ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ

Above Post Content

ଭୁବନେଶ୍ୱର: ବୁଧବାର ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବୁଧବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ଏମ୍‌ପି ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଏମ୍‌ପି ସସ୍ମିତ ପାତ୍ର, ସୁଲତା ଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଶହ ଶହ ସଂଖ୍ୟାରେ ସମର୍ଥକଙ୍କ ସହ ରାଲିରେ ଆସି ଶଙ୍ଖ ଭବନରେ ପହଞ୍ଚି ବିଜେଡିରେ ମିଶିଛନ୍ତି ।

ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ

After 2nd paragraph post ads
Middle post content

ବିଜେଡିରେ ଯୋଗଦେବା ନେଇ ମନ୍ମଥ କହିଛନ୍ତି ଯେ, ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛିି । ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି । ଏଣୁ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି । ନିର୍ବାଚନ ଲଢ଼ିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବ । ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରିବି । ବାପା ସୁର ରାଉତରାୟ ଏବଂ ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରେରଣାରେ ଆଗକୁ ବଢ଼ିବି । ବିଜେଡିରେ ସାମିଲ ହେବା ତାଙ୍କ ଏକା ନିଷ୍ପତ୍ତି ନୁହେଁ । ଏହା ତାଙ୍କ ପରିବାରର ନିଷ୍ପତ୍ତି ବୋଲି ସେ କହିଛନ୍ତି ।

ଜଟଣୀ ଆସନରୁ ଲଢ଼ିବା ନେଇ ଚର୍ଚ୍ଚା

ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ବୟସାଧିକ କାରଣରୁ ବିଧାନସଭାକୁ ବିଦାୟ କହିବା ପରେ ଏବେ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ଏବଂ ସାନ ପୁଅ ମନ୍ମଥ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ପ୍ରଥମେ ସେ ପୁଅ କଂଗ୍ରେସରୁ ଲଢ଼ିବ ବୋଲି କହୁଥିବା ବେଳେ ଏବେ ମନ୍ମଥ ବିଜେଡିରେ ଯୋଗଦେଇ ଚର୍ଚ୍ଚାକୁ ବିରାମ ଦେଇଛନ୍ତି । ତେବେ ତାଙ୍କୁ ଜଟଣୀରୁ ବିଧାୟକ ଟିକେଟ ଓ ଭୁବନେଶ୍ୱରରୁ ଏମପି ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami