![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଜଗତସିଂହପୁର: ନବୀନ ନିବାସରେ ଗୋଟେ ପରେ ଗୋଟେ ଜିଲ୍ଲାର ସମୀକ୍ଷା ଚାଲିଥିବା ବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି । ବୈଠକରେ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିବା ନେଇ ଆଲୋଚନା ହୋଇଥିଲା । ଏଥିସହିତ ସାଂସଦ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ସୋମବାର ଅପରାହ୍ନରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ବୈଠକ ପାଇଁ ସମସ୍ତ ବିଧାୟକ, ସାଂସଦ, ପର୍ଯ୍ୟବେକ୍ଷକ ନବୀନ ନିବାସରେ ପହଞ୍ଚିଥିଲେ । ଆଲୋଚନାରେ ସାଂସଦ ପ୍ରାର୍ଥୀଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ସାଂସଦ ପ୍ରାର୍ଥୀ ଏକପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି । ସାଂସଦ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ରଣନୀତି ପ୍ରସ୍ତୁତ କରିବା ସହ ଯେମିତି ସମସ୍ତ କର୍ମୀ ଏଥିପାଇଁ ପ୍ରୟାସ କରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିପାଇଁ ବିଧାୟକମାନଙ୍କୁ ଅଧିକ ପରିଶ୍ରମ କରିବା ପାଇଁ କୁହାଯାଇଥିଲା । ଦଳ ଯେମିତି ସବୁ ଆସନରେ ଜିତିବ ତା’ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସମସ୍ତ କର୍ମୀଙ୍କୁ ଏକାଠି କରି ଦଳୀୟ କାମରେ ଲାଗି ପଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଆଲୋଚନାରେ ସାମିଲ ହୋଇଥିଲେ ବରିଷ୍ଠ ନେତା
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଏହି ଆଲୋଚନାରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍, ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ, ସହ-ପର୍ଯ୍ୟବେକ୍ଷକ ଗିରିଶ ଚନ୍ଦ୍ର ଦାଶ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, କଟକ ଜିଲ୍ଲାର ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲିକ, ମନ୍ତ୍ରୀ ତଥା ପୁରୀ ଜିଲ୍ଲା କାଟକପୁର ବିଧାୟକ ତୁଷାରକାନ୍ତି ବେହେରା, ନିମାପଡ଼ା ବିଧାୟକ ସମୀର ରଂଜନ ଦାସ ଓ ଅନ୍ୟ କେତେଜଣ ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ସ୍ୱର୍ଗତ ଡାକ୍ତର ଦାମୋଦର ରାଉତଙ୍କର ଶୁଦ୍ଧିକ୍ରିୟା ଚାଲିଥିବାରୁ ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଯୋଗ ଦେଇ ନ ଥିଲେ । ତେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)