ସ୍ଲୋଗାନ.. ଯେକୌଣସି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ନିର୍ବାଚନ ପ୍ରଚାରରେ ଭୋଟରଙ୍କୁ ନିଜ ପଟକୁ ଟାଣିବାକୁ ରାଜନୈତିକ ଦଳ ମସାଲାଦାର ସ୍ଲୋଗାନ୍ ସହିତ ମୈଦାନକୁ ଓହ୍ଲାଇଥାନ୍ତି । ତେବେ ରାଜନୈତିକ ଦଳଙ୍କ ନିର୍ବାଚନୀ ସ୍ଲୋଗାନର ମଧ୍ୟ ଇତିହାସ ରହିଛି । ଭୋଟ୍ ରାଜନୀତିରେ କେବେଳ ସ୍ଲୋଗାନ୍ ଲୋକଙ୍କୁ ଗୋଟିଏ ରାଜନୈତିକ ଦଳ ଆଡକୁ ଟାଣେ ନାହିଁ ବଂର ଏହା କ୍ଷମତାକୁ ମଧ୍ୟ ଦୋହଲାଇ ଦେଇଥାଏ । ଯାହାର ଢେର ଉଦାହରଣ ରହିଛି । ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଭିତରେ ରାଜନୈତିକ ସ୍ଲୋଗାନକୁ ନେଇ ଆଲୋଚନାର ଆବଶ୍ୟକତା ମଧ୍ୟ ରହିଛି । କାରଣ ସବୁ ଦଳ ନିଜ ସବୁ ଶକ୍ତି ଖଟାଇ ଏହି ନିର୍ବାଚନ ଲଢୁଛନ୍ତି କାରଣ ଏହା ୨୦୨୪ ପୂର୍ବର ସେମିଫାଇନାଲ । ଏମିତିରେ ଆସନ୍ତୁ ଜାଣିବା ଅତିତରେ ଭାରତୀୟ ରାଜନୀତିକୁ ଦୋହଲାଇ ଦେଇଥିବା ଓ ସତ୍ତା ପରିବର୍ତ୍ତନର କାରଣ ପାଲଟିଥିବା କିଛି ଚର୍ଚ୍ଚିତ ସ୍ଲୋଗାନ ବାବଦରେ..
୧୯୫୧ ସାଧରାଣ ନିର୍ବାଚନ : କଂଗ୍ରେସ ସ୍ଲୋଗାନ
ଭାରତର ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ୧୯୫୧ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଅନେକ ଐତିହାସିକ ଘଟଣା ଘଟିଥିଲା । ଯେମିତି ବିଶ୍ୱରେ ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ଲୋକଙ୍କୁ ମତଦାନର ଅଧିକାର ମିଳିବା । ଏହି ନିର୍ବାଚନରେ କଂଗ୍ରେସର ସ୍ଲୋଗାନ ଥିଲା – ‘ସ୍ଥାୟୀ, ଧର୍ମନିରପେକ୍ଷ, ପ୍ରଗତିଶୀଳ ସରକାର ପାଇଁ’
୧୯୬୨ ନିର୍ବାଚନ : ଜନସଂଘର ସ୍ଲୋଗାନ୍
୧୯୬୨ରେ ତୃତୀୟ ସାଧାରଣ ନିର୍ବାଚନ ହୋଇଥିଲା । କଂଗ୍ରେସ ୪୮୮ ଆସନରେ ନିର୍ବାଚନ ଲଢି ୩୬୧ ଆସନ ଜିତିଥିଲା । ପ୍ରଥମଥର ଭଳି ଏହି ନିର୍ବାଚନରେ ମଧ୍ୟ ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟି ଦେଶର ଦ୍ୱିତୀୟ ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା । ଜନସଂଘର ଆସନ ସଂଖ୍ୟା ମଧ୍ୟ ୧୯୫୧ ତୁଳନାରେ ତିନିଗୁଣ ଅଧିକ ବଢିଥିଲା । ଏହି ନିର୍ବାଚନରେ ଜନସଂଘ ନେହେରୁଙ୍କୁ ଟାର୍ଗେଟ୍ କରିଥିଲା । ଏହାର ସ୍ଲୋଗାନ ଥିଲା- ୱାହରେ ନେହେରୁ ତେରି ମୌଜ୍, ଘର ମୈ ହମଲା ବାହାର ଫୌଜ’
ଇନ୍ଦିରା ହଟାଓ ଦେଶ ବଚାଓ
ଏହା ଏମିତି ଗୋଟିଏ ସ୍ଲାଗାନ ଯାହାକୁ ଆଜି ମଧ୍ୟ ଅନେକ ମନେ ପକାନ୍ତି । ୧୯୭୫ ମସିହାର ଜରୁରୀକାଳିନ ପରିସ୍ଥିତି ପରେ ଇନ୍ଦିରାଙ୍କ ବିରୋଧରେ ଦେଶବ୍ୟାପି ଜନମତ ସୃଷ୍ଟି ହୋଇଥିଲା । ଯାହାକୁ ଅସ୍ତ୍ର କରି ଜନତା ପାର୍ଟି କ୍ଷମତାକୁ ଆସିଥିଲା । ସେତେବେଳେ ଜନତା ପାର୍ଟିର ସ୍ଲୋଗାନ ଥିଲା-ଇନ୍ଦିରା ହଟାଓ ଦେଶ ବଚାଓ ।
ଗାଲୋ ପରେ ଜୋ ଲାଲି ହୈ, ତୋପୋଁ କି ଦଲାଲି ହୈ
୧୯୮୯ ମସିହା ସାଧାରଣ ନିର୍ବାଚନରେ ଜନମୋର୍ଚ୍ଚା ଏହି ସ୍ଲୋଗାନ ଦ୍ୱାରା ରାଜୀବ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଥିଲା । ବୋଫର୍ସ ଦୁର୍ନିତିରେ ରାଜୀବ ଗାନ୍ଧୀ ଓ ତାଙ୍କ ସହଯୋଗୀଙ୍କ ସଂଲିପ୍ତତାକୁ ଦର୍ଶାଇବା ପାଇଁ ଏହି ନାରା ଦିଆଯାଇଥିଲା । ଏହାଛଡା ତୃତୀୟ ସାମ୍ମୁଖ୍ୟର ଆଉ ଗୋଟିଏ ସ୍ଲୋଗାନ ମଧ୍ୟ ସେତେବେଳେ ବେସ୍ ଲୋକପ୍ରିୟ ହୋଇଥିଲା । ଆଉ ତାହା ଥିଲା-‘ରାଜା ନହିଁ ଫକିର ହୈ, ଭାରତ କି ତକଦିର ହୈ’ । ଏହି ସ୍ଲୋଗାନ ଦ୍ୱାରା ରାଜୀବଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ଭିପି ସିଂଙ୍କୁ ନାୟକ ଭାବେ ଦର୍ଶାଯାଇଥିଲା ।
ବିଜେପି ସ୍ଲୋଗାନ୍
ରାମ ମନ୍ଦିରକୁ ପ୍ରସଙ୍ଗ କରି ଦୁଇ ଆସନରୁ ଶତକ ଛୁଇଁଥିବା ବିଜେପି ୧୯୯୦ ଦଶକରେ ରାମଙ୍କୁ ନେଇ ସ୍ଲୋଗାନ ତିଆରି କରୁଥିଲା । ବିଜେପିର ରଣନୀତି ଓ ପ୍ରଚାର ରାମଙ୍କ ଚାରିପଟେ ଘୁରିବୁଲୁଥିଲା । ୧୯୯୧ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ କାଳରେ ବିଜେପିର ସ୍ଲୋଗାନ୍ ଥିଲା ‘ରାମ୍ ଲାଲା ହମ୍ ଆଏଙ୍ଗେ,ମନ୍ଦିର ୱହିଁ ବନାଏଙ୍ଗେ’ । ଆଉ ଏବେ ଉତ୍ତର ପ୍ରଦେଶରେ ବିଜେପିର ସ୍ଲୋଗାନ୍ ହେଉଛି, ତାଙ୍କୁ ଆଣିବା ଯିଏ ରାମଙ୍କୁ ଆଣିଲେ ।
ତେବେ ୨୦୧୪ର ବିଜେପି ସ୍ଲୋଗାନ୍ ଆଛେଦିନ୍ ଆନେୱାଲା ହୈ, ମୋଦି ଆନେୱାଲେ ହୈଁ ସ୍ଲୋଗାନ ବିନା ଏହି ଆଲୋଚନା ନିଶ୍ଚିତ ଭାବେ ଅଧୁରା ହେବ । ୨୦୦୪ରେ ଯଦି କଂଗ୍ରେସର‘କଂଗ୍ରେସ କା ହାଥ୍ ଆମ ଆଦମୀ କେ ସାଥ୍’ ବିଜେପିର ‘ସାଇନିଂ ଇଣ୍ଡିଆ’ କ୍ୟାମ୍ପେନକୁ ପମ୍ପଚର କରିଥିଲା ତେବେ ୨୦୧୪ରେ ସମାନ ଅବସ୍ଥା କଂଗ୍ରେସର ହୋଇଥିଲା ‘ଆଛେଦିନ୍’ ସ୍ଲୋଗାନ୍ ପାଇଁ