ବିଜେପିକୁ ଡରାଇଲାଣି 2024,ମେଣ୍ଟ ପାଇଁ ଛଟପଟ ଗେରୁଆ ଦଳ

Above Post Content

2024 ବିଜେପି ପାଇଁ ସହଜ ହେବନାହିଁ2014ର ଆଛେଦିନ ଘୋଡ଼ା ଓ 2019ର ଉଗ୍ର ଜାତୀୟତାବାଦ ଭଳି ଅସ୍ତ୍ର ବୋଧହୁଏ ବିଜେପି ପାଖରେ ଆଉ ନାହିଁ। ସେଥିପାଇଁ ବିଜେପି ଏବେ ନୂଆ ସାଥୀ ଖୋଜିବାକୁ ବ୍ଯାକୁଳ। ବ୍ଯାକୁଳତାର କାରଣ ହେଉଛି ବିରୋଧୀ ଦଳଙ୍କ ମେଣ୍ଟଦିଲ୍ଲୀର ଆମଆଦମୀ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ହୁଅନ୍ତୁ କିମ୍ବା ବଙ୍ଗଳାରେ ମମତା ଦିଦିଆଂଚଳିକ ନେତାଙ୍କ ଜାତୀୟ ଇଛା 2024 ପୂର୍ବରୁ ଉବୁକା ମାରିବାରେ ଲାଗିଛିଗୁଜୁରାଟରେ ଭଲ ଭୋଟ୍ ସେୟାର ଓ ପଂଜାବରେ ସରକାର ଗଠନ କରି କେଜ୍ରିୱାଲ ଯଦି ଉତଫୁଲିତ ତେବେ ଦିଦି ବଙ୍ଗଳାରେ ନିଜ ଗଡ଼ ବଂଚାଇ ବିଜେପିକୁ ତାକତ ଦେଖାଇ ଦେଇଛନ୍ତି। ଏମିତିରେ ବିଜେପି ଜାଣି ସାରିଲାଣି ଯେ,2024ରେ ଯଦି ଏନଡିଏକୁ ନୂଆ ସାଥି ଆମଦାନୀ କରାନଯାଏ ତେବେ ଖେଳ ବିଗିଡି଼ ଯାଇପାରେ। ସେଥିପାଇଁ ଗେରୁଆ ଦଳ ବନ୍ଧୁ କିଣିବାକୁ ତରବର ହେଉଛି। ଯାହାର ନଗଦ ଉଦାହରଣ ହେଉଛି ଲୋକଜନଶକ୍ତି ପାର୍ଟି(ରାମବିଳାଶ) ମୁଖିଆ ଚିରାଗ ପାଶ୍ୱାନଙ୍କ ସହିତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟଙ୍କ ଭେଟଘାଟ।

ବିଜେପିର ଚିରାଗ ପ୍ରେମ

After 2nd paragraph post ads

ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ଯ –ଏନଡିଏକୁ ଲୋକ ଜନଶକ୍ତି ପାର୍ଟି(ଆର)ର ପୁଣି ଘର ୱାପସୀ ହେବାକୁ ଯାଉଛିନୀତିଶଙ୍କୁ ଆଗାମୀ 2024 ନିର୍ବାଚନରେ କାଉଣ୍ଟର କରିବାକୁ ସାଥି ଖୋଜୁଥିବା ବିଜେପି ଚିରାଗଙ୍କୁ ପୁଣି ଘରକୁ ଫେରାଇ ଆଣିବାକୁ ଉଦ୍ଯମ ଆରମ୍ଭ କରିଛି। ଏହି କ୍ରମରେ ରବିବାର ଦିନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟ ପାଟନାରେ ଚିରାଗ ପାଶ୍ୱାନଙ୍କୁ ସାକ୍ଷାତ କରିଛି। ଲୋକ ଜନଶକ୍ତି ପାର୍ଟି(ଆର)ର ହାଇଲେଭଲ ମିଟିଂ ପରେ ଚିରାଗ ନିତ୍ଯାନନ୍ଦ ରାୟଙ୍କୁ ସାକ୍ଷାତ କରିଛନ୍ତି।

2024 ନିର୍ବାଚରନେ ବିଜେପି ସହିତ ମେଣ୍ଟ କରାଯିବା କି ନାହିଁ ତାକୁ ନେଇ ଦଳର ମିଟିଂ ହୋଇଥିଲା। ମିଟିଂରେ ଦଳର ସବୁ ବରିଷ୍ଠ ନେତା ଯୋଗ ଦେଇଥିଲେବୈଠକରେ ଏନଡିଏରେ ଯୋଗ ଦେବା ଉପରେ ଅନ୍ତିମ ନିଷ୍ପତି ନେବାର କ୍ଷମତା ଚିରାଗଙ୍କୁ ଦିଆଯାଇଛି।

ଏନଡିଏରେ ଯୋଗ ଦେବା ନେଇ ଅଧିକ ଆଲୋଚନା ପାଇଁ ଚିରାଗ ଦିଲ୍ଲୀ ଯାତ୍ରା କରିଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ମନ୍ତ୍ରୀ ହେବା ମୋର ପ୍ରାଥମିକତା ନୁହେଁଏନଡିଏରେ ଯୋଗ ଦେବା ନେଇ ନିଷ୍ପତି ପୂର୍ବରୁ ଲମ୍ବା ଆଲୋଚନା ଚାଲିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ଯ ଯେ,ରାମବିଳାଶ ପାଶ୍ୱାନଙ୍କ ମୃତ୍ୟୁ ପରେ ଚିରାଗଙ୍କ ବିରୋଧରେ ତାଙ୍କ ଦାଦାଙ୍କ ନେତୃତ୍ୱରେ ଦଳ ଭିତରେ ବିଦ୍ରୋହ ହୋଇଥିଲା। ଏହାପରେ ଦଳ ଭାଗଭାଗ ହୋଇଯାଇଥିଲାଚିରାଗଙ୍କ ପାଇଁ ଜନତାଦଳକୁ ନିର୍ବାଚନରେ କ୍ଷତି ସହିବାକୁ ପଡିଲା ବୋଲି ଅଭିଯୋଗ କରିଥିଲେ ନିତୀଶନୀତିଶଙ୍କୁ ଅଧିକ ଗୁରୁତ୍ୱ ଦେଇ ବିଜେପି ଚିରାଗଙ୍କୁ ଆଡେଇ ଦେଇଥିଲା। ପରେ ନିତୀଶ ବିଜେପି ସହିତ ମେଣ୍ଟ ଭାଙ୍ଗି କଂଗ୍ରେସ ଓ ଆରଜେଡି ସମର୍ଥନରେ ସରକାର ଗଠନ କରିଥିଲେ।

Middle post content

କର୍ଣ୍ଣାଟକରେ ହାତ ଦେବଗୌଡ଼ାଙ୍କ ସହିତ ହାତ ମିଳାଇବ ବିଜେପି ?

କିଛି ଦିନ ତଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରୁପ୍ପା ବିଜେପି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ାଙ୍କ ଦଳ ଜେଡିଏସ୍ ମଧ୍ଯରେ ମେଣ୍ଟ ହୋଇପାରେ ବୋଲି କହିଛନ୍ତି। ସେ ଖୋଲାଖୋଲି କହିଛନ୍ତି ଯେ, କର୍ଣ୍ଣାଟକରେ କଂଗ୍ରେସ ସରକାର ବିରୋଧରେ ଦୁଇ ଦଳ ଏକାଠି ହୋଇପାରନ୍ତି। ମନେ ରଖନ୍ତୁ ୟେଦୁରୁପ୍ପା କହିଛନ୍ତି ହୋଇ ପାରନ୍ତି। ରାଜନୀତିରେ ଲଢି ପାରୁ ଭଳି ବାକ୍ଯ ପରେ ନିଶ୍ଚିତ ମେଣ୍ଟର ମଧ୍ଯ ରୂପ ନେଇପାରେ। ଏମିତିରେ ଉଭୟ ଦଳ କଂଗ୍ରେସର ମାଡ଼ରେ ଆହତ ହୋଇଛନ୍ତି। ବିଜେପିର ଯଦି କ୍ଷମତା ହରାଇବା ଦୁଃଖ ଏପର୍ଯ୍ଯନ୍ତ ଯାଇନାହିଁ। ସେହିଭଳି କିଙ୍ଗ୍ ମେକର ହେବା ସ୍ୱପ୍ନ ଦେଖୁଥିବା ଜେଡିଏସ ମଧ୍ଯ ଧକ୍କା ଖାଇଛି। ଏମିତିରେ ଯଦି କଂଗ୍ରେସ ବିରୋଧରେ ଉଭୟ ଦଳ ଏକାଠି ହୁଅନ୍ତି ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଆନ୍ଧ୍ରରେ ମଧ୍ଯ ସାଥି ଖୋଜୁଛି ବିଜେପି

ବିଜେପି ଆନ୍ଧ୍ରପ୍ରଦେଶରେ ମଧ୍ଯ ସାଥି ଖୋଜୁଛି। ଏହି ରାଜ୍ଯର ଦୁଇ ବଡ଼ ଦଳ ୱାଇଏସଆର କଂଗ୍ରେସ ଓ ତେଲଗୁ ଦେଶମ ପାର୍ଟି ଉଭୟ ବିଜେପିକୁ କିଛି ପ୍ରସଙ୍ଗରେ ସମର୍ଥନ କରିଛନ୍ତି। ତେଣୁ ଏହି ଦଳଙ୍କ ମଧ୍ୟରୁ କେହି ଯଦି ଏନଡିଏରେ ସାମିଲ ହୁଏ ତେବେ ଆଶ୍ଚର୍ଯ୍ଯ ହେବାର କିଛି ନାହିଁ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami