ଗୋଟିଏ ଟ୍ୱିଟ୍ ହୁଣ୍ଡାଇକୁ ପଡିବାକୁ ଯାଉଛି ମହଙ୍ଗା, ପାକିସ୍ତାନ ପ୍ରେମ ପାଇଁ ବିପଦରେ ୬ଶହ କୋଟି ଡଲାର ନିବେଶ

Above Post Content

Hyundai Kashmir Controversy: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ହୁଣ୍ଡାଇର ଆପତ୍ତିଜନକ ପୋଷ୍ଟକୁ ନେଇ ଭାରତୀୟଙ୍କ କ୍ରୋଧ ଥମିବାର ନାଁ ଧରୁନି । ବିବାଦ ତୀବ୍ର ହେଉଥିବା ଦେଖି ହୁଣ୍ଡାଇ ଇଣ୍ଡିଆ ଏହି ପ୍ରସଙ୍ଗରେ ଥରେ ନୁହେଁ ଦୁଇଥର କ୍ଷମା ମାଗି ସାରିଲାଣି କିନ୍ତୁ ବିବାଦ ଥମିବାର ନାଁ ନେଉନି । ଆଉ ଏହା ସହିତ ହୁଣ୍ଡାଇର ଭାରତର ୬ ଶହ କୋଟି ଡଲାର ବ୍ୟବସାୟ ଉପରେ ଲାଗିଲାଗଣି ପ୍ରଶ୍ନ । ଏହି ପ୍ରସଙ୍ଗରେ ହୁଣ୍ଡାଇ ଇଣ୍ଡିଆ ମଙ୍ଗଳବାର ଦିନ ପୁଣିଥରେ କ୍ଷମା ମାଗିଛିଟ୍ୱିଟରରେ ବୟକଟ୍ ହୁଣ୍ଡାଇ ଟ୍ରେଣ୍ଡିଂ କରୁଥିବା ବେଳେ ଆସନ୍ତୁ ଜାଣିବା ବିବାଦ ପଛର କାରଣ ..

କଣ ରହିଛି ପୂରା ମାମଲା ?

After 2nd paragraph post ads

ଫେବ୍ରୁଆରି ୫ରୁ ଏହି ବିବାଦ ଆରମ୍ଭ ହୋଇଥିଲା । ଫେବ୍ରୁଆରି ୫କୁ ପାକିସ୍ତାନ କାଶ୍ମୀର ଡେ’ ଭାବେ ପାଳନ କରୁଛିକାଶ୍ମୀର ଡେ’ରେ ଦକ୍ଷିଣ କୋରିଆ କମ୍ପାନୀର ପାକିସ୍ତାନ ୟୁନିଟ୍ ଦ୍ୱାରା ଏକ ଅତ୍ୟନ୍ତ ଆପତ୍ତିଜନକ ପୋଷ୍ଟ କରାଯାଇଥିଲାପାକିସ୍ତାନ ହୁଣ୍ଡାଇ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ତଥାକଥିତ କାଶ୍ନୀର ସ୍ୱାଧିନତା ଆନ୍ଦୋଳନକୁ ସମର୍ଥନ କରିଥିଲା । ଟ୍ୱିଟରେ ଲେଖାଥିଲା ଯେ, ‘ଆସନ୍ତୁ ଆମର କାଶ୍ମୀରୀ ଭାଇମାନଙ୍କ ବଳିଦାନକୁ ମନେ ରଖିବା ଏବଂ ତାଙ୍କ ସମର୍ଥନରେ ଛିଡ଼ାହେବା କାରଣ ସେମାନେ ସ୍ୱାଧୀନତା ପାଇଁ ସଂଗ୍ରାମ ଜାରି ରଖିଛନ୍ତିଆକାଉଣ୍ଟରେ କାଶ୍ମୀର ସଲିଡାରିଟି ଦିବସକୁ ସମର୍ଥନ କରୁଥିବା ଏକ ବାର୍ତ୍ତା ପୋଷ୍ଟ କରି ଏହାକୁ ସ୍ୱାଧୀନତା ସଂଗ୍ରାମ ବୋଲି କହିଥିଲା କମ୍ପାନୀ ।

କେବଳ ଏତିକି ନୁହେଁ, ପାକିସ୍ତାନ ହୁଣ୍ଡାଇ ଦ୍ୱାରା ଫେସବୁକରେ ଏକ ବିବାଦୀୟ ପୋଷ୍ଟ ମଧ୍ୟ କରାଯାଇଥିଲା, ଯେଉଁଥିରେ ଭାରତୀୟ ଏବଂ ଭାରତୀୟ ମୂଳ ଲୋକ ତୀବ୍ର ପ୍ରତିବାଦ କରିଛନ୍ତି । ବଢୁଥିବା ଚାପକୁ ଦେଖି ପାକିସ୍ତାନ ହୁଣ୍ଡାଇ ଏହାର ଟୁଇଟର ଏବଂ ଫେସବୁକ ଆକାଉଣ୍ଟରୁ ଏହି ପୋଷ୍ଟଗୁଡ଼ିକୁ ଡିଲିଟ କରିଦେଇଛି ।

କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ପୋଷ୍ଟକୁ ନେଇ ଭାରତରେ ଚାଲିଥିବା ବିରୋଧ ମଧ୍ୟରେ ହୁଣ୍ଡାଇ ଇଣ୍ଡିଆ ଏହାର ଟ୍ୱିଟର ଆକାଉଣ୍ଟରେ ଏକ ଆଧିକାରିକ ବିବୃତ୍ତି ଜାରି କରିଛି । କମ୍ପାନୀ ତରଫରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ହୁଣ୍ଡାଇ ଗତ ୨୫ ବର୍ଷ ଧରି ଭାରତରେ ବ୍ୟବସାୟ କରୁଛି ଏବଂ ଜାତୀୟତାକୁ ହୃଦୟ ସହିତ ସମ୍ମାନ କରୁଛି । କମ୍ପାନୀ ଆହୁରି ମଧ୍ୟ ବିବୃତ୍ତିରେ କହିଛି ଯେ, ସୋସିଆଲ ମିଡିଆରେ ହୁଣ୍ଡାଇ ମୋଟର ଭାରତ ସହ ଜଡ଼ିତ ଏହି ପୋଷ୍ଟ ଏହି ମହାନ ଦେଶ ପ୍ରତି ଆମର ପ୍ରତିବଦ୍ଧତା ବିରୁଦ୍ଧ ଅଟେହୁଣ୍ଡାଇ ବ୍ରାଣ୍ଡ ପାଇଁ ଭାରତ ହେଉଛି ଦ୍ୱିତୀୟ ଘର ଏବଂ କୌଣସି ସମ୍ବେଦନଶୀଳ ପ୍ରସଙ୍ଗରେ ଆମର ଶୂନ୍ୟ ସହନଶୀଳତା ନୀତି ରହିଛି । ଏହି ଦେଶ ତଥା ଏହାର ଲୋକଙ୍କ ଉନ୍ନତି ପାଇଁ ଆମେ ଉଦ୍ୟମ ଜାରି ରଖିବୁ।’

Middle post content

ବୟାନ ପରେ ବି କାହିଁକି ବଢ଼ୁଛି ଭାରତୀୟଙ୍କ କ୍ରୋଧ ?

କାଶ୍ମୀର ପ୍ରସଙ୍ଗରେ ହୁଣ୍ଡାଇ ଇଣ୍ଡିଆ ଦେଇଥିବା ବିବୃତ୍ତି ପରେ ଭାରତୀୟ ବ୍ୟବହାରକାରୀଙ୍କ କ୍ରୋଧ ଆହୁରି ବୃଦ୍ଧି ପାଇଛି। ଲୋକମାନେ କହିଛନ୍ତି ଯେ ଏହି ପ୍ରସଙ୍ଗରେ କମ୍ପାନୀ କ୍ଷମା ମାଗିବା ଉଚିତ । ଟ୍ୱିଟରରେ ୟୁଜର୍ସ ମାନେ ୩ଟି ଦାବି ରଖିଛନ୍ତି । ଯାହା ହେଉଛି କମ୍ପାନୀର ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା, କମ୍ପାନୀ ତରଫରୁ ଟ୍ୱିଟରରେ ବ୍ଲକ କରାଯାଇଥିବା ଭାରତୀୟ ୟୁଜର୍ସଙ୍କୁ ଅନବ୍ଲକ କରିବା ଏବଂ କାଶ୍ମୀରକୁ ଭାରତର ଅଂଶ ମାନିବା

ଟ୍ୱିଟରରେ ଲଗାତାର ଟ୍ରେଣ୍ଡ କରୁଛି Boycott Hyundai

ହୁଣ୍ଡାଇର ଏପରି ଟ୍ୱିଟ ପରେ ଭାରତୀୟମାନଙ୍କ ଦ୍ୱାରା #BoycottHyundai ଟ୍ରେଣ୍ଡ କରୁଛି । ୨୦୨୦ ମସିହାରେ ଚୀନ ସହ ସୀମା ବିବାଦ ପରେ ଠିକ ଏହିପରି #BoycottChineseGoods ଟ୍ରେଣ୍ଡ କରିଥିଲା ।

ଗତ ବର୍ଷ ଡିସେମ୍ବରରେ, ଅଟୋମେକର୍ ୨୦୨୮ ସୁଦ୍ଧା ଭାରତରେ ପ୍ରାୟ ୬ ଟି ବୈଦ୍ୟୁତିକ ଗାଡି ଚଲାଇବା ପାଇଁ ପ୍ରାୟ ୪,୦୦୦ କୋଟି ଡଲାର ବିନିଯୋଗ କରିବା ନେଇ ଯୋଜନା ଘୋଷଣା କରିଥିଲା । ଆଗାମୀ କିଛି ବର୍ଷ ମଧ୍ୟରେ ଏହାର ଗ୍ଲୋବାଲ୍ ପ୍ଲାଟଫର୍ମ ‘E-GMP’ ଉପରେ ଆଧାର କରି କମ୍ପାନୀ ନୂଆ ଗାଡ଼ି ସହ କିଛି ମିଶ୍ରିତ ମଡେଲ ଲଞ୍ଚ କରିବାକୁ ଯୋଜନା କରୁଛି । ଏଭଳି ପରିସ୍ଥିତିରେ ହୁଣ୍ଡାଇ ଇଣ୍ଡିଆ ଭାରତୀୟ ଗ୍ରାହକଙ୍କ ନିକଟରେ କ୍ଷମା ମାଗିବ କି ନାହିଁ ତାହା ଦେଖିବା ବାକି ରହିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami