‘ୱାଃ ନେହେରୁ ତେରି ମୌଜ’ ଠାରୁ ୨୦୨୨ : ଏମିତି ସ୍ଲୋଗାନ ସହ ବଦଳିଛି ଦେଶର ରାଜନୀତି

Above Post Content

ସ୍ଲୋଗାନ.. ଯେକୌଣସି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ନିର୍ବାଚନ ପ୍ରଚାରରେ ଭୋଟରଙ୍କୁ ନିଜ ପଟକୁ ଟାଣିବାକୁ ରାଜନୈତିକ ଦଳ ମସାଲାଦାର ସ୍ଲୋଗାନ୍ ସହିତ ମୈଦାନକୁ ଓହ୍ଲାଇଥାନ୍ତି । ତେବେ ରାଜନୈତିକ ଦଳଙ୍କ ନିର୍ବାଚନୀ ସ୍ଲୋଗାନର ମଧ୍ୟ ଇତିହାସ ରହିଛି । ଭୋଟ୍ ରାଜନୀତିରେ କେବେଳ ସ୍ଲୋଗାନ୍ ଲୋକଙ୍କୁ ଗୋଟିଏ ରାଜନୈତିକ ଦଳ ଆଡକୁ ଟାଣେ ନାହିଁ ବଂର ଏହା କ୍ଷମତାକୁ ମଧ୍ୟ ଦୋହଲାଇ ଦେଇଥାଏ । ଯାହାର ଢେର ଉଦାହରଣ ରହିଛି୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଭିତରେ ରାଜନୈତିକ ସ୍ଲୋଗାନକୁ ନେଇ ଆଲୋଚନାର ଆବଶ୍ୟକତା ମଧ୍ୟ ରହିଛି । କାରଣ ସବୁ ଦଳ ନିଜ ସବୁ ଶକ୍ତି ଖଟାଇ ଏହି ନିର୍ବାଚନ ଲଢୁଛନ୍ତି କାରଣ ଏହା ୨୦୨୪ ପୂର୍ବର ସେମିଫାଇନାଲ ଏମିତିରେ ଆସନ୍ତୁ ଜାଣିବା ଅତିତରେ ଭାରତୀୟ ରାଜନୀତିକୁ ଦୋହଲାଇ ଦେଇଥିବା ଓ ସତ୍ତା ପରିବର୍ତ୍ତନର କାରଣ ପାଲଟିଥିବା କିଛି ଚର୍ଚ୍ଚିତ ସ୍ଲୋଗାନ ବାବଦରେ..

୧୯୫୧ ସାଧରାଣ ନିର୍ବାଚନ : କଂଗ୍ରେସ ସ୍ଲୋଗାନ

After 2nd paragraph post ads

ଭାରତର ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ୧୯୫୧ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଅନେକ ଐତିହାସିକ ଘଟଣା ଘଟିଥିଲା । ଯେମିତି ବିଶ୍ୱରେ ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ଲୋକଙ୍କୁ ମତଦାନର ଅଧିକାର ମିଳିବା । ଏହି ନିର୍ବାଚନରେ କଂଗ୍ରେସର ସ୍ଲୋଗାନ ଥିଲା – ‘ସ୍ଥାୟୀ, ଧର୍ମନିରପେକ୍ଷ, ପ୍ରଗତିଶୀଳ ସରକାର ପାଇଁ’

୧୯୬୨ ନିର୍ବାଚନ : ଜନସଂଘର ସ୍ଲୋଗାନ୍

୧୯୬୨ରେ ତୃତୀୟ ସାଧାରଣ ନିର୍ବାଚନ ହୋଇଥିଲାକଂଗ୍ରେସ ୪୮୮ ଆସନରେ ନିର୍ବାଚନ ଲଢି ୩୬୧ ଆସନ ଜିତିଥିଲା । ପ୍ରଥମଥର ଭଳି ଏହି ନିର୍ବାଚନରେ ମଧ୍ୟ ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟି ଦେଶର ଦ୍ୱିତୀୟ ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା । ଜନସଂଘର ଆସନ ସଂଖ୍ୟା ମଧ୍ୟ ୧୯୫୧ ତୁଳନାରେ ତିନିଗୁଣ ଅଧିକ ବଢିଥିଲାଏହି ନିର୍ବାଚନରେ ଜନସଂଘ ନେହେରୁଙ୍କୁ ଟାର୍ଗେଟ୍ କରିଥିଲା । ଏହାର ସ୍ଲୋଗାନ ଥିଲା- ୱାହରେ ନେହେରୁ ତେରି ମୌଜ୍, ଘର ମୈ ହମଲା ବାହାର ଫୌଜ’

ଇନ୍ଦିରା ହଟାଓ ଦେଶ ବଚାଓ

Middle post content

ଏହା ଏମିତି ଗୋଟିଏ ସ୍ଲାଗାନ ଯାହାକୁ ଆଜି ମଧ୍ୟ ଅନେକ ମନେ ପକାନ୍ତି୧୯୭୫ ମସିହାର ଜରୁରୀକାଳିନ ପରିସ୍ଥିତି ପରେ ଇନ୍ଦିରାଙ୍କ ବିରୋଧରେ ଦେଶବ୍ୟାପି ଜନମତ ସୃଷ୍ଟି ହୋଇଥିଲା । ଯାହାକୁ ଅସ୍ତ୍ର କରି ଜନତା ପାର୍ଟି କ୍ଷମତାକୁ ଆସିଥିଲା । ସେତେବେଳେ ଜନତା ପାର୍ଟିର ସ୍ଲୋଗାନ ଥିଲା-ଇନ୍ଦିରା ହଟାଓ ଦେଶ ବଚାଓ

ଗାଲୋ ପରେ ଜୋ ଲାଲି ହୈ, ତୋପୋଁ କି ଦଲାଲି ହୈ

୧୯୮୯ ମସିହା ସାଧାରଣ ନିର୍ବାଚନରେ ଜନମୋର୍ଚ୍ଚା ଏହି ସ୍ଲୋଗାନ ଦ୍ୱାରା ରାଜୀବ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଥିଲାବୋଫର୍ସ ଦୁର୍ନିତିରେ ରାଜୀବ ଗାନ୍ଧୀ ଓ ତାଙ୍କ ସହଯୋଗୀଙ୍କ ସଂଲିପ୍ତତାକୁ ଦର୍ଶାଇବା ପାଇଁ ଏହି ନାରା ଦିଆଯାଇଥିଲା । ଏହାଛଡା ତୃତୀୟ ସାମ୍ମୁଖ୍ୟର ଆଉ ଗୋଟିଏ ସ୍ଲୋଗାନ ମଧ୍ୟ ସେତେବେଳେ ବେସ୍ ଲୋକପ୍ରିୟ ହୋଇଥିଲା । ଆଉ ତାହା ଥିଲା-‘ରାଜା ନହିଁ ଫକିର ହୈ, ଭାରତ କି ତକଦିର ହୈ’ । ଏହି ସ୍ଲୋଗାନ ଦ୍ୱାରା ରାଜୀବଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ଭିପି ସିଂଙ୍କୁ ନାୟକ ଭାବେ ଦର୍ଶାଯାଇଥିଲା ।

ବିଜେପି ସ୍ଲୋଗାନ୍

ରାମ ମନ୍ଦିରକୁ ପ୍ରସଙ୍ଗ କରି ଦୁଇ ଆସନରୁ ଶତକ ଛୁଇଁଥିବା ବିଜେପି ୧୯୯୦ ଦଶକରେ ରାମଙ୍କୁ ନେଇ ସ୍ଲୋଗାନ ତିଆରି କରୁଥିଲାବିଜେପିର ରଣନୀତି ଓ ପ୍ରଚାର ରାମଙ୍କ ଚାରିପଟେ ଘୁରିବୁଲୁଥିଲା୧୯୯୧ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ କାଳରେ ବିଜେପିର ସ୍ଲୋଗାନ୍ ଥିଲା ‘ରାମ୍ ଲାଲା ହମ୍ ଆଏଙ୍ଗେ,ମନ୍ଦିର ୱହିଁ ବନାଏଙ୍ଗେ’ । ଆଉ ଏବେ ଉତ୍ତର ପ୍ରଦେଶରେ ବିଜେପିର ସ୍ଲୋଗାନ୍ ହେଉଛି, ତାଙ୍କୁ ଆଣିବା ଯିଏ ରାମଙ୍କୁ ଆଣିଲେ ।

ତେବେ ୨୦୧୪ର ବିଜେପି ସ୍ଲୋଗାନ୍ ଆଛେଦିନ୍ ଆନେୱାଲା ହୈ, ମୋଦି ଆନେୱାଲେ ହୈଁ ସ୍ଲୋଗାନ ବିନା ଏହି ଆଲୋଚନା ନିଶ୍ଚିତ ଭାବେ ଅଧୁରା ହେବ । ୨୦୦୪ରେ ଯଦି କଂଗ୍ରେସର‘କଂଗ୍ରେସ କା ହାଥ୍ ଆମ ଆଦମୀ କେ ସାଥ୍’ ବିଜେପିର ‘ସାଇନିଂ ଇଣ୍ଡିଆ’ କ୍ୟାମ୍ପେନକୁ ପମ୍ପଚର କରିଥିଲା ତେବେ ୨୦୧୪ରେ ସମାନ ଅବସ୍ଥା କଂଗ୍ରେସର ହୋଇଥିଲା ‘ଆଛେଦିନ୍’ ସ୍ଲୋଗାନ୍ ପାଇଁ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami