ଛତିଶଗଡ଼ ରାଜ୍ୟପାଳଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

Above Post Content

ଭୁବନେଶ୍ୱର: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରିଛି ବିଜେଡି । ଏନେଇ ଇ-ମେଲ ଜରିଆରେ ଜାତୀୟ ନିର୍ବାଚନ କମିଶନଙ୍କୁ ବିଜୁ ଜନତା ଦଳ ଅବଗତ କରିଛି । ଯାହାର ନକଲ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଛି ବିଜେଡି । ବିଶ୍ୱଭୂଷଣ ହରିଚନ୍ଦନ ଗତ ଏପ୍ରିଲ ୩୦ ତାରିଖରେ ଭୁବନେଶ୍ୱର ଆସି ମେ’ ୪ ତାରିଖରେ ଫେରି ଯାଇଥିଲେ ।

Middle post content

ପୁଅ ପାଇଁ ଭୋଟ ମାଗିଥିଲେ ବିଶ୍ୱଭୂଷଣ

After 2nd paragraph post ads

ଏହା ଭିତରେ ନିଜ ଭୁବନେଶ୍ୱର ବାସଭବନରେ ସେ ଚିଲିକା ନିର୍ବାଚନମଣ୍ଡଳୀ ଲୋକଙ୍କୁ ନେଇ ବୈଠକ କରିଥିଲେ ବୋଲି ବିଜେଡି ଅଭିଯୋଗ କରିଛି । ଏହା ସହ ଫୋନ ଯୋଗେ ନିଜ ପୁଅ ପୃଥ୍ୱୀରାଜ ହରିଚନ୍ଦନ, ଯିଏ କି ବିଜେପିରୁ ଚିଲିକାରେ ପ୍ରାର୍ଥୀ ହୋଇଛନ୍ତି, ତାଙ୍କ ସପକ୍ଷରେ ପରୋକ୍ଷରେ ଭୋଟ ପାଇଁ ପ୍ରବର୍ତ୍ତାଇଥିବା ବିଜେଡି ଅଭିଯୋଗ କରିଛି । ବିଶ୍ୱଭୂଷଣ ହରିଚନ୍ଦନ ଏକ ସାମ୍ବିଧାନିକ ପଦରେ ରହି ଏପରି କରିବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ । ଏହାର ତଦନ୍ତ ପାଇଁ ଦାବି କରିଛି ବିଜେଡ଼ି । ଏଥିସହ ନିର୍ବାଚନ ସମୟରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଓଡ଼ିଶା ଆସିବା ଉପରେ ଅଙ୍କୁଶ ଲଗାଇବାକୁ ଜାତୀୟ ନିର୍ବାଚନ କମିଶନଙ୍କୁ ବିଜେଡି ଅନୁରୋଧ କରିଛି । ଯେପରି ବିଶ୍ୱଭୂଷଣ ହରିଚନ୍ଦନ ନିର୍ବାଚନ କାମରୁ ନିଜକୁ ନିବୃତ୍ତ ରଖିବେ, ଏ ନେଇ ତାଙ୍କୁ ସତର୍କ କରିବାକୁ ବିଜିଡି ଦାବି କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami