ଫିଫା ବିଶ୍ୱକପରୁ କେହି ଖାଲି ହାତରେ ଫେରିବେ ନାହିଁ,ଗୋଟିଏ ବି ମ୍ୟାଚ୍ ଜିତି ନଥିବା ଟିମ୍ ପାଇବ ୭୩ କୋଟି ଟଙ୍କା

Above Post Content

ଆଇପିଏଲର ପ୍ରାଇଜ୍ ମନି ଓ ଫିପା ବିଶ୍ୱକପର ପ୍ରାଇଜ୍ ମନି ମଧ୍ୟରେ ତୁଳନା କେବେ କରିଛନ୍ତି କି ? ଯଦି କରିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ଦୁଇଟି ବିଶ୍ୱ ପ୍ରସିଦ୍ଧ କ୍ରିଡ଼ା ଇଭେଣ୍ଟରେ ପୁରସ୍କାର ରାଶିର ମୂଲ୍ୟ କେତେ । ତେବେ ତା’ ଆଗରୁ ଜାଣିନିଅନ୍ତୁ ଯେ, ଆଇପିଏଲର ଚମ୍ପିଆନ୍ ଟିମ୍ ଫିଫା ବିଶ୍ୱକପରେ ସବୁଠାରୁ ତଳ ନମ୍ବରରେ ଥିବା ଟିମଠାରୁ ମଧ୍ୟ ପୁରସ୍କାର ରାଶି ହିସାବରେ ଗରିବ । ଅର୍ଥାତ ଆଇପିଏଲର ଚମ୍ପିଆନ୍ ଟିମ୍ ଯଦି ୨୦ କୋଟି ଟଙ୍କା ପୁରସ୍କାର ଭାବେ ପାଆନ୍ତି ତେବେ ଫିଫାର ଚମ୍ପିଆନ୍ ପାଇବେ ୩୫୯ କୋଟି ଟଙ୍କା !

ପଏଣ୍ଟ୍ ତାଲିକାର ନିମ୍ନରେ ଥିବା ଦଳ ପାଇବେ ୭୨ କୋଟି ଟଙ୍କା !

After 2nd paragraph post ads

ରବିବାର ଠାରୁ ଆରମ୍ଭ ହେଉଛି ଫୁଟବଲର ମହାକୁମ୍ଭ ଫିପା ୱାର୍ଲ୍ଡ କପ୍ । ଏହି ବିଶ୍ୱକପରେ ଭାଗ ନେଉଥିବା ସବୁ ଦଳଙ୍କ ପାଇଁ ଗ୍ୟାରେଣ୍ଟି ପ୍ରାଇଜ୍ ମନି ହେଉଛି ୭୨ କୋଟି ଟଙ୍କା । ଅର୍ଥାତ କେବଳ ବିଶ୍ୱକପ୍ ପାଇଁ କ୍ୱାଲିଫାଏ ହୋଇଥିବା ଦଳ ୭୨ କୋଟି ଟଙ୍କା ପାଇବେ । ତେଣିକି ସେହି ଟିମ୍ କୌଣସି ମ୍ୟାଚ୍ ଜିତୁ କି ହାରୁ

Middle post content

FIFA ପ୍ରାଇଜ୍ ମନି କ’ଣ ଜାଣନ୍ତୁ

ଫିପା ବିଶ୍ୱକପର ମୋଟ ପ୍ରାଇଜ୍ ମନି ପ୍ରାୟ ୩ ହଜାର ୬ ଶହ କୋଟି ଟଙ୍କାଚମ୍ପିଆନ୍ ଟିମ୍ ଏଥିରୁ ୩୫୯ କୋଟି ଟଙ୍କା ନେବରନର ଅପ୍ ଟିମ୍ ପାଇବ ୨୪୫ କୋଟି ଟଙ୍କାତୃତୀୟ ଓ ଚତୁର୍ଥ ସ୍ଥାନରେ ରହିବା ଟିମ୍ ପାଇବେ ୨୨୦ ଓ ୨୦୪ କୋଟି ଟଙ୍କାପଂଚମରୁ ଅଷ୍ଟମ ସ୍ଥାନରେ ରହୁଥିବା ଦଳ ପାଇବେ ୧୩୯ କୋଟି ଟଙ୍କା ନବମରୁ ୧୬ତମ ସ୍ଥାନରେ ଯେଉଁ ସବୁ ଦଳ ରହିବେ ସେହି ଦଳ ପାଇବେ ୧୦୬ କୋଟି ଟଙ୍କାପଏଣ୍ଟ୍ ଟେବୁଲରେ ୧୭ରୁ ୩୨ ନମ୍ବରରେ ରହୁଥିବା ଦଳ ପାଇବେ ୭୩ କୋଟି ଟଙ୍କା । ବିଶେଷ କଥା ହେଉଛି ଯେ, ଟୁର୍ଣ୍ଣାମେଣ୍ଟରେ ଶେଷ ସ୍ଥାନ ଅର୍ଥାତ ୩୨ ତମ ସ୍ଥାନରେ ଯେଉଁ ଦଳ ରହିବ ତାକୁ ମଧ୍ୟ ମିଳିବ ୭୩ କୋଟି ଟଙ୍କା । ମାନେ ଆଇପିଏଲ ଚମ୍ପିଆନ୍ ଟିମ୍ ପାଉଥିବା ଟଙ୍କାର ପାଖାପଖି ୬ ଗୁଣ ଅଧିକ ଟଙ୍କା

ଫିଫାଠାରୁ ଅଧିକ ପ୍ରାଇଜ୍ ମନି ଦେଉଥିବା ଟୁର୍ଣ୍ଣାମେଣ୍ଟ୍

ତେବେ ଆପଣ ଯଦି ଭାବୁଛନ୍ତି ଫିପା ହିଁ ଅଧିକ ଟଙ୍କା ପ୍ରାଇଜ୍ ହିସାବରେ ବାଣ୍ଟେ ,ତେବେ ଆପଣ ଭୁଲ । ଫିଫାଠାରୁ ଅଧିକ ଟଙ୍କା ପ୍ରାଇଜ୍ ହିସାବରେ ଦେଉଛି UEFA ଚମ୍ପିଆନ୍ସ ଲିଗ୍ ଟୁର୍ଣ୍ଣାମେଣ୍ଟ୍ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ ହଜାର ୬ ଶହ କୋଟି ଟଙ୍କା ପୁରସ୍କାର ରାଶି ଭାବେ ବଣ୍ଟା ଯାଇଥାଏ । ଏହା ପରେ ଆସୁଛି ଫର୍ମୁଲା-ୱାନ୍ ମୋଟର ସ୍ପୋର୍ଟସ । ଏଥିରେ ପ୍ରାଇଜ୍ ମନି ଭାବେ ମୋଟ ୬ ହଜାର ୫ଶହ କୋଟି ପ୍ରତିଯୋଗୀଙ୍କୁ ମିଳିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami