ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଜାଣନ୍ତୁ ଉତ୍ତର

Above Post Content

ଟୋକିଓ ଅଲମ୍ପିକ୍ସର ଆରମ୍ଭ ହୋଇ ସାରିଛି । ଅନେକ ଖେଳରେ ଭାରତୀୟ ଖେଳାଳୀ ଅଂଶ ଗ୍ରହଣ କରୁଛନ୍ତି । ଏପର୍ଯ୍ୟନ୍ତ ଭାରତ ଭାଗରେ ଗୋଟିଏ ରୌପ୍ୟ ପଦକ ଆସିଛି । ଅଲମ୍ପିକ୍ ଖେଳ ବେଳେ ଆମ ନଜର ସାଧାରଣତଃ ପଦକ ତାଲିକା ଉପରେ ଥାଏ । ଆମେରିକା, ଚୀନ୍ ଓ ଋଷ ଭଳି ଦେଶ ପଦକ ତାଲିକା ଉପରେ କବଜା ଜମେଇ ରଖୁଥିବା ବେଳେ ଭାରତ ଭଳି ଦେଶଙ୍କ ପାଇଁ ପଦକ ମରୁଡି ପଡିଥାଏ । ସବୁ ଅଲମ୍ପିକ୍ସରେ ଭାରତୀୟଙ୍କ ଗୋଟିଏ ଅଭିଯୋଗ ୧୩୦କୋଟିର ଦେଶ ଗୋଟିଏ ଗୋଟିଏ ପଦକ ପାଇଁ ବିକଳ ହେଉଛି । ଯେତେବେଳ କୌଣସି ଖେଳାଳୀ ସ୍ୱର୍ଣ୍ଣ ପଦକଟିଏ ଯିତେ ସେତେବେଳେ ଆମ ଛାତି କୁଣ୍ଢମୋଟ ହୋଇଯାଏ । ଏମିତିରେ ବେଳେ ବେଳେ ଆମ ମନକୁ ପ୍ରଶ୍ନ ଆସେ ଯେ, ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଆସନ୍ତୁ ଆଜି ଜାଣିବା ଅଲମ୍ପିକ୍ସ ଗୋଲ୍ଡ ମେଡାଲର ଓଜନ କେତେ ହୋଇଥାଏ ଓ ସେଥିରେ କେତେ ସୁନା ଥାଏ ।

କେତେ ଗ୍ରାମର ହୋଇଥାଏ ପଦକ ?

After 2nd paragraph post ads

ଏମିତିରେ ଅଲମ୍ପିକ୍ସ ପଦକର ଓଜନ ୫ଶହ ଗ୍ରାମ ହୋଇଥାଏ । କିନ୍ତୁ ଏଥର ଟୋକିଓ ଅଲମ୍ପିକ୍ସରେ ପଦକର ଓଜନ ଅଧିକ ଅଛି । ଏଥ ସ୍ୱର୍ଣ୍ଣ ପଦକର ଓଜନ ୫୫୬ ଗ୍ରାମ ହୋଇଥିବା ବେଳେ ରୌପ୍ୟ ପଦକର ଓଜନ ୫୫୦ ଗ୍ରାମ୍ ରହିଛି । ରୌପ୍ୟ ପଦକ ସମ୍ପୂର୍ଣ୍ଣ ଭାବେ ରୁପାରେ ତିଆରି ହୋଇଥାଏ । ଅନ୍ୟପକ୍ଷରେ ବ୍ରୋଂଜ୍ ପଦକର ଓଜନ ୪୫୦ ଗ୍ରାମ ରହିଛି । ଏଥିରେ ୯୫ ପ୍ରତିଶତ ତମ୍ବା ଓ ୫ ପ୍ରତିଶତ ଜିଙ୍କ୍ ରହିଛି । ଅନେକ ଜିନିଶକୁ ରିସାଇକଲ କରି ପଦକ ତିଆରି ହୋଇଥାଏ ।

କ’ଣ ପ୍ରକୃତରେ ସୁନାର ହୋଇଥାଏ ସ୍ୱର୍ଣ୍ଣ ପଦକ ?

Middle post content

ଅଲମ୍ପିକ୍ସର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସ୍ୱର୍ଣ୍ଣ ପଦକ ମିଳିଥାଏ । ତେବେ ଏହା ସମ୍ପୂର୍ଣ୍ଣ ଭାବେ ସୁନାରେ ତିଆରି ହୋଇନଥାଏ । ଗୋଲ୍ଡ୍ ମେଡାଲ ଉପରେ କେବଳ ସୁନା ପାଣି ଚଢାଯାଇଥାଏ । ପ୍ରକୃତରେ ଏହା ରୂପାରେ ତିଆରି ହୋଇଥାଏ । ରୂପା ଉପରେ ସୁନା ପାଣି ଦିଆଯାଇଥାଏ । କୁହାଯାଏ ଯେ, ଏଥିରେ କେବଳ ଏକ ପ୍ରତିଶତ ସୁନା ଥାଏ । ଏମିତିରେ ଏଥିରେ ୬ ଗ୍ରାମ୍ ସୁନା ଥାଏ । ଅଲମ୍ପିକ୍ସ ଡଟ୍ କମ ଅନୁସାରେ ଏଥିରେ ୬ ଗ୍ରାମରୁ ଅଧିକ ସୁନା ଥାଏ । ବାକି ଦୁଇ ପଦକ ତୁଳନାରେ ଏହାର ଓଜନ ମଧ୍ୟ ଅଧିକ ରହିଥାଏ ।

କିଏ ତିଆରି କରିଥାଏ ମେଡାଲ ?

ମେଡାଲ ଡିଜାଇନ୍ କରିବା ଦାୟିତ୍ୱ ଆୟୋଜକ ସହରର ଅର୍ଗାନାଇଜେସନ୍ କମିଟିର ହୋଇଥାଏ । ଏହି ମେଡାଲର ଗୋଟିଏ କେସ୍ ମଧ୍ୟ ରହିଥାଏ । ଯେଉଁଥିରେ ମେଡାଲକୁ ରଖା ଯାଇଥାଏ । ମେଡାଲ ସହିତ ଖେଳାଳୀଙ୍କୁ ଏକ ରିବନ ମଧ୍ୟ ଦିଆଯାଇଥାଏ । ଚଳିତ ବର୍ଷ ଏହି ରିବନକୁ ଜାପାନୀ ତରିକାରେ ଡିଜାଇନ୍ କରାଯାଇଛି ।

ମେଡାଲକୁ କାହିଁକି ଦାନ୍ତରେ କାମୁଡନ୍ତି ଖେଳାଳୀ ?

ଇଣ୍ଟରନ୍ୟାସନାଲ ସୋସାଇଟି ଅଫ୍ ଅଲମ୍ପିକ୍ସ ହିଷ୍ଟୋରିଆନ୍ ସୋସାଇଟିର ପୂର୍ବତନ ଅଧ୍ୟକ୍ଷ ତଥା ଦ କମ୍ପ୍ଲିଟ୍ ବୁକ୍ ଅଫ୍ ଦ *ଅଲମମ୍ପିକ୍ସର ଲେଖକ ଡେଭିଡ୍ ବ୍ଲେକିନିସ୍କିଙ୍କ ଅନୁସାରେ ଫଟୋଗ୍ରାଫରଙ୍କ ପାଇଁ ଖେଳାଳୀ ଏଭଳି କରିଥାନ୍ତି । ସେ କୁହନ୍ତି ଯେ, କ୍ରୀଡା ସମ୍ବାଦିକଙ୍କୁ ଏହା ଆଇକନିକ୍ ଚିତ୍ର ଭଳି ଦେଖାଯାଏ । କିଛି ଏମିତି ଫଟୋ ଯାହାକୁ ସେମାନେ ସହଜରେ ବିକ୍ରି କରିପାରିବେ । ତାଙ୍କ ଅନୁସାରେ ଫଟୋଗ୍ରାଫରଙ୍କ ଅନୁରୋଧରେ ଖେଳାଳୀ ଏମିତି କରୁଥିବେ । ଏହା କେବଳ ଏକ ପୋଜ୍ ଓ ମେଡାଲକୁ କାମୁଡିବା ପଛରେ କୌଣସି ଇତିହାସ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami