ହ୍ୱାଇଟ୍ ହାଉସରେ ଇତିହାସ ପୁଣି ନିଜକୁ ଦୋହରାଇଲା ଏମିତି, ମନେ ପଡିଗଲା ଲାଦେନର ଅନ୍ତ କଥା

Above Post Content

ଇତିହାସର ନିଜକୁ ଦୋହରାଏ । ଗୁରୁବାର ହ୍ୱାଇଟ୍ ହାଉସର ସିଚୁଏସନ ରୁମ୍ ଉପରେ ନଜର ପକାଇଲେ ଏହି କଥା କେତେ ସତ ତାହା ଜଣା ପଡୁଛି । ୧୧ ବର୍ଷ ତଳର ସେହି ଘଟଣା ମନେପଡୁଛି ଯେତେବେଳେ ଲାଡେନର ଅନ୍ତ ଲାଇଭ୍ ଦେଖିଥିଲେ ରାଷ୍ଟ୍ରପତି ଓବାମା । ଆଉ ୧୧ ବର୍ଷ ପରେ ସେହି ଏକା ରୁମରେ ବସି ଇସଲାମିକ୍ ଷ୍ଟେଟର ମୁଖିଆର ଅନ୍ତ ଦେଖିଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍ । କେବଳ ଗୋଟିଏ ଫରକ ହେଲା ସେତେବେଳେ ବାରାକ୍ ଓବାମା ଥିଲେ ଏବଂ ବାଇଡେନ୍ ଥିଲେ ଉପରାଷ୍ଟ୍ରପତି । ୧୧ ବର୍ଷ ତଳର ସେହି ଘଟଣା ଓ ବର୍ତ୍ତମାନର ଘଟଣା ମଧ୍ୟରେ ଥିବା ଆଶ୍ଚର୍ଯ୍ୟଜନକ ସମାନତା ଉପରେ ନଜର ପକାନ୍ତୁ ।

୧୧ ବର୍ଷ ତଳେ । ୨ ମେ ୨୦୧୧ । ଆମେରିକା ସିଲ୍ କମାଣ୍ଡୋଜ୍ ପାକିସ୍ତାନର ଏବଟାବାଦରେ ଗୋଟିଏ ଘର ଉପରେ ଚଢାଉ କରି ଇସଲାମିକ୍ ଆତଙ୍କବାଦର ପୋଷ୍ଟର ବୟ ଓସମା ବିନ୍ ଲାଦେନକୁ ହତ୍ୟା କରଥିଲେ । ୧୧ ବର୍ଷ ପରେ ସମାନ ଧରଣର ଅପରେସନରେ ଆମେରିକାର ଏଲିଟ୍ ଏୟାର କମାଣ୍ଡୋ ସିରିଆରେ ଇସଲାମିକ୍ ଷ୍ଟେଟର ମୁଖ୍ୟକୁ ହତ୍ୟା କରିଛନ୍ତି ।

After 2nd paragraph post ads

୩ ଫେବୃଆରୀ ୨୦୨୨ ଦିନ ସିରିୟାର ରାଜଧାନୀ ଦମିଶ୍କ ନିକଟରେ ଥିବା ଏକ ସହରରେ ଏହି ଆକ୍ରମଣ ହୋଇଥିଲା । ଏଥର ଇସଲାମିକ୍ ଷ୍ଟେଟ୍ ଅର୍ଥାତ୍ ଆଇଏସଆଇଏସର ଆତଙ୍କବାଦୀ ଇବ୍ରାହିମ୍ ଅଲ୍ ହାସମୀ ଅଲ କୁରୈସିକୁ ମିଳିଥିଲା ମୃତ୍ୟୁ ।

କିନ୍ତୁ କୁହାଯାଉଛି ଯେ, ହାଶମୀକୁ ଆମେରିକା କମାଣ୍ଡୋଜ୍ ମାରି ନଥିଲେ ବରଂ ଗିରଫ ଭୟରେ ନିଜକୁ ବମରେ ଉଡ଼ାଇ ଦେଇଥିଲା ହାଶମୀ । CNNର ଏକ କାର୍ଯ୍ୟକ୍ରମରେ ହାଶମୀର ନିଜକୁ ବମରେ ଉଡ଼ାଇବା କଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି । କିନ୍ତୁ ଏବେ ହାଶମୀର ମୃତ୍ୟୁ ଏବଂ ଲାଡେନର ମୃତ୍ୟୁ ମଧ୍ୟରେ ସାମଞ୍ଜସ୍ୟ ନଜର ଆସିଛି । ଅନେକ ଏହାକୁ ନେଇ ତୁଳନା କରୁଛନ୍ତି ।

ସିଚୁଏସନ୍ ରୁମର ଦୁଇ ସିଚୁଏସନ୍:

ଲାଡେନକୁ ମାରିବା ବେଳର ଘଟଣା ରାଷ୍ଟ୍ରପତି ଓବାମା ତାଙ୍କ ଟିମ୍ ସହିତ ସିଚୁଏସନ୍ ରୁମରେ ଉପସ୍ଥିତ ଥିଲେ । ଏହାର ଫଟୋଗ୍ରାଫ୍ ନିଜେ ହ୍ୱାଇଟ୍ ହାଉସର ପ୍ରେସ୍ ଷ୍ଟାଫ୍ ଜାରି କରିଥିଲେ । ଓବାମାଙ୍କ ଚେହେରାରେ ଟେନସନ୍ ପୂରା ନଜର ଆସୁଥିଲା । ପ୍ରାୟ ୧୪ କିଲୋମିଟର ଦୂର ୟୁଏସ୍ ନେଭିର ଏଲିଟ୍ ସିଲ କମାଣ୍ଡୋ ଫୋର୍ସ ପାକିସ୍ତାନରେ ଦୁନିଆର ସବୁଠାରୁ ଖତରନାକ ଆତଙ୍କବାଦୀକୁ ମାରିବା ପାଇଁ ଅପରେସନ ଜାରି ରଖିଥିଲା । କମାଣ୍ଡୋଙ୍କ ହେଲମେଟରେ ଲାଗିଥିଲା ନାଇଟ୍ ଭିଜନ କ୍ୟାମେରା । ଏହା ଜରିଆରେ ଫଟୋ ସିଧାସଳଖ ପହଞ୍ଚୁଥିଲା ହ୍ୱାଇଟ୍ ହାଉସରେ

ସିଚୁଏସନ୍ ୨:

Middle post content

ଗୁରୁବାର ISIS ଗ୍ୟାଙ୍ଗଷ୍ଟର ଇବ୍ରାହିମ୍ ଅଲ ହାଶମୀ ଅଲ କୁରୈସିକୁ US ଏୟାରଫୋର୍ସର ଏଲିଟ୍ କମାଣ୍ଡୋ ୟୁନିଟ୍ ସିରିୟାରେ ମାରିଥିଲା । ଯାହାର ଲାଇଭ୍ ଦେଖୁଥିଲେ ପ୍ରାୟ ୧୨ ହଜାର କିଲୋମିଟର ଦୂର ସ୍ଥିତ ହ୍ୱାଇଟ ହାଉସର ସିଚୁଏସନ ରୁମରେ ବସିଥିବା ରାଷ୍ଟ୍ରପତି ବାଇଡେନଙ୍କ ଟିମ୍ ।

କ’ଣ ରହିଛି ସଂଯୋଗ ?

ଉଭୟ ଅପରେସନରେ ଜଣେ ଲେଖାଏଁ ମହିଳା ଉପସ୍ଥିତ ଥିଲେ । ଲାଡେନକୁ ମାରିବା ସମୟରେ ହେଲେରୀ କ୍ଲିଣ୍ଟନ୍ ଏବଂ ଏଥର କମଲା ହାରିସ୍ଲାଡେନକୁ ଏବଟାବାଦର ଏକ ଧଳା ରଙ୍ଗର ଘରେ ମରା ଯାଇଥିଲା ଏବଂ ଏଥର ହାଶମୀ ମଧ୍ୟ ରହୁଥିବା ଘରର ରଙ୍ଗ ଥିଲା ଧଳା ।

ଉଭୟଙ୍କ ମୃତ୍ୟୁ ବେଳେ ସେମାନଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ଲାଡେନ ସହିତ ତା ପରିବାରର କିଛି ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ହାଶମୀର ପୂରା ପରିବାରର ଜୀବନ ଯାଇଛି ।

ଲାଡେନର ମୃତ୍ୟୁର ଖବର ଦେଇଥିଲେ ଓବାମା ଏବଂ ହାଶମୀର ଜୋ ବାଇଡେନ୍

ଲାଡେନକୁ ମାରିବା ସମୟରେ ଆମେରିକାର ଏକ ହେଲିକପ୍ଟର ଖରାପ ହୋଇ ଯାଇଥିଲା ଏବଂ ହାଶମିକୁ ମାରିବା ସମୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।

ଲାଡେନକୁ ମାରିବା ପାଇଁ ପ୍ରାୟ ୨ ମାସ ଧରି ଯୋଜନା କରାଯାଇଥିଲା ଏବଂ ହାଶମୀକୁ ମାରିବା ପାଇଁ ମଧ୍ୟ ପ୍ରାୟ ସେତିକି ସମୟର ଆବଶ୍ୟକତା ପଡ଼ିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami