କେଜ୍ରିୱାଲଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବ ଜେଲରେ ଥିବା ମହାଠକ ସୁକେଶ !

Above Post Content

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର । ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଙ୍ଗ ମାମଲାରେ ତିହାର ଜେଲରେ ଅଛନ୍ତି ମହାଠକ ସୁକେଶ । ସେ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି । ସୁକେଶ ଚିଠିରେ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ସ୍ୱାଧୀନପ୍ରାର୍ଥୀ ଭାବେ ଲଢିବେ ସୁକେଶ

After 2nd paragraph post ads
Middle post content

ଆମ୍ ଆଦମୀ ପାର୍ଟିର ମୁଖ୍ୟ କେଜ୍ରିୱାଲଙ୍କୁ ଲେଖାଯାଇଥିବା ଚିଠିରେ ସୁକେଶ ଲେଖିଛନ୍ତି ଯେ, ଗୋଟାଏ ମୋବାଇଲ୍ ନମ୍ବରରୁ କ୍ରମାଗତ କଲ୍ କରି ତାଙ୍କ ପରିବାରକୁ ୩ ଦିନ ଧରି ଧମକ ଦିଆଯାଉଛି । ଜେଲରେ ମଧ୍ୟ ସତେନ୍ଦ୍ର ଜୈନ ଏବଂ କେଜ୍ରିୱାଲଙ୍କ ନିକଟ ଅଧିକାରୀମାନେ ତାଙ୍କୁ ଧମକ ଦେଉଛନ୍ତି । ମୁଁ ଡରିବା ଲୋକ ନୁହେଁ । ମୁଁ ଶୀଘ୍ର ସିବିଆଇ ଆଗରେ ତୁମର ଅସଲ ମୁଖା ଖୋଲିବି । ଯେଉଁ ଆସନରୁ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ସେଠାରୁ ତାଙ୍କ ବିରୋଧରେ ମୁଁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଠିଆ ହେବି । ତାମିଲନାଡୁରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ଦେବାର ଲୋଭ ମୋତେ କେଜ୍ରିୱାଲ ଦେଇଥିଲେ । ଏବେ ସେ ମୋ ପରିବାରକୁ ଧମକାଉଛନ୍ତି ।

 କେଜ୍ରିୱାଲଙ୍କ ଘରର ଆସବାବପତ୍ର ପାଇଁ ସୁକେଶ ଦେଇଥିଲେ ଟଙ୍କା

ତେବେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମେ’ ୨୦୨୩ରେ, ସେ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନକୁ ସଜାଇବା ପାଇଁ କିଣାଯାଇଥିବା ଜିନିଷର ତଦନ୍ତ ଦାବି କରି ଦିଲ୍ଲୀର ଲେଫ୍ଟନାଣ୍ଟଗଭର୍ଣ୍ଣରଙ୍କୁ ଏକ ଚିଠି ଲେଖିଥିଲେ । କେଜେରିୱାଲଙ୍କ ସରକାରୀ ଘର ପାଇଁ ମହଙ୍ଗା ଆସବାବପତ୍ର ଏବଂ ଶଯ୍ୟା କିଣିବା ପାଇଁ ସୁକେଶ ଟଙ୍କା ଦେଇଥିବା ଦାବି କରିଥିଲେ । କେବଳ ସେତିକି ନୁହେଁ, ଏହି ଆସବାବପତ୍ର ବ୍ୟତୀତ ସବୁ ଶଙ୍ଖ ଜିନିଷ ପାଇଁ ମଧ୍ୟ ସେ ଅର୍ଥ ପ୍ରଦାନ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami