![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଭୁବନେଶ୍ୱର: ନବୀନ ନିବାସରେ ଆଜି ବ୍ରହ୍ମପୁର ଓ ଆସିକା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବ୍ରହ୍ମପୁର ଲୋକସଭା କ୍ଷେତ୍ର ନେଇ ବିଜେଡିର ସମୀକ୍ଷା ଶେଷ ହେବାପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ଆସନ ନେଇ ଆଲୋଚନା ହୋଇଛି । ସବୁ ନିର୍ବାଚନମଣ୍ଡଳୀରେ କିଭଳି ବିଜୟ ହେବ ସେନେଇ ଆଲୋଚନା କରାଯାଇଛି । ସବୁ ଆସନରେ ୨୦୨୪ ନିର୍ବାଚନ ଜିତିବା ପାଇଁ ମିଳିମିଶି କାମ କରିବାକୁ ପରାମର୍ଶ ଦିଆଯାଇଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ସବୁ ଆସନରେ ଜିତିବା ପାଇଁ ମିଳିମିଶି କାମ କରିବାକୁ ପରାମର୍ଶ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ସେହିପରି ଆସିକା ଲୋକସଭା କ୍ଷେତ୍ର ସମୀକ୍ଷା ଶେଷ ହେବାପରେ ପ୍ରତିକ୍ରିୟା ରଖିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ବୈଠକରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି । ଲୋକସଭା ଓ ସମସ୍ତ ବିଧାନସଭାରେ କିଭଳି ଭାବେ ସଂଗଠନ ସୁଦୃଢ ହେବ, ସେ ଦିଗରେ ବି ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି । ଏହି ଅବସରେ ବୈଠକରେ ଉପସ୍ଥିତ ଥିଲେ ବ୍ରହ୍ମପୁର ସାଂସଦଙ୍କ ସହ ଲୋକସଭା କ୍ଷେତ୍ରରେ ଆସୁଥିବା ସମସ୍ତ ବିଧାନସଭା ଆସନର ବିଧାୟକ, ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ । ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ଏମାନଙ୍କ ସହ ଗଞ୍ଜାମ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ର, ଛତ୍ରପୁର ବିଧାୟକ ସୁବାସ ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଚିକିଟି ବିଧାୟିକା ଉଷା ଦେବୀ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକ, ବିଜେଡି ନେତା ସୁବାସ ମହାରଣା, ବିପ୍ଳବ ପାତ୍ର, ନାରାୟଣ ଜେନା, ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ଉପସ୍ଥିତ ଥିଲେ । ତେବେ ଆଜି ୪ଟି ଲୋକସଭା କ୍ଷେତ୍ରର ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)