କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ କେଜ୍ରିୱାଲ ଦେଶର ‘ବିଶ୍ୱାସ’ ହରାଇଲେ ?

Above Post Content

ପଂଜାବ ବିଧାନସଭା ପାଇଁ ଆଉ ୪ ଦିନ ବାକି ରହିଛିବିଜେପି, କଂଗ୍ରେସ ଓ ଅକାଳୀ ଦଳଙ୍କ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ ଚତୁର୍ଥ ଦାବିଦାର ଭାବେ ଆମ ଆଦମୀ ପାର୍ଟି ଉଭା ହୋଇଛି । ଏହାରି ଭିତରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ପୁରୁଣା ସାଥୀ କୁମାର ବିଶ୍ୱାସ ଗୋଟିଏ ବୋମା ଫୁଟାଇଛନ୍ତି । ସେ ସିଧାସଳଖ କେଜ୍ରିୱାଲଙ୍କ ବିରୋଧରେ ଖଲିସ୍ତାନୀ ବିଛିନ୍ନତାବାଦ ଆନ୍ଦୋଳନକୁ ସମର୍ଥନର ଅଭିଯୋଗ ଆଣିଛନ୍ତି । ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ବିଶ୍ୱାସ କହିଛନ୍ତି ଯେ, କ୍ଷମତା ହାସଲ ପାଇଁ କେଜ୍ରିୱାଲ କିଛି ମଧ୍ୟ କରିପାରନ୍ତି ।

କୁମାର ବିଶ୍ୱାସ କହିଛନ୍ତି ଯେ, କେଜ୍ରିୱାଲ ସବୁବେଳ ଖଲିସ୍ତାନର ସମର୍ଥକ ଥିଲେ । ଯେତେବେଳେ ମୁଁ ତାଙ୍କ ସହିତ ଥିଲି ସେତେବେଳେ ସେ ସବୁବେଳେ ତାଙ୍କ ଯୋଜନା ବାବଦରେ ମୋତେ କହୁଥିଲେ । ଦିନେ ସେ ମୋତେ କହିଥିଲେ ଯେ, ମୁଁ ପଂଜାବର ମୁଖ୍ୟମନ୍ତ୍ରୀ ହେବି କିମ୍ବା ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ପ୍ରଥମ ପ୍ରଧାନମନ୍ତ୍ରୀ ହେବି ।

After 2nd paragraph post ads

ବିଛିନ୍ନତାବାଦୀଙ୍କ ସମର୍ଥନ କରିବାରେ କେଜ୍ରିୱାଲଙ୍କ ଅସୁବିଧା ନାହିଁ

କୁମାର ବିଶ୍ୱାସଙ୍କ ଅନୁସାରେ କେଜ୍ରିୱାଲ କ୍ଷମତା ପାଇଁ ବିଛିନ୍ନତାବାଦୀଙ୍କ ସମର୍ଥନ ବି ନେଇ ପାରିବେ । ପଂଜାବ କେବଳ ଗୋଟିଏ ରାଜ୍ୟ ନୁହେଁ ଏହା ଏକ ଭାବନା । ପୁରା ବିଶ୍ୱରେ ପଞ୍ଜାବିପଣ ଏକ ଭାବନା । ଗୋଟିଏ ସମୟରେ ମୁଁ ତାଙ୍କୁ ବିଛିନ୍ନତାବାଦୀଙ୍କ ସମର୍ଥନ ନନେବକୁ କହିଥିଲି । କିନ୍ତୁ ସେ ମୋତେ କହିଥିଲେ ଯେ, ନା ସବୁକିଛି ଠିକ୍ ହେଇଯିବ

ପଂଜାବରେ ୨୦ ଫେବ୍ରୁଆରିରେ ହେବ ଭୋଟ୍

Middle post content

ପଂଜାବର ୧୧୭ ବିଧାନସଭା ଆସନ ପାଇଁ ଫେବ୍ରୁଆରି ୨୦ ତାରିଖ ଦିନ ଭୋଟ୍ ହେବ । ଅନ୍ୟପକ୍ଷରେ ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ଆସିବ । ଭୋଟ୍ ପାଇଁ କେଜ୍ରିୱାଲ ପଂଜାବୀ ଭୋଟରଙ୍କୁ ମାଗଣା ବିଜୁଳି ସହିତ ଅନେକ କିଛି ପ୍ରତିଶ୍ରୁତି ଦେଇଛନ୍ତି ।

କୁମାର ବିଶ୍ୱାସଙ୍କ ଅଭିଯୋଗକୁ ଆମ୍ ଆଦମି ପାର୍ଟିର ଖଣ୍ଡନ

ଅନ୍ୟପକ୍ଷରେ କୁମାର ବିଶ୍ୱାସଙ୍କ ଅଭିଯୋଗକୁ ଆପ୍ ଖଣ୍ଡନ କରିଛିଆପ୍ ମୁଖପାତ୍ର ରାଘବ ଚଢା କହିଛନ୍ତି ଯେ, କୁମାର ବିଶ୍ୱାସ ମନଗଢା କଥା କହୁଛନ୍ତି । କେଜ୍ରିୱାଲଙ୍କୁ ବଦନାମ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ । ଅନ୍ୟପକ୍ଷରେ କୁମାର ବିଶ୍ୱାସଙ୍କ ଅଭିଯୋଗ ଭାନୁମତି ପେଟି ଖୋଲି ଦେଇଛି ।

କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ କିଛି ପ୍ରଶ୍ନ ଉଠୁଛି ଆଉ ତା’ ହେଲା

୧. କେଜ୍ରିୱାଲ ଭାରତର ଅଖଣ୍ଡତା ପ୍ରତି ବିପଦ କି ? ସେ ଭାରତୀୟ ସମ୍ବିଧାନରେ ବିଶ୍ୱାସ ରଖନ୍ତି କି ?
୨. ରାଜନୀତିରୁ କାଦୁଅ ସଫା କରିବାକୁ ଆସିଥିବା କେଜ୍ରିୱାଲ କ୍ଷମତା ପାଇଁ ଦେଶର ଅଖଣ୍ଡତାକୁ ବି ବଳି ପକାଇଦେବେ କି ?
୩. କୁମାର ବିଶ୍ୱାସ ଯାହା କହିଛନ୍ତି ସେଥିରୁ ଗୋଟିଏ କଥା ସଫା. ରାଜନୀତିରେ ସବୁକିଛି ଠିକ୍ ଏହି ନୀତିକୁ କେଜ୍ରିୱାଲ ଆପଣାଇଲେଣି କି ? ଯେଣତେଣ ହେଉ କ୍ଷମତା ହାସଲ କରିବା କେଜ୍ରିୱାଲଙ୍କ ଲକ୍ଷ୍ୟ ନୁହେଁ କି ?
୪. ମୁ ମୁଖ୍ୟମନ୍ତ୍ରୀ ନହେଲେ ନାହିଁ ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ପ୍ରଥମ ପ୍ରଧାନମନ୍ତ୍ରୀ ହେବି .. ଏଭଳି ବୟାନ ସେହି ନେତାଙ୍କ ମୁହଁରୁ ଆସୁଛି ଯିଏ ରାଜନୀତିରେ ସୂଚିତା, ସାଧୁତା କଥା କହୁଥିଲେ… କେମିତି ଦେଖୁଛନ୍ତି ଏହାକୁ ଆପଣ ?
୫. କେଜ୍ରିୱାଲ ପ୍ରଥମେ ଯେତେବେଳେ ଭାରତୀୟ ରାଜନୀତିକୁ ଧସେଇ ପସିଥିଲେ ସେତେବେଳେ ଗୋଟିଏ ଆଶା ସୃଷ୍ଟି ହୋଇଥିଲା… ଏବେ ଲାଗୁନି କି କେଜ୍ରିୱାଲ ସେହିମାନଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି ଯେଉଁମାନେ ତାଙ୍କୁ ବିଶ୍ୱାସ କରିଥିଲେ ?
୬. ଦେଶର ଗୋଟିଏ ରାଜ୍ୟକୁ ସ୍ୱାଧିନ କରିବା କଥା କହି ସେ ଭାରତୀୟ ସମ୍ବିଧାନ ଓ ସାର୍ବଭୌମତ୍ୱକୁ ଚ୍ୟାଲେଂଜ୍ କରିନାହାନ୍ତି କି ? ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ ହେବା କଥା ନୁହେଁ କି ?
୭. ତେବେ କ’ଣ କେଜ୍ରିୱାଲଙ୍କୁ ନେଇ ଯେଉଁ ଆଶଙ୍କା ବ୍ୟକ୍ତ କରାଯାଉଥିଲା ଯେ, ସେ ଜଣେ ଅରାଜକତାବାଦୀ ସେହି ଆଶଙ୍କ ସତ ହେଉଛି ?
୮. ଇଣ୍ଡିଆ ଏଗନେଷ୍ଟ କରପସନ୍ ମଂଚରୁ ରାଜନୀତିକୁ ଲମ୍ଫ ମାରିବା ପରେ କେଜ୍ରିୱାଲ ସବୁ ଦଳଙ୍କ ବିରୋଧରେ ଦୁର୍ନୀତି ଅଭିୋଗ ଆଣିଥିଲେ. ଆଉ ବଡ଼ ଜୋରରେ କହିଥିଲେ ଯେ, ମୁଁ ଜଣେ ଅରାଜକତାବାଦୀ. I am anarchist. କେଜ୍ରିୱାଲଙ୍କ ନୀତି ଦେଶର ଅଖଣ୍ଡତା ପାଇଁ ବିପଦ ନୁହେଁ କି ?
୯. ତେବେ କ’ଣ ଏହି ଅଭିଯୋଗରେ ସତ୍ୟତା ଅଛି ଯେ,କେଜ୍ରିୱାଲ ଓ ତାଙ୍କ ଦଳ ପଛରେ ଖଲିସ୍ତାନୀ ବିଛିନ୍ନତାବାଦୀଙ୍କ ସମର୍ଥନ ରହିଛି ? ଆଗରୁ ଅଭିଯୋଗ ହେଉଥିଲା ଯେ, କେଜ୍ରିୱାଲଙ୍କୁ ସିଖ୍ ବିଛିନ୍ନତାବାଦୀ ସଂଗଠନ ସମର୍ଥନ କରୁଛନ୍ତି… କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ ଲାଗୁନି କି ଏବେ ସମୟ ଆସିଛି ଯେ, କେନ୍ଦ୍ର ସରକାର କେଜ୍ରିୱାଲ ଓ ତାଙ୍କ ଦଳ ଖଲିସ୍ତାନୀ ସମର୍ଥକଙ୍କଠାରୁ ଫଣ୍ଡ୍ ଓ ସମର୍ଥନ ପାଉଛି କି ନାହିଁ ତା’ର ତଦନ୍ତ କରିବେ ?

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami