ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଖରାଦିନିଆ ଥଣ୍ଡା ପାନୀୟ

Above Post Content

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଛି । ପ୍ରବଳ ଖରା ଯୋଗୁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ସକାଳ ୮ଟାରୁ ତାପମାତ୍ରା ୪୦ ଡ଼ିଗ୍ରୀ ପାର ହୋଇଯାଉଛି । ପୂର୍ବାହ୍ନ ୧୦ ଟା ପରେ ଲୋକେ ଘରୁ ବାହାରିବା ସମ୍ଭବ ହେଉନାହିଁ । ରାସ୍ତାଘାଟ ଶୂନ୍‌୍‌ଶାନ ହୋଇପଡ଼ୁଛି । ଏହି ସମୟରେ ଥଣ୍ଡା ପାନୀୟର ଆଦର ବଢ଼଼ୁଛି । ସେଥିମଧ୍ୟରେ ଏବେ ବିଶେଷ ଚାହିଦା ରହିଛି ମାଣ୍ଡିଆ ଲସି ଓ ଜୁସ୍ । ଏହା ବେଶ୍ ପୁଷ୍ଟିକର ହେବା ସହ ସ୍ୱାସ୍ଥ୍ୟ ପ୍ରତି ବେଶ୍ ସକାରାତ୍ମକ ପ୍ରଭାବ ପକାଉଛି । କେବଳ ଏହାର ଚାହିଦା ବଢ଼଼ୁନି, ଏହାର ବ୍ୟବସାୟ ପ୍ରତି ମନଯୋଗ ଦେଉଥିବା ଲୋକେ ବି ବେଶ୍ ଲାଭାନ୍ୱିତ ହେଉଛନ୍ତି ।

ମାଣ୍ଡିଆ ଦେଇଛି ରୋଜଗାର

After 2nd paragraph post ads
Middle post content

ରାଜଧାନୀରେ ଖରାଦିନିଆ ଥଣ୍ଡା ପାନୀୟ ଭାବେ ମାଣ୍ଡିଆ ଲସି, ଜୁସ୍‌, ଦହି ଆଦର ବେଶ୍ ଚାହିଦା ବଢ଼଼ୁଛି । ଲୋକଙ୍କ ନିକଟରେ ପୁଷ୍ଟିକର ଖାଦ୍ୟ ପହଞ୍ଚିବା ସହ ଏଥିରୁ ରୋଜଗାରକ୍ଷମ ହୋଇପାରିଛନ୍ତି ଅନେକ ଏସଏଚ୍‌ଜିର ମହିଳାମାନେ । ପୁରୁଣା ଭୁବନେଶ୍ୱରର ମା’ ତାରାଦେବୀ ଏସ୍‌ଏଚ୍‌ଜିର ୧୦ ଜଣ ମହିଳା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଡାଇବେଟିସ୍ ଲୋକଙ୍କ ପାଇଁ ମାଣ୍ଡିଆ ଛାଞ୍ଚ୍ ମଧ୍ୟ ଅନେକଙ୍କ ନିୟମିତ ପାନୀୟ ତାଲିକାରେ ସ୍ଥାନ ପାଇଛି । ମହିଳାମାନେ ମିଲେଟ୍‌ରୁ କୁକିଜ୍‌, ସୁପ ଫୁଡ଼୍ ଛତୁଆ ଗୁଣ୍ଡ, ମୁଡ଼କୀ, ବିସ୍କୁଟ, ବରା, କେକ୍‌, ପକୁଡ଼ି ଆଦି ବିକ୍ରି କରୁଥିବା ବେଳେ ଖରାଦିନରେ ଅଧିକ ବିକ୍ରି ହେଉଛି ମାଣ୍ଡିଆରୁ ପ୍ରସ୍ତୁତ ପାନୀୟ ।

ବିବାହ ଭୋଜିରେ ବି ସାମିଲ ହୋଇଛି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ

ମାଣ୍ଡିଆକୁ ସିଝାଇ ସେଥିରେ ଦହି, ଚିନି ଓ ଅନ୍ୟ ସାମଗ୍ରୀ ମିଶାଇ ଲସି ପ୍ରସ୍ତୁତ କରାଯାଉଛି । ଛାଞ୍ଚରେ ଆମ୍ବକଷି ଅଦା, ପୁଦିନା ପତ୍ର, ଲୁଣ ଆଦି ମିଶାଇ ପ୍ରସ୍ତୁତ କରାଯାଉଛି ଏହି ପାନୀୟ । ଏହି ଜୁସ୍‌ର ଦାମ୍ ୩୦ଟଙ୍କା ରହିଛି । ସବୁଠାରୁ ବଡ଼କଥା ହେଉଛି ବର୍ତ୍ତମାନ ବିବାହ ହେଉ ଅବା ଜନ୍ମଦିନ ଭଳି ବିଭିନ୍ନ ଉତ୍ସବରେ ମଧ୍ୟ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଓ ପାନୀୟ ସାମିଲ ହୋଇଛି । ନିମୟିତ ୧୦୦ରୁ ୧୫୦ଜଣଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଉଥିବା ମା’ ତାରାଦେବୀ ଏସ୍‌ଏଚ୍‌ଜି ଗ୍ରୁପ୍‌ର ଲିତାଞ୍ଜଳି ବେହେରା କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଘରେ ଘରେ ମିଲେଟ୍ ଫୁଡ଼୍ ତଥା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଲୋକଙ୍କୁ ମିଲେଟ୍ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ୍ ମିଶନ୍ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି । ଏହାକୁ ସଫଳ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ମିଶନ୍ ଶକ୍ତି ଓ ଓଡ଼ିଶା ମିଲେଟ୍ ମିଶନ୍ ମାଧ୍ୟମରେ ଏହାର ବ୍ରାଣ୍ଡିଂ କରାଯାଇ ବିକ୍ରି କରାଯାଉଛି । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ସହ ଖରାଦିନରେ ପାନୀୟକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami