ୟୁପି ନିର୍ବାଚନ : କାହା ପାଠଘର ଶୂନ ତ’ କିଏ ଅଷ୍ଟମ ପାସ୍, ଜାଣନ୍ତୁ ଉତ୍ତର ପ୍ରଦେଶ ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ

Above Post Content

ୟୁପି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ହୋଇ ସାରିଛି୧୪ ଫେବ୍ରୁଆରିରେ ପଡିବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ଦ୍ୱିତୀୟ ପର୍ଯ୍ୟୟ ଭୋଟ୍ ପୂର୍ବରୁ ୟୁପି ଯୁଦ୍ଧ ଲଢୁଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଆସିଛି ଗୋଟିଏ ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ଦ୍ୱିତୀୟ ପର୍ଯ୍ୟୟ ଭୋଟ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୧୪ ଜଣ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ବେଳେ ୧୨ ଜଣଙ୍କ ପାଠଘର ଶୁନ ।

ନିର୍ବାଚନ ସୁଧାରକୁ ସମର୍ଥନ କରୁଥିବା ଉତ୍ତର ପ୍ରଦେଶ ଇଲେକ୍ସନ୍ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ ରିପୋର୍ଟରେ କୁହାଯାଇଛି ଯେ, ଦ୍ୱିତୀୟ ପର୍ଯ୍ୟାୟରେ ୧୦୨ ଜଣ ପୋଷ୍ଟ ଗ୍ରାଜୁଏଟ୍ ଓ ୬ ଜଣ ପିଏଚଡି ଧାରକ ମୈଦାନରେ ଅଛନ୍ତି ।

After 2nd paragraph post ads

ପଶ୍ଟିମ ଉତ୍ତର ପ୍ରଦେଶର ନ’ ଜିଲ୍ଲା ଅମରୋହା, ବରେଲି, ବିଜନୌର, ବଦାୟୁଁ, ମୁରାଦାବାଦ, ରାମପୁର, ସହରାନପୁର, ସମ୍ଭଲ ଓ ଶାହଜାହାଁପୁରର ୫୫ ବିଧାନସଭା ଆସନରେ ୧୪ ତାରିଖ ଦିନ ମତଦାନ ହେବ । ଏହି ରିପୋର୍ଟ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲଢୁଥିବା ୫୮୬ ପ୍ରାର୍ଥୀଙ୍କ ମଧ୍ୟରୁ ୫୮୪ ଜଣ ଦେଇଥିବା ସତ୍ୟପାଠ ଉପରେ ଆଧାରିତ । ରିପୋର୍ଟରେ କୁହାଯାଇଛି ଯେ, ଦୁଇ ଜଣ ପ୍ରାର୍ଥୀଙ୍କ ସତ୍ୟପାଠର ବିଶ୍ଲେଷଣ କରାଯାଇ ପାରିନଥିଲା । କାରଣ ଏହି ଦୁଇଜଣଙ୍କ ଶପଥପତ୍ର ସମ୍ପୂର୍ଣ୍ଣ ନଥିଲା କିମ୍ବା ସ୍କାନ ଭଲ ଭାବେ ହୋଇନଥିଲା

Middle post content

ରିପୋର୍ଟ ବିଶ୍ଲେଷଣ

ବିଶ୍ଲେଷଣ ଅନୁସାରେ ୧୨ ପ୍ରାର୍ଥୀ ନିରକ୍ଷର,୬୭ ସାକ୍ଷର,୧୨ ଜଣ ପଂଚମ ଯାଏ ପଢିଛନ୍ତି ଓ ୩୫ ଜଣ ଅଷ୍ଟମ ପାସ କରିଛନ୍ତି । ଅନ୍ୟପକ୍ଷରେ ୫୮ ଜଣ ୧୦ମ, ୮୮ଜଣ ଦ୍ୱାଦଶ ପାସ୍ । ୧୦୮ ଜଣ ସ୍ନାତକ, ୮୯ ଜଣ ସ୍ନାତକ ପେଶାଦାର, ୧୦୨ ଜଣ ସ୍ନାତକୋତ୍ତର, ୬ ଜଣ ଡକ୍ଟରେଟ୍, ୫ ଜଣ ଡିପ୍ଲୋମା ପାର୍ଥୀ ମୈଦାନରେ ଅଛନ୍ତି ।

୫୬ ଜଣ ପ୍ରାର୍ଥୀଙ୍କ ବୟସ ୨୫ରୁ ୩୦ ମଧ୍ୟରେ ହୋଇଥିବା ବେଳେ ୧୫୦ ଜଣଙ୍କ ବୟସ ୩୧ରୁ ୪୦, ୧୭୯ ଜଣଙ୍କର ୪୧ରୁ ୫୦ ବର୍ଷ, ୧୩୦ ଜଣଙ୍କ ବୟସ ୫୧ରୁ ୬୦ ମଧ୍ୟରେ ଥିବାବେଳେ ୬ ଜଣଙ୍କ ବୟସ ୭୧ରୁରୁ ୮୦ ବର୍ଷ ରହିଛି ।

ରିପୋର୍ଟ ଅନୁସାରେ ପ୍ରାର୍ଥୀଙ୍କ ମଧ୍ୟରୁ ୫୧୫ ଜଣ ପୁରୁଷ (୮୮.୨ ପ୍ରତିଶତ) ଓ ୬୯ ଜଣ (୧୧.୮ ପ୍ରତିଶତ) ମହିଳା ଅଟନ୍ତି । ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ ସାତ ପର୍ଯ୍ୟାୟରେ ଭୋଟ୍ ହେଉଛି । ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ପ୍ରକାଶିତ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami