ହିନ୍ଦୁ ରାଷ୍ଟ୍ର ଇଣ୍ଡୋନେସିଆ କେମିତି ହେଲା ବିଶ୍ୱର ଜନବହୁଳ ମୁସଲିମ୍ ରାଷ୍ଟ୍ର ?

Above Post Content

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯାଇ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ବାଲିରେ ଓଡ଼ିଶାକୁ ମନେ ପକାଇଥିଲେ । କହିଥିଲେ ଯେ,ମୁଁ ଯେତେବେଳେ ଏଠି ଆପଣଙ୍କ ସାମନାରେ ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ଥିବା ସାଂସ୍କୃତିକ ଓ ବାଣିଜ୍ୟକ ସମ୍ପର୍କ କଥା କହୁଛି ସେତେବେଳେ ଏଠାରୁ ୧୫ଶହ କିଲୋମିଟର ଦୂରରେ ଓଡ଼ିଶାର କଟକ ସହରରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଭବ୍ୟ ଓ ଦିବ୍ୟତାର ଅନୁଭବ କରାଉଥିବା ଏହି ଯାତ୍ରା ଓଡ଼ିଶାର ବାଲି ଦ୍ୱିପ ସହିତ ବାଣିଜ୍ୟ ସମ୍ପର୍କକୁ ମନେ ପକାଇଦିଏ ।

ପ୍ରଧାନମନ୍ତ୍ରୀ ଯେଉଁ ବାଲି କଥା କହିଥିଲେ ସେହି ବାଲି ହେଉଛି ଇଣ୍ଡୋନେସିଆର ଏକ ରାଜ୍ୟ । ଯାହାର ଜନସଂଖ୍ୟାର ୯୦ ପ୍ରତିଶତ ହେଉଛନ୍ତି ହିନ୍ଦୁ ଇଣ୍ଡୋନେସିଆ ଏକ ମୁସଲିମ ବହୁଳ ରାଷ୍ଟ୍ର ହୋଇଥିବା ବେଳେ ଭାରତଠାରୁ ଏତେ ଦୂରରେ ବାଲିର ଜନସଂଖ୍ୟାର ୯୦ ପ୍ରତିଶତ କେମିତି ହିନ୍ଦୁ ହେଲେ ତାହା ଅନେକଙ୍କୁ ଚକିତ କରୁଥିବ । କିନ୍ତୁ ଯଦି ଆପଣ ଇଣ୍ଡୋନେସିଆର ଇତିହାସ ଜାଣିଥିବେ ତେବେ ଆଶ୍ଚର୍ଯ୍ୟ ହେବେ ନାହିଁ । ଇଣ୍ଡୋନେସିଆର ହିନ୍ଦୁ ଅତିତ ରହିଛି । ପଂଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଏକ ହିନ୍ଦୁ ରାଷ୍ଟ୍ର ଥିଲା । ଶ୍ରୀ ବିଜୟ ସାମ୍ରାଜ୍ୟ ଓ ମହାଜିତ୍ ସାମ୍ରାଜ୍ୟ ଇଣ୍ଡୋନେସିଆ ସମେତ ମାଲେସିଆ ଉପରେ ମଧ୍ୟ ରାଜୁତି କରୁଥିଲା । କିନ୍ତୁ ଇସଲାମର ପ୍ରବେଶ ସହିତ ଏହାର ଜନସଂଖ୍ୟାରେ ମୁସଲିମଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା

After 2nd paragraph post ads

ଶ୍ରୀବିଜୟ ସାମ୍ରାଜ୍ୟ

ସପ୍ତମ ଶତାବ୍ଦୀରେ ଇଣ୍ଡୋନେସିଆରେ ଶ୍ରୀବିଜୟ ସାମ୍ରାଜ୍ୟର ପ୍ରତିଷ୍ଠା ହୋଇଥିଲା । ଏହି ସାମ୍ରାଜ୍ୟର ସୀମା ମାଲେସିଆ ପର୍ଯ୍ୟନ୍ତ ବ୍ୟପ୍ତ ଥିଲା । ଏହି ସମୟରେ ଇଣ୍ଡୋନେସିଆରେ ହିନ୍ଦୁ ଓ ବୌଦ୍ଧ ଧର୍ମର ପ୍ରଭାବ ଥିଲାଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଶ୍ରୀବିଜୟ ସାମ୍ରାଜ୍ୟ ଇଣ୍ଡୋନେସିଆକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲା । ଏହି ସମୟରେ ଓଡ଼ିଶା ସମେତ ଦକ୍ଷୀଣ ଭାରତ ସହିତ ଇଣ୍ଡୋନେସିଆର ବାଣିଜ୍ୟକ ଓ ସାଂସ୍କୃତିକ ସମ୍ପର୍କ ଥିଲା । ଓଡ଼ିଶାର ସାଧବ ଇଣ୍ଡୋନେସିଆର ବାଲି,ସୁମାତ୍ରା ଓ ଜାଭାକୁ ବାଣିଜ୍ୟ ପାଇଁ ଯାଉଥିଲେ । ସେଠାରେ ମଧ୍ୟ ସେମନାଙ୍କ ମଧ୍ୟରୁ ଅନେକ ସ୍ଥାୟୀ ବାସିନ୍ଦା ହୋଇଥିଲେ ।

Middle post content

ମାଜାପାହିତ ସାମ୍ରାଜ୍ୟ

ତ୍ରୟୋଦଶ ଶତାବ୍ଦୀର ଅନ୍ତିମ ଭାଗରେ ପୂର୍ବ ଜାଭାରେ ହିନ୍ଦୁ ମାଜାପାହିତ ସାମ୍ରାଜ୍ୟର ଉଦୟ ହୋଇଥିଲା । ଏହାର ଶକ୍ତିଶାଳୀ ଶାସକ ଥିଲେ ଗଜାହ ମଦା । ଯାହାଙ୍କ ଶାସନର ପ୍ରଭାବ ଆଜି ମଧ୍ୟ ଦେଖିବାକୁ ମିଳିଥା । ମାଜାପାହିତ ସାମ୍ରାଜ୍ୟର ଶାସନ କାଳକୁ ଇଣ୍ଡୋନେସିଆର ସ୍ୱର୍ଣ୍ଣକାଳ ବୋଲି କୁହାଯାଏ

ପଂଚଦଶ ଶତାବ୍ଦୀରେ ବଦଳିଗଲା ଚିତ୍ର

ନବମ ଶତାବ୍ଦୀ ବେଳକୁ ଇସଲାମ ମୁସଲିମ୍ ବଣିକଙ୍କ ମାଧ୍ୟମରେ ଇଣ୍ଡୋନେସିଆରେ ପ୍ରବେଶ କରିଥିଲାସୁମାତ୍ରା ଓ ପୂର୍ବ ଜାଭାରେ ପ୍ରଥମେ ଏହାକୁ ଲୋକ ଗ୍ରହଣ କରିବା ଆରମ୍ଭ କରିଥିଲେ । ଏହି ସମୟରେ ଇଣ୍ଡୋନେସିଆରେ ଶୈବ ହିନ୍ଦୁ ଧର୍ମର ପ୍ରଭାବ ଥିଲା । ଧିରେ ଧିରେ ଇଣ୍ଡୋନେସିଆରେ ହିନ୍ଦୁ ଓ ବୌଦ୍ଧ ଇସଲାମ ଗ୍ରହଣ କରିବାକୁ ଲାଗିଲେ । ପଚଂଦଶ ଶତାବ୍ଦୀର ଶେଷ ଭାଗରେ ମାଜାପାହିତ ସାମ୍ରାଜ୍ୟର ରାଜା ହିନ୍ଦୁ ଧର୍ମ ତ୍ୟାଗ କରି ଇସଲାମ ଗ୍ରହଣ କରିଥିଲେ । ଏହା ସହିତ ଇସଲାମ ଦ୍ରୁତଗତିରେ ପ୍ରସାରିତ ହୋଇଥିଲା । କେବଳ ବାଲି ଦ୍ୱିପକୁ ଛାଡିଦେଲେ ବାକି ରାଜ୍ୟରେ ଇସଲାମ ପ୍ରମ୍ମୁଖ ଧର୍ମରେ ପରିଣତ ହୋଇଥିଲା । ତେବେ ଇଣ୍ଡୋନେସିଆ ଏବେ ମଧ୍ୟ ତା’ର ହିନ୍ଦୁ ଅତିତକୁ ସାଇତି ରଖିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami