ରାହୁଲଙ୍କ ଅତି ପ୍ରିୟ ରବନୀତ୍ ସିଂ ଭାଜପାରେ ସାମିଲ

Above Post Content

ଚଣ୍ଡିଗଡ଼: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ବଡ଼ ଝଟ୍‌କା ଲାଗିଛି । ବରିଷ୍ଠ ନେତା ତଥା ଏମ୍‌ପି ରବନୀତ୍ ସିଂ ବିଟୁ କଂଗ୍ରେସ ହାତ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କ ଅତି ନିକଟତର ଥିବାରୁ କଂଗ୍ରେସର ଏକ ବଡ଼ ଚେହେରା ଭାବେ ତାଙ୍କୁ ବିବେଚନା କରାଯାଉଥିଲା । ଏଣୁ ତାଙ୍କର ଭାଜପାରେ ଯୋଗଦାନ ରାହୁଲଙ୍କ ପାଇଁ ଝଟ୍‌କା ବୋଲି କୁହାଯାଉଛି ।

Middle post content

କଂଗ୍ରେସରୁ ୩ ଥର ଏମପି ହୋଇଥିଲେ ରବନୀତ୍ ସିଂ

After 2nd paragraph post ads

ମଙ୍ଗଳବାର ପାର୍ଟି ମୁଖ୍ୟାଳୟରେ ଭାଜପା ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ରବନୀତ୍ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ସମୟରେ ପଞ୍ଜାବ ଭାଜପାର ଅନେକ ବଡ଼ ନେତା ଉପସ୍ଥିତ ଥିଲେ । ସେ ୩ ଥର କଂଗ୍ରେସ ଏମ୍‌ପି ଭାବରେ ନିର୍ବାଚିତ ହୋଇଛନ୍ତି । ଆଗାମୀ ନିର୍ବାଚନରେ ଦଳରୁ ତାଙ୍କ ଟିକେଟ୍ ପକ୍କା ବୋଲି କୁହାଯାଉଥିଲା । ବର୍ତ୍ତମାନ ସମୟରେ ସେ ଲୁଧିଆନା କଂଗ୍ରେସରୁ ପ୍ରତିନିଧିତ୍ୱ କରୁଥିଲେ । ରବନୀତ୍ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂଙ୍କ ନାତି, ଯିଏକି ଚଣ୍ଡିଗଡ଼ରେ ପଞ୍ଜାବର ସିଭିଲ୍ ସଚିବାଳୟରେ ଏକ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ତେବେ ଭାଜପାରେ ଯୋଗଦେବା ପରେ ରବନୀତ୍ ପ୍ରଧାନମନ୍ତ୍ରୀ ମୋଦି-ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗତ ୧୦ ବର୍ଷ ଧରି ଅମିତ୍ ଶାହା ଏବଂ ଜେ ପି ନଡ୍ଡାଙ୍କ ସହ ସମ୍ପର୍କ ରହିଆସିଛି । ବର୍ତ୍ତମାନ ସମୟରେ ପଞ୍ଜାବର ପରିସ୍ଥିତିକୁ ବିଚାର କରି ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami