ପେଟରେ ଥିବା ପିଲାକୁ କରେଣ୍ଟ୍ ଦେଇ ମାରୁଛି ଚୀନ୍ !

Above Post Content

ତିବତ୍ତ ଉପରେ ଚିନର କବଜାକୁ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ବିତିଗଲାଣି ସ୍ୱାଧିନ ତିବତ ଉପରେ ଅଧିକାର କରି ଚୀନ ଏହାର ସଂସ୍କୃତି ସହିତ ମୂଳ ଅଧିବାସୀଙ୍କୁ ଲୋପ କରିବାକୁ ଚାହୁଁଛି ଚୀନ୍ ସରକାର ତିବ୍ବତର ଧର୍ମୀୟ ଗୁରୁ ଦଲାଇଲାମାଙ୍କ ସ୍ଥାନରେ ନିଜ ଚୟନିତ ଦଲାଇଲାମାଙ୍କୁ ନିଯୁକ୍ତ କରୁଛି । ଏବେ ଚୀନ୍ ଗୋଟିଏ ନୂଆ ଉପାୟ ଦ୍ୱାରା ତିବ୍ବତର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି । ଆଗରୁ ଚୀନ୍ ନିଜ ଦେଶର ଅଲଗା ପ୍ରଦେଶର ଲୋକଙ୍କୁ ତିବ୍ବତରେ ବସବାସ କରିବାକୁ ପ୍ରୋତ୍ସାହିତ କରୁଥିଲା । ଯାହାର ଏକମାତ୍ର ଉଦ୍ଦେଷ୍ୟ ଥିଲା ତିବ୍ବତର ଜନସଂଖ୍ୟାରେ ତିବ୍ବତୀୟଙ୍କ ସଂଖ୍ୟା କମ କରିବା । ଏବେ ଚୀନ୍ ମୁଳରୁ ମାରିଲେ ଯିବ ସରି ଦେବଙ୍କ ସହ କିମ୍ପା କଳିର ନୀତି ଅବଲମ୍ବନ କରୁଛି ଚୀନ୍ ସରକାର ଏବେ ମା’ ପେଟରେ ଥିବା ପିଲାକୁ ଟାର୍ଗେଟ୍ କରୁଛିମା’ଗର୍ଭରେ ଥିବା ଶିଶୁକୁ ଦୁନିଆକୁ ଆସିବାକୁ ଦେଉ ନାହିଁ ଚୀନପେଟରେ ଥିବା ପିଲାକୁ କରେଣ୍ଟ ଦେଇ ମାରୁଛି ଚୀନ୍

ଚୀନ୍ ସେନା ଡାକ୍ତରଙ୍କ ନିଶାନାରେ ଗର୍ଭବତୀ ତିବ୍ବତୀୟ ମହିଳା

After 2nd paragraph post ads

ଚୀନ୍ ସେନା ଡାକ୍ତରମାନଙ୍କ ଟାର୍ଗେଟରେ ରହୁଛନ୍ତି ଗର୍ଭବତୀ ତିବ୍ବତୀୟ ଗର୍ଭବତୀ ମହିଳାଚୀନ୍ ସେନା ଗର୍ଭବତୀ ତିବ୍ବତୀୟ ମହିଳାଙ୍କର ବଳପୂର୍ବକ ଅପହରଣ କରି ସେନା ମେଡିକାଲ କ୍ୟାମ୍ପକୁ ନେଇ ଯାଉଛନ୍ତି । ସେଠାରେ ଗର୍ଭବତୀ ମହିଳାଙ୍କ ପେଟରେ ଥିବା ପିଲାକୁ କରେଣ୍ଟ୍ ଦେଇ ହତ୍ୟା କରାଯାଉଛି । ଆଉ ଏସବୁ ହେବା ବେଳେ ଗର୍ଭବତୀ ମହିଳାଙ୍କୁ ଆନେସ୍ଥେସିଆ ଦେଇ ଅଚେତ ମଧ୍ୟ କରାଯାଉନାହିଁ କରେଣ୍ଟ୍ ଦିଆଯାଉଥିବା ସମୟରେ ମହିଳା ସଚେତନ ଥାନ୍ତି ଓ ସବୁ ଯନ୍ତ୍ରଣା ସହ୍ୟ କରନ୍ତି

Middle post content

ଲାହମା ଚୋନଜୋମ୍ ନାମକ ତିବ୍ବତୀୟ ମହିଳା ଏହି ସତ ଉପରୁ ପରଦା ଉଠାଇଛନ୍ତି ଲାହମା ହିମାଚଳ ପ୍ରଦେଶରେ ଶରଣ ନେଇଛନ୍ତି । ଏକ ହିନ୍ଦି ଦୈନିକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ସେ ଚୀନ୍ ସେନାର ବର୍ବର ଅତ୍ୟାଚାର କଥା କହିଛନ୍ତି

ଚୀନ୍ ଅତ୍ୟାଚାରର କାହାଣୀ

ଲାହମ ଚୋନଜୋମ୍ ତିବ୍ବତୀୟ ମହିଳା ସଂଗଠନର ଯୁଗ୍ମ ସଚିବ ଅଟନ୍ତିତିବ୍ବତରେ ରହୁଥିବା ୬୦ ଲକ୍ଷ ମହିଳାଙ୍କ ସ୍ୱରକୁ ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଠାଇଥାନ୍ତି । ତାଙ୍କ ସଂଗଠନ ତିବ୍ବତରେ ରହୁଥିବା ମହିଳାଙ୍କ ସମ୍ପର୍କରେ ଅଛି୧୯୯୭ ମସିହା ପରଠାରୁ ଚୀନ୍ ୱାନ୍ ଚାଇଲ୍ଡ (ଗୋଟିଏ ପରିବାର ଗୋଟିଏ ଶିଶୂ) ନୀତି ନାମରେ ତିବ୍ବତୀୟ ମହିଳାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲା ।ଏହାପରଠାରୁ ଚୀନ୍ ସେନାର ଡାକ୍ତରମାନେ ତିବ୍ବତୀୟ ମହିଳାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଛନ୍ତିଗର୍ଭବତୀ ମହିଳାଙ୍କୁ ଚୀନ୍ ସେନା ଖୋଜି ବାହାର କରିଥାଏ । ଏହାପରେ ମହିଳାଙ୍କୁ ସେନା ହସ୍ପିଟାଲକୁ ନିଆଯାଏ । ସେଠାରେ ସେନା ଡାକ୍ତର ଗର୍ଭରେ ଥିବା ଶିଶୁକୁ ମାରିବା ପାଇଁ କରେଣ୍ଟ ଦେଇଥାନ୍ତି । କେବଳ ଏତିକି ନୁହେଁ ତିବ୍ବତୀୟ ମହିଳାଙ୍କ ଅପହରଣ ପରେ ସେମାନଙ୍କ ସାମୁହିକ ବଳାତ୍କାର ମଧ୍ୟ ହୋଇଥାଏ । କୌଣସି ତିବ୍ବତୀୟଙ୍କ ପାଖରୁ ଯଦି ଦଲାଇଲାମାଙ୍କ ଫଟୋ ବାହାରେ ତେବେ ତାଙ୍କୁ ତୁରନ୍ତ ଜେଲ ପଠାଇ ଦିଆଯାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami