ଯୁବ ୟୁଟ୍ୟୁବର ଦିବ୍ୟଜ୍ୟୋତି

Above Post Content

ଦୃଢ଼ ଇଚ୍ଛାଶକ୍ତି ଆଉ ଆତ୍ମବିଶ୍ୱାସ ବଳରେ ଜଣେ ବ୍ୟକ୍ତି ନିଜର ପ୍ରତିଭାକୁ ବିକଶିତ କରିପାରିବ । ପ୍ରତିଭା ବଳରେ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିବ । ଏହାଦ୍ୱାରା ସେ ନିଜେ ଉପକୃତ ହେବା ସହ ଅନ୍ୟମାନଙ୍କ ପାଇଁ ସାଜିପାରିବ ପ୍ରେରଣା । କେନ୍ଦ୍ରାପଡ଼ା ଜିଲ୍ଲା ବାଘବୁଦା ଗାଁର ଦିବ୍ୟଜ୍ୟୋତି ନାୟକ ସେମିତି ଜଣେ ଯୁବକ, ଯିଏ ପ୍ରତିଭା ବଳରେ ଜଣେ ସଫଳ ‘ଯୁବ ୟୁଟ୍ୟୁବର’ ଭାବେ ନିଜକୁ ପରିଚିତ କରାଇପାରିଛନ୍ତି ।

ବାଣିଜ୍ୟରେ ସ୍ନାତକୋତର କରିଥିବା ଦିବ୍ୟଜ୍ୟୋତି ପିଲାଟିବେଳୁ ଥିଲେ କଳାମନସ୍କ । ପ୍ରତିଯୋଗିତା ମୂଳକ ପରୀକ୍ଷା ପଛରେ ନ ଗୋଡ଼ାଇ ଗାଁରେ ରହି ବାପାଙ୍କ ଗ୍ରସରି ଆଉ ସାଇକେଲ ଦୋକାନରେ ସହାୟତା କରୁଥିଲେ । ଆଉ ଚିନ୍ତା କଲେ କେମିତି ନିଜ ପ୍ରତିଭାକୁ ପଦାକୁ ଆଣିବେ । ବାସ୍‌, ମିଳିଗଲା ତାଙ୍କୁ ଉପାୟ । ସେ ଦେଖିଲେ ସମୟ ବଦଳୁଛି । ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ଭାବିଲେ ଏଇ ସ୍ମାର୍ଟଫୋନ୍ ହେଉଛି ସମୟର ଆହ୍ୱାନ । ତେଣୁ ସ୍ମାର୍ଟଫୋନ୍ ବ୍ୟବହାର କରି ସେ ନିଜର ଅନ୍ତର୍ନିହିତ ଗୁଣକୁ ବାହାରକୁ ଆଣିବା ଲାଗି ଚେଷ୍ଟା ଜାରି ରଖିଲେ । ନିଜେ ସ୍କ୍ରିପ୍ଟ ଲେଖି ସ୍କ୍ରିନ୍‌ପ୍ଲେ ପାଇଁ ପ୍ରସ୍ତୁତ ହେଲେ । ଆଉ ନିଜେ ବି ଭିଡିଓ ତିଆରି କଲେ ।

After 2nd paragraph post ads
Middle post content

୨୦୧୯ ମେ’ ମାସ । ସେଦିନ ଥାଏ ତାଙ୍କର ଜନ୍ମଦିନ । ଘରକୁ ସାଙ୍ଗମାନେ ଆସିଥାନ୍ତି ଦିବ୍ୟଙ୍କର ଭାରି ଇଚ୍ଛା ଥାଏ ଜନ୍ମଦିନକୁ ନେଇ ଗୋଟିଏ ଭିଡିଓ ବନେଇବା ପାଇଁ । ଅବଶ୍ୟ ତାଙ୍କ ପାଖରେ ସ୍କ୍ରିପ୍ଟ ଥିଲା । ହେଲେ ସୁଟିଂ କରିବା ପାଇଁ କ୍ୟାମେରାଟିଏ ନ ଥିଲା । ଜଣେ ବନ୍ଧୁଙ୍କଠାରୁ କ୍ୟାମେରାଟିଏ ମାଗି ଆଣିଲେ । ଆଉ ପ୍ରସ୍ତୁତ କଲେ ଏକ ଭିଡିଓ । ଯାହାର ଶୀର୍ଷକ ରଖିଥିଲେ । ହ୍ୱାର୍ଟ ଇଜ୍ ଫ୍ରେଣ୍ଡସ୍ । ଭିଡିଓଟିକୁ ସେ ହିନ୍ଦୀ ଭାଷାରେ ହିଁ ପ୍ରସ୍ତୁତ କରିଥିଲେଫେସ୍‌ବୁକ୍‌ରେ ଅପ୍‌ଲୋଡ୍ କଲେ । ଆଶାତୀତ ସଫଳତା ମିଳିଲା । ଖୁବ୍ କମ୍ ସମୟରେ ତାହା ଦେଖିଥିଲେ ୩ ମିଲିୟନରୁ ଅଧିକ ଦର୍ଶକ । ଏଇଠୁ ଆରମ୍ଭ ହେଲା ୟୁଟ୍ୟୁବର ବନିବାର ନିଶା । ଦିବ୍ୟଙ୍କର ପରିଚୟ ଆଉ ରାଜ୍ୟ ଭିତରେ ସୀମିତ ହୋଇରହିନାହିଁ । ଜଣେ ମୋଟିଭେସନାଲ ୟୁଟ୍ୟୁବର ବା ୟୁଟ୍ୟୁବ୍‌ରେ ପ୍ରେରଣାପ୍ରଦ ଭିଡିଓ ପ୍ରସ୍ତୁତ କରୁଥିବା ଯୁବକ ଭାବରେ ଦେଶ ବିଦେଶରେ ନିଜକୁ ପରିଚିତ କରାଇଲେ । ଦିବ୍ୟଜ୍ୟୋତି କହନ୍ତି, ପ୍ରଥମ ଭିଡିଓଟି ତାଙ୍କୁ ଅର୍ଥ ସହିତ ପରିଚିତ ମଧ୍ୟ ଦେଇଛି । ଏହାକୁ ତିଆରି କରିବା ପାଇଁ ସେ ଟଙ୍କାଟିଏ ବି ଖର୍ଚ୍ଚ କରି ନଥିଲେ । ମାତ୍ର ସେଥିରୁ ତାଙ୍କୁ ମିଳିଥିଲା ୭୦ ହଜାର ଟଙ୍କା

ୟୁଟ୍ୟୁବ୍ ରୋଜଗାର ଦେଇଛି ସତ । ହେଲେ କେବଳ ଅର୍ଥ ରୋଜଗାର କରିବା ତାଙ୍କର ମୂଳ ଲକ୍ଷ୍ୟ ନୁହେଁ । ସମାଜରେ ବ୍ୟାପୁଥିବା ନକରାତ୍ମକ ଚିନ୍ତାଧାରାକୁ ଦୂର କରି ଲୋକମାନଙ୍କ ଭିତରେ ସକାରାତ୍ମ ମନୋଭାବ ସୃଷ୍ଟି କରିବା ହେଉଛି ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ । ସେଥିପାଇଁ କାହାଣୀ ଚୟନ ବେଳେ ସେ ଯଥେଷ୍ଟ ଯତ୍ନବାନ ହୋଇଥାନ୍ତି । ଜଣେ ଗରିବ ବାପର କାହାଣୀକୁ ନେଇ ସେ ପ୍ରସ୍ତୁତ କରିଛନ୍ତି ଭିଡିଓ ‘ପୋର୍ ଫାଦର କ୍ୟାଂଟ ବାଏ ଏ ସାଇକଲ’ । ଏହି ଭିଡିଓଟି ଦର୍ଶକଙ୍କ ଆଖିରେ ଲୁହ ଭରିଦେଇଛି । ସେହିଭଳି ସେ ପ୍ରସ୍ତୁତ କରିଥିବା ଅନ୍ୟ ଭିଡିଓଗୁଡ଼ିକ ହେଉଛି ‘ଷ୍ଟୋରି ଅଫ୍ ଲିଟିଲ ବୟ’ , ‘ଟ୍ରାଫିକ୍ ରୁଲ୍ ଭର୍ସେସ ଇଣ୍ଡିଆନ୍ ସୋଲଜର’ ଏବଂ ଆହୁରି ଅନେକ । ତାଙ୍କ ଭିଡିଓ ସବୁର ଭିୟୁଅର ୧୦୦ ମିଲିୟନ ଟପି ସାରିଛି । କୃଷି ଆନ୍ଦୋଳନ ସମ୍ପର୍କିତ ତାଙ୍କ ଭିଡିଓକୁ ବହୁ ବୁଦ୍ଧିଜୀବୀ ପସନ୍ଦ କରିବା ସହିତ ସେୟାର କରିଛନ୍ତି । କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ପୋଲିସ କର୍ମୀଙ୍କୁ ନେଇ ପ୍ରସ୍ତୁତ ଭିଡିଓକୁ ମଧ୍ୟ ଅନେକ ପସନ୍ଦ କରିଛନ୍ତି । ଏସବୁ ଭିଡିଓରୁ ଯାହା ଅର୍ଥ ମିଳୁଛି ସେଥିରୁ ସେ ଆତ୍ମନିର୍ଭର ହେବା ସହିତ ଅନ୍ୟମାନଙ୍କୁ ବି ରୋଜଗାରର ପନ୍ଥା ଦେଖାଇଛନ୍ତି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami