ରିଜର୍ଭ ବ୍ୟାଙ୍କ୍ ପାଖରେ ମୋଟ କେତେ ସୁନା ଅଛି ? କ’ଣ ପାଇଁ RBI ସୁନା ଗଛିତ ରଖେ, ଜାଣନ୍ତୁ

Above Post Content

ଗତ ୨୦ ବର୍ଷ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ମୋଟ ଗଛିତ ସ୍ୱର୍ଣ୍ଣ ବା ରିଜର୍ଭ ଗୋଲ୍ଡ ୧୨ଗୁଣରୁ ଅଧିକ ବଢିଛି । ରାଜ୍ୟସଭାରେ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ବୈଦେଶିକ ମୁଦ୍ରା ରିଜର୍ଭ ଭାବେ ଗୋଲ୍ଡ୍ ରିଜର୍ଭ ରଖିଥାନ୍ତି । ଗୋଲ୍ଡ ରିଜର୍ଭର ଦେଖାଶୁଣା ଓ ପ୍ରବନ୍ଧନ ଆଦି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଦାୟିତ୍ୱ ହୋଇଥାଏ । ସଂକଟ କାଳରେ ସୁରକ୍ଷା ଓ ଲିକ୍ୱିଡିଟି ଦୃଷ୍ଟିରୁ ମଧ୍ୟ ଆରବିଆଇ ଗୋଲ୍ଡ ରିଜର୍ଭ ରଖିଥାଏ । କେବଳ ୫ଟି ଦେଶଙ୍କ ପାଖରେ ଭାରତ ତୁଳନାର ଅଧିକ ସ୍ୱର୍ଣ୍ଣ ଭଣ୍ଡାର ରହିଛି ।

ରାଜ୍ୟସଭାରେ ସରକାରଙ୍କ ଗୋଲ୍ଡ ରିଜର୍ଭକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ହୋଇଥିଲା । ସାଂସଦ ଅନିଲ ଦେଶାଇଙ୍କ ପ୍ରଶ୍ନ ଥିଲା ଯେ, କ’ଣ କୌଣସି ପ୍ରକାରର ଜରୁରୀକାଳିନ ପରିସ୍ଥିତି ପାଇଁ ରିଜର୍ଭ ବ୍ୟାଙ୍କ ସୁନା ଗଛିତ ରଖିଛି କି ? ଯଦି ଏଭଳି କଥା ତେବେ ୨୦୦୧ରୁ ୨୦୧୪ ଓ ୨୦୧୪ରୁ ୨୦୨୦ ମଧ୍ୟରେ ଆରବିଆଇ ପାଖରେ ମୋଟ କେତେ ସୁନା ଥିଲା ? ଦେଶାଇ ଏହା ମଧ୍ୟ ପଚାରିଥିଲେ ଯେ, କ’ଣ କେବେ ଏଭଳି ପରିସ୍ଥିତି ଉତ୍ପନ ହୋଇଛି ଯେତେବେଳେ ସରକାରଙ୍କୁ ଏହି ସୁନା ବନ୍ଧା ରଖି ଋଣ ନେବାକୁ ପଡିଥିଲା ?

After 2nd paragraph post ads

୩୦ ବର୍ଷ ତଳେ ଆରବିଆଇ ସୁନା ବନ୍ଧା ରଖିଥିଲା

ତେବେ ଆସନ୍ତୁ ଜାଣିବା ରିଜର୍ଭ ବ୍ୟାଙ୍କ କେବେ ସୁନା ବନ୍ଧା ରଖିଥିଲା । ପ୍ରାୟ ୩୦ ବର୍ଷ ତଳେ ଜୁଲାଇ ୧୯୯୧ ମସିହାରେ ଆରବିଆଇ ବ୍ୟାଙ୍କ ଅଫ୍ ଜାପାନ ଓ ବ୍ୟାଙ୍କ ଅଫ୍ ଇଂଲଣ୍ଡ ପାଖରେ ୪୬.୯୧ ଟନ୍ ସୁନା ବନ୍ଧା ରଖି ୪୦୫ ମିଲିୟନ ଡଲାର ଲୋନ୍ ଆଣିଥିଲା । ସେପ୍ଟେମ୍ବର ଓ ନଭେମ୍ବର ୧୯୯୧ ମଧ୍ୟରେ ଏହି ଟଙ୍କାକୁ ଫେରସ୍ତ ମଧ୍ୟ କରାଯାଇଥିଲା ।

Middle post content

ଆରବିଆଇ ପାଖରେ କେତେ ସୁନା ଅଛି ?

୨୦୦୦-୨୦୦୧ ମଧ୍ୟରେ ମୋଟ ଗୋଲ୍ଡ ରିଜର୍ଭ ୨ ହଜାର ୭୨୫ ମିଲିୟନ ଡଲାର ଥିଲା । ଯାହା ୨୦୧୩-୧୪ରେ ବୃଦ୍ଧି ପାଇ ୨୧ ହଜାର ୫୬୭ ମିଲିୟନ ଡଲାର ହୋଇଥିଲା । ୨୦୧୪-୧୫ରୁ ୨୦୨୦ ମଧ୍ୟରେ ଏହି ରିଜର୍ଭ ୩୩ ହଜାର ୮୮୦ ମିଲିୟନ ଡଲାର ହୋଇଛି । ଏହିଭଳି ଭାବେ ଭାରତର ଗୋଲ୍ଡ ରିଜର୍ଭ ଗତ ୨୦ ବର୍ଷ ମଧ୍ୟରେ ୧୨ ଗୁଣରୁ ଅଧିକ ବଢିଛି ।

ଅନ୍ୟ ଦେଶ ମଧ୍ୟ ନିଜ ଗୋଲ୍ଡ ରିଜର୍ଭ ବଢାଉଛନ୍ତି

ସୂଚନାଯୋଗ୍ୟ ଯେ, ଭାରତ ବ୍ୟତିତ ଅନ୍ୟ କିଛି ଦେଶ ମଧ୍ୟ ଗତ କେଇ ବର୍ଷ ମଧ୍ୟରେ ନିଜ ଗୋଲ୍ଡ ରିଜର୍ଭକୁ ବଢାଇଛନ୍ତି । ଅଧିକାଂଶ ବିକାଶଶୀଳ ଦେଶ ନିଜ ଗୋଲ୍ଡ ରିଜର୍ଭ ବଢାଇବା ପଛରେ ଆମେରିକା ଡଲାର ରହିଛି । ଆମେରିକୀୟ ଡଲାର କାରଣରୁ ଉତ୍ପନ ହେଉଥିବା ରିସ୍କକୁ କମ କରିବା ପାଇଁ ଗୋଲ୍ଡ ରିଜର୍ଭ କରାଯାଇଥାଏ । କିନ୍ତୁ ଭାରତ ଦ୍ୱାରା ସର୍ବାଧିକ ଗୋଲ୍ଡ ରିଜର୍ଭ ରଖିବାର ଏକ ସୀମା ମଧ୍ୟ ରହିଛି । ସବୁଠାରୁ ଅଧିକ ସୁନା ଗଛିତ ରଖିବା ମାମଲାରେ ଭାରତଠାରୁ ଆମେରିକା, ଜର୍ମାନୀ, ଫ୍ରାନ୍ସ ଓ ସ୍ୱିଜରଲାଣ୍ଡ ଆଗରେ ଅଛନ୍ତି । ଏହି ଦେଶଙ୍କ ଛଡା ଚୀନ୍ ପାଖରେ ମଧ୍ୟ ଭାରତଠାରୁ ଅଧିକ ଗୋଲ୍ଡ ରିଜର୍ଭ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami