ବିରୋଧୀଙ୍କ କଥା ବେଶୀ, କାମ କମ: ପାଣ୍ଡିଆନ

Above Post Content

ବୀରମହାରାଜପୁ: ବୀରମହାରାଜପୁରରେ ଜୋରଦାର ପ୍ରଚାର କରିଥିଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ସାଧାରଣ ସଭାକୁ ଉଦବୋଧନ ଦେଇ ବିରୋଧୀଙ୍କ ଉପରେ ବର୍ଷିଥିଲେ ପାଣ୍ଡିଆନ୍ । ବହୁତ ଦଳ ଆସିବେ, ଅନେକ ପ୍ରତିଶ୍ରୁତି ଦେବେ ପରେ ସେମାନଙ୍କର ଦେଖା ମିଳିବ ନାହିଁ । କିନ୍ତୁ ବିଜେଡି ଲୋକଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବ । ବିରୋଧି ଦଳ କଥା ବେଶି କୁହନ୍ତି, କାମ କମ କରନ୍ତି । ୨୦୧୪ ପୂର୍ବରୁ ସେମାନେ ପ୍ରତିବର୍ଷ ୨ କୋଟି ରୋଜଗାର ଦେବୁ ବୋଲି କହିଥିଲେ । ଧାନର ସର୍ବନିମ୍ନ ମୂଲ୍ୟ ଦୁଇଗୁଣ କରିବାକୁ ୨୦୧୪ରେ କହିଥିଲେ । ୧୦ ବର୍ଷ ପରେ ମଧ୍ୟ ସେହି ପ୍ରତିଶ୍ରୁତି ପୁରଣ ହୋଇପାରିଲା ନାହିଁ । ପୁଣି ସେମାନେ ମିଛ କହୁଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦେବୁ, ଏଇଟା କରିବୁ ସେଇଟା କରିବୁ କହିବେ କିନ୍ତୁ କିଛି କରିବେ ନାହିଁ । ଅନ୍ୟ ଯେଉଁମାନେ ଆସିବେ ସେମାନେ ବିକାଶ କାମରେ ବ୍ରେକ୍ ଲଗାଇବେ ।

Middle post content

ଯୁବପୀଢିକୁ ଶସକ୍ତ କରନ୍ତି ମୁଖ୍ୟମନ୍ତ୍ରୀ

After 2nd paragraph post ads

ମୁଖ୍ୟମନ୍ତ୍ରୀ ଯୁବପୀଢିକୁ ଶସକ୍ତ କରୁଛନ୍ତି । ଲୋକଙ୍କ ସାଥିରେ ରହି ସମସ୍ୟା ବୁଝିବା ସହ ତାକୁ ଦୂର କରୁଛନ୍ତି । ୯୫ ପ୍ରତିଶତ ପିଲା ସ୍କଲାରସିପ୍ ପାଉଛନ୍ତି । କେଉଁ ଡବଲ ଇଂଜିନ ସରକାରରେ ଏତେ ସ୍କଲାରସିପ୍ ମିଳୁନାହିଁ । ନିର୍ବାଚନ କାଳରେ ଯେଉଁମାନେ ଆସି ବଡ଼ବଡ଼ ପ୍ରତିଶ୍ରୁତି ଦେବେ ସେମାନଙ୍କ ଦେଖା ନିର୍ବାଚନ ପରେ ମିଳିବ ନାହିଁ । ଆପଣ ମାନେ ୫୦ ହଜାର ମାର୍ଜିନରେ ଆମ ଭାଇମାନଙ୍କୁ ଜିତାଇବେ । ଆମେ ଇଲେକ୍ସନ ଥିଲେ ଆସିବୁ ନଥିଲେ ବି ଆସିବୁ । ଇଲେକ୍ସନ କାଳରେ ଆସୁଥିବା ଟୁରିଷ୍ଟ ମାନଙ୍କୁ ଚିହ୍ନିକି ରଖନ୍ତୁ । ସେମାନେ ନିର୍ବାଚନ ପରେ ଆସିବେ ନାହିଁ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami