କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

Above Post Content

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ବିଜେପି ପାଇଁ କ୍ରସ ଭୋଟ୍ ଦେଇଥିବା ହିମାଚଳ ପ୍ରଦେଶର ୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି କୁଳଦୀପ ସିଂ ପଠାନିଆ । ପୂର୍ବ ରାତିରେ ବିଜେପି ଶାସିତ ହରିଆଣାରେ ରହିବା ପରେ ବିଧାୟକମାନେ ବିଧାନସଭାକୁ ଆସି କ୍ରସ୍ ଭୋଟ୍ ଦେଇଥିଲେ । ପରେ ବିଜେପି ୬ ଜଣ ବିଧାୟକଙ୍କୁ ସେମାନଙ୍କ ସାହସିକତା ପାଇଁ ଅଭିନନ୍ଦନ ଜଣାଇଥିଲା । ଆଜି ସେହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଅଯୋଗ୍ୟ ଘୋଷିତ ବିଧାୟକମାନେ ହେଲେ ରାଜିନ୍ଦର ରାଣା, ସୁଧୀର ଶର୍ମା, ଇନ୍ଦର ଦତ୍ତ ଲାଖାନପାଲ, ଦେବନ୍ଦର କୁମାର ଭୁଟ, ରବି ଠାକୁର ଏବଂ ଚେତନ୍ୟା ଶର୍ମା ।

Middle post content

ବିଧାୟକମାନେ କରିଥିଲେ କ୍ରସ ଭୋଟିଂ

After 2nd paragraph post ads

ରାଜ୍ୟସଭା ନିର୍ବାଚନରେ ଦଳର ହ୍ୱିପକୁ ଉଲ୍ଲଘଂନ କରି କ୍ରସ ଭୋଟିଂ କରିଥିବା କଂଗ୍ରେସର ଏହି ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି କୁଳଦୀପ ସିଂ ପଠାନିଆ । କୁଳଦୀପ କହିଛନ୍ତି, ଦଳବଦଳ ଆଇନ ଅନୁଯାୟୀ ୬ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ପରେ ଉଭୟ ପକ୍ଷକୁ ଶୁଣିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତୁରନ୍ତ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଉକ୍ତ ବିଧାୟକ ମାନେ କଂଗ୍ରେସ ଚିହ୍ନରେ ଲଢି ବିଜୟୀ ହୋଇଥିଲେ । କିନ୍ତୁ ଦଳର ହ୍ୱିପ୍ ଉଲ୍ଲଂଘନ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ନ ଥିଲେ । ସୁପ୍ରିମକୋର୍ଟ ଓ ଅନ୍ୟ କୋର୍ଟଙ୍କ ରାୟକୁ ଅଧ୍ୟୟନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami