏହି କ୍ଷେତ୍ରରେ ଜଳନ୍ଧର, ହୋଶିଆରପୁର, ନବାଂସହର, କପୁରଥାଲା ଭଳି ଜିଲ୍ଲା ଆସିଥାଏ ।

Middle post content

ପଂଜାବର ମାଲବା ଅଂଚଳରେ ୬୯ ବିଧାନସଭା ଆସନ ରହିଛି । ଏହି ଅଂଚଳ ଦଳିତ ବହୁଳ ଅଟେ । ତେବେ ପଂଜାବ ରାଜନୀତିରେ ଦଳିତ ଭୋଟର ଗଣତି ମଧ୍ୟ ଏତେ ସିଧାସାଧା ନୁହେଁ । ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ରାଜ୍ୟର ୨ କୋଟି ୭୭ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୮୮ ଲକ୍ଷ ୬୦ ହଜାର ଦଳିତ ଅଟନ୍ତି । ଯାହା ମୋଟ ଜନସଂଖ୍ୟାର ୩୧.୪୨ ପ୍ରତିଶତ ଅଟେ । ଏମାନଙ୍କ ମଧ୍ୟରୁ ୩୪.୪୨ ଲକ୍ଷ ଅର୍ଥାତ ୧୨.୪ ପ୍ରତିଶତ ଶିଖ । ଅନ୍ୟପକ୍ଷରେ ବୌଦ୍ଧ ଦଳିତଙ୍କ ସଂଖ୍ୟା ୨୭ ହଜାର ୩୯୦

ପଂଜାବରେ ମୋଟ ସିଖ୍ ଜନସଂଖ୍ୟା ହେଉଛି ୧ କୋଟି ୬୦ ଲକ୍ଷ ବା ୫୭.୬୯ ପ୍ରତିଶତ । ଅନ୍ୟପକ୍ଷରେ ହିନ୍ଦୁ ଜନସଂଖ୍ୟା ହେଉଛି ୧ କୋଟି ୬ ଲକ୍ଷ ଅର୍ଥାତ ଜନସଂଖ୍ୟାର ୩୮ ପ୍ରତିଶତ ହିନ୍ଦୁପଂଜାବର ଦଳିତ ସମାଜ ଅଲଗା ଅଲଗା ବର୍ଗରେ ବିଖଣ୍ଡିତ । ଦଳିତଙ୍କ ମଧ୍ୟରୁ ୨୬ ପ୍ରତିଶତ ଶିଖ,୮.୬୬ ପ୍ରତିଶତ ବାଲ୍ମିକୀ,୧୦ ପ୍ରତିଶତ ଅଦଧର୍ମୀ ଶିଖ ଓ ୨୦.୭୮ ପ୍ରତିଶତ ରବିଦାଶିୟା ସିଖ୍ ଅଟନ୍ତି । କଂଗ୍ରେସ ଏହି ଦଳିତ ଭୋଟରଙ୍କ ଟାର୍ଗେଟ୍ କରି କଂଗ୍ରେସ ବାଜି ଖେଳିଛି । ତେବେ ଗୋଟିଏ କଥା ହେଉଛି ଯେ, ବହୁ ଭାଗରେ ବିଭକ୍ତ ପଂଜାବର ଦଳିତ କେବେ ମଧ୍ୟ ଗୋଟିଏ ଦଳକୁ ଭୋଟ୍ କରନ୍ତି ନାହିଁ । ଏମିତିରେ କଂଗ୍ରେସର ଟ୍ରମ୍ପ୍ କାର୍ଡ୍ ଭୋଟରଙ୍କୁ ନିଜ ଆଡକୁ ଆଣିବାରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ରହିଲା ।

ରବିଦାଶ ଡେରା ଚନ୍ନିଙ୍କ ସପକ୍ଷରେ ?

କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହ କାଳରେ ଚନ୍ନି ରବିଦାଶ ଡେରାରେ ଶରଣ ପସିଥିଲେସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସେ ଡେରା’ର ସମର୍ଥନ ମାଗିଥିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଡେରା ମୁଖ୍ୟ ତାଙ୍କୁ କହିଥିଲେ ଯେ, ତୁମେ କାହିଁକି ମୁଖ୍ୟମନ୍ତ୍ରୀ ହେଉନାହଁ ? ଏହା ପରେ ପୁରା ସମୀକରଣ ବଦଳି ଯାଇଥିଲା । ସିଦ୍ଧୁଙ୍କ ବଦଳରେ ଚନ୍ନି ନିଜେ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami