କାନ୍‌ଭାସ୍ କହୁଛି ସାମ୍ୟବାଦ କଥା

Above Post Content

ତାଙ୍କ ହାତରେ ତୂଳୀ ପଡ଼ିଲେ ସେ ଆଙ୍କି ଚାଲନ୍ତି ସାମ୍ୟବାଦର ଚିତ୍ର । ତାଙ୍କ କାନ୍‌ଭାସ୍ ସବୁବେଳେ ସାମ୍ୟବାଦର କଥା କହେ । କେତେବେଳେ ଦଳିତ, ନିଷ୍ପେସିତଙ୍କ କଥାକୁ ରଙ୍ଗତୂଳୀରେ ତୋଳନ୍ତି ତ ଆଉ କେତେବେଳେ ମଣିଷର ମନକଥାକୁ କାନ୍‌ଭାସରେ ପ୍ରସ୍ଫୁଟିତ କରନ୍ତି । କିନ୍ତୁ ତାଙ୍କର ଏହି କାନ୍‌ଭାସ ଓ ରଙ୍ଗ ତୂଳୀର ଯାତ୍ରା ଆଜିକାଲିର ନୁହେଁ । ଦୀର୍ଘ ୩୦ ବର୍ଷ ହେଲା କାନ୍‌ଭାସ୍‌ରେ ସମାଜବାଦ ଚିନ୍ତାଧାରାର ଦୃଶ୍ୟପଟ୍ଟକୁ ଅତି ସୁନ୍ଦରଭାବେ ଆଙ୍କିଛନ୍ତି । ପ୍ରଥମେ ସମାଜବାଦର କଥା ଚିତ୍ରରେ ଆଙ୍କୁ ଆଙ୍କୁ ଲେଖନୀ ଚାଳନା ମଧ୍ୟ ଆରମ୍ଭ କରିଦେଇଥିଲେ । ତାଙ୍କର ଏହି ସୃଜନଶୀଳତାକୁ ଦେଖିଲେ ସମାଜ ପରିବର୍ତନର କଳ୍ପନା ବାରିହୋଇପଡ଼େ । ଏଭଳି ସାଧନାରେ ନିମଗ୍ନ ଜଣେ ବ୍ୟକ୍ତି ହେଉଛନ୍ତି ରୂପକଳ୍ପ ଗୌରହରି ରାଉତଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୪ ନମ୍ବରରେ କଳା ଶିକ୍ଷକ ଭାବେ କାର୍ଯ୍ୟରତ ଗୌରହରି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଚିତ୍ରକଳାରୁ ସ୍ନାତକଡିଗ୍ରୀ, ଓଡ଼ିଆ ଭାଷା ସାହିତ୍ୟରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି ସେ । ଏହାସହିତ ବିକେ ଆର୍ଟ କଲେଜରୁ ଚିତ୍ରକଳାରେ ଶିକ୍ଷାଲାଭ କରିଛନ୍ତି । ପ୍ରଥମେ ପେନ୍‌ରେ ଆରମ୍ଭ କରିଥିଲେ ଏହି ଚିତ୍ରକଳା । ଏହାପରେ ଧୀରେ ଧୀରେ ରଙ୍ଗ ଏବଂ ତୂଳୀରେ ଚିତ୍ର ଆଙ୍କିବାର ପ୍ରୟାସ କରିଥିଲେ ।

dalits, dalit lives matter, caste discrimination, communism, dalits tortured, helpless society
Dr Gourahari Rout art on Communism
After 2nd paragraph post ads
Middle post content

ସମାଜରେ ଦଳିତ, ଅସହାୟଙ୍କ ଉପରେ ହେଉଥିବା ନିର୍ଯାତନା ଆଇନର ବିପଦଗାମୀର କଥାକୁ ଚିତ୍ର ମାଧ୍ୟମରେ ସେ ପ୍ରତିଫଳିତ କରୁଛନ୍ତି । ଚିତ୍ର ହେଉ କି ସାହିତ୍ୟ ସାମ୍ୟବାଦ ଓ ସମାଜବାଦ ତାଙ୍କ ମୁଖ୍ୟ ବିଷୟବସ୍ତୁ । ସମାଜରେ ଘଟୁଥବା ବିଭିନ୍ନ ପ୍ରକାର ଅନ୍ୟାୟ, ଅନୀତି, ଦୁର୍ନୀତିକୁ ସେ ଗଭୀର ଭାବେ ଅନୁଧ୍ୟାନ କରନ୍ତି ଓ ସେ ସବୁକୁ ରୂପ ଦିଅନ୍ତି । ଚିତ୍ରରେ ତଥା ସାହିତ୍ୟରେ । ରଙ୍ଗତୂଳୀରେ ଚିତ୍ରିତ ତାଙ୍କର ପ୍ରତ୍ୟେକଟି ସୃଷ୍ଟି ଏକ ଶୋଷଣମୁକ୍ତ ବନ୍ଧନମୁକ୍ତ ସମାଜର କଥା କହେ । ଏହି ବିଷୟବସ୍ତୁକୁ ନେଇ ରଚିତ ତାଙ୍କର ଚତ୍ରକଳା ରାଜ୍ୟ ତଥା ଜାତୀୟସ୍ତର ଚିତ୍ରକଳା ପ୍ରଦର୍ଶନୀରେ ପ୍ରଶଂସା ସାଉଁଟିଛି । କେତେବେଳେ ମଣିଷକୁ ବନ୍ଧନ କରାଯିବାର ଚିତ୍ର ଆଉ କେତେବେଳେ ପାଦ ବନ୍ଧା ହୋଇଥିଲେ ବି ମନ ସ୍ୱାଧୀନତାର ସହ ବଂଚିବାର ଦୃଶ୍ୟକୁ ଅତି ସୁନ୍ଦର ଭାବେ ପ୍ରତିଫଳତିତ କରିଛନ୍ତି । ଏବେ ସୁଦ୍ଧା ୬୦ରୁ ଊର୍ଦ୍ଧ୍ୱ ସାମ୍ୟବାଦ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶିତ ହୋଇଛି । ଏ ସମ୍ପର୍କରେ ଗୌରହରି କୁହନ୍ତି ଚିତ୍ର ଆଙ୍କିବାରେ ସମସ୍ତଙ୍କର ଚିନ୍ତାଧାରା ଭିନ୍ନ ରହିଥାଏ । ସେହିପରି ମୁଁ ସାମ୍ୟବାଦକୁ ନେଇ ଚିତ୍ର ଆଙ୍କୁଛି

communism, dalits, helpless, dalit lives matter, caste discrimination, tortured dalits, molested

ଓଡ଼ିଶାରେ ସାମ୍ୟବାଦକୁ ନେଇ ଅନ୍ୟକେହି କାନ୍‌ଭାସ୍ ଆର୍ଟ କରୁନାହାନ୍ତି ବୋଲି ସେ କୁହନ୍ତି । ଏହି ଚିତ୍ରକଳା ପାଇଁ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ସମ୍ମାନ ପ୍ରଦାନ କରାଯିବା ସହ ସେ ଅନେକଥର ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସମ୍ମାନ ପାଇଛନ୍ତି । ଅପରପକ୍ଷେ ଏ ପର୍ଯ୍ୟନ୍ତ ସାମ୍ୟବାଦ ଚିନ୍ତାଧାରାକୁ ନେଇ ତାଙ୍କର ୧୨ଟି ପୁସ୍ତକ ମଧ୍ୟ ପ୍ରକାଶ ପାଇସାରିଛି । ତାଙ୍କର ଏହି ଚିନ୍ତାଧାରା ସମାଜରେ ଏକ ବୈପ୍ଲବିକ ପରିବର୍ତନ ଆଣିବା ଉଦ୍ଦେଶ୍ୟରେ । ଏଥିପାଇଁ ସେ ଦୀର୍ଘ ୩୦ ବର୍ଷ ହେଲା ଚିତ୍ରକଳା ମାଧ୍ୟମରେ ଚେଷ୍ଟା ଜାରି ରଖିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami