ହଷ୍ଟେଲ ପାଇଁ ୧ କୋଟି ଦାନ କଲେ ଅକ୍ଷୟ କୁମାର

Above Post Content

ମୁମ୍ବାଇ: ଉଦୟପୁରର ଏକ ସ୍କୁଲ ହଷ୍ଟେଲ ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ସୁଟିଂରୁ କିଛି ସମୟ ବାହାର କରି ସେ ପହଞ୍ôଚଥିଲେ ଖେରୱାରା କ୍ୟାଣ୍ଟନମେଣ୍ଟର ବନବାସୀ କଲ୍ୟାଣ ପରିଷଦ ହଷ୍ଟେଲରେ । ସେ ସ୍କୁଲ ବୁଲି ଦେଖିବା ସହ ପିଲାମାନଙ୍କ ସହ କିଛି ସମୟ କାଟିଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପିଲାଙ୍କ ସମସ୍ୟା ପଚାରି ବୁଝିଲେ ଅକ୍ଷୟ

After 2nd paragraph post ads
Middle post content

ନିକଟରେ ଅକ୍ଷୟ କୁମାର ଉଦୟପୁରରେ ପହଞ୍ଚିଥିଲେ । ସେ ତାଙ୍କର ପରବର୍ତ୍ତୀ ଫିଲ୍ମର ସୁଟିଂ ପାଇଁ ଏଠାକୁ ଆସିଥିଲେ । ଏବେ ସେ ଫିଲ୍ମ ‘ଖେଲ ଖେଲ ମେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାପ୍ସୀ ପନ୍ନୁ ତାଙ୍କ ସହ ନଜର ଆସିବେ । ସୁଟିଂରୁ କିଛି ସମୟ ବିରତି ନେଇ ଅକ୍ଷୟ କୁମାର ପହଞ୍ôଚଥିଲେ ଖେରୱାରା କ୍ୟାଣ୍ଟନମେଣ୍ଟର ବନବାସୀ କଲ୍ୟାଣ ପରିଷଦରେ । ସେଠାରେ ଯେତେବେଳେ ଅକ୍ଷୟ କୁମାର ପହଞ୍ଚିଲେ, ଆରତୀ ଚାଲିଥିଲା । ତେଣୁ ସେ ଏଥିରେ ସାମିଲ ହୋଇଥିଲେ । ପିଲାମାନେ ଅତି ନିକଟରୁ ପ୍ରିୟ ଅଭିନେତାଙ୍କୁ ଦେଖିବା କ୍ଷଣି ଖୁସିରେ ନାଚିଉଠିଲେ । ଏହା ପରେ ସେ ପିଲାମାନଙ୍କ ସହ କଥା ହୋଇଥିଲେ । ସେମାନଙ୍କ ଅଧ୍ୟୟନ ବିଷୟରେ ଜାଣିବା ସହ ବିଭିନ୍ନ ସୁବିଧା ଅସୁବିଧା ନେଇ ପଚାରି ବୁଝିଥିଲେ ।

ଅକ୍ଷୟଙ୍କ ବାପାଙ୍କ ନାମରେ ନାମିତ ହୋଇଛି ପୁରୁଣା ହଷ୍ଟେଲ

ଏହା ପରେ ଏକ ବାଳିକା ହଷ୍ଟେଲ ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିଥିଲେ । ବାସ୍ତବରେ ଅକ୍ଷୟ କୁମାରଙ୍କର ଏହି ସ୍କୁଲ ସହିତ ଏକ ଦୀର୍ଘ ସମ୍ପର୍କ ରହିଛି । ଏହାର ପୁରୁଣା ହଷ୍ଟେଲ ଅକ୍ଷୟଙ୍କ ପିତାଙ୍କ ନାମରେ ନାମିତ ହୋଇଛି । ଏକ ବର୍ଷ ପୂର୍ବେ ଏହି ହଷ୍ଟେଲ ନିର୍ମାଣ ପାଇଁ ଅକ୍ଷୟ ସାହାଯ୍ୟର ହାତ ବଢ଼ାଇଥିଲେ । ଅଭିନେତାଙ୍କ ପିତାଙ୍କ ନାମ ହରିଓମ ଭାଟିଆ ଥିବାରୁ ହଷ୍ଟେଲର ନାମ ରାଜସ୍ଥାନ ବନବାସୀ କଲ୍ୟାଣ ପରିଷଦ ହରିଓମ ଆଶ୍ରମ ହଷ୍ଟେଲ ରଖାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami