![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ସମ୍ବଲପୁର : ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)କୁ ମଡ଼ର୍ଣ୍ଣ ଡ଼୍ରେସ୍ ପିନ୍ଧି ଯିବା ମନା । ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଭିସୁଟ୍ କୁଳପତି । ଆଧୁନିକ ଏବଂ ଛୋଟ ପୋଷାକ ପିନ୍ଧି ଆସିପାରିବେନି ଛାତ୍ରୀଛାତ୍ର । ଏନେଇ କୁଳପତି ନୋଟିସ୍ ଜାରି କରିଛନ୍ତି । ଆଗକୁ ବସନ୍ତ ଉତ୍ସବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହାକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଥିବା କୁଳପତି କହିଛନ୍ତି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ପାରମ୍ପରିକ ପୋଷାକରେ ଆସିବେ ଛାତ୍ରଛାତ୍ରୀ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଛାତ୍ରଛାତ୍ରୀ ମଡ଼ର୍ଣ୍ଣ ଡ଼୍ରେସ ବଦଳରେ ପାରମ୍ପରିକ ପୋଷାକ ପିନ୍ଧି ଆସିବାକୁ କୁହାଯାଇଛି । ଯଦି କେହି ଏହି ନିୟମକୁ ଖିଲାପ କରନ୍ତି ତେବେ ତାଙ୍କୁ କ୍ୟାମ୍ପସ୍ ଭିତରକୁ ଛଡା ଯିବ ନାହିଁ । ଏଥିସହ ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ବି ଦିଆଯାଇଛି । ବସନ୍ତ ଉତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ରାଜ୍ୟର ସଂସ୍କୃତିକୁ ବଜାୟ ରଖିବାକୁ ପାଇଁ ଏଭଳି ନିଷ୍ପତ୍ତିି ନିଆଯାଇଥିବା କୁହାଯାଇଛି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)