କେଜ୍‌ରିୱାଲଙ୍କୁ ଚତୁର୍ଥ ଥର ସମନ ଜାରି କଲା ଇଡି

Above Post Content

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ପୁଣି ସମନ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଆଜି ଚତୁର୍ଥ ଥର ପାଇଁ ଇଡ଼ି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସମନ୍ ଜାରି କରିଛି । ଏହି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ଚତୁର୍ଥ ଥର ପାଇଁ ସମନ ପଠାଇଛି । ଆସନ୍ତା ୧୮ରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍‌ରେ କୁହାଯାଇଛି । ଏବେ ଦେଖିବାକୁ ବାକି ରହିଲା ଏଏପି ର ଜାତୀୟ ସଂଯୋଜକ ଚତୁର୍ଥ ଥର ପାଇଁ ତଦନ୍ତରେ ଯୋଗ ଦେଉଛନ୍ତି କି ନାହିଁ ।

Middle post content

ପୂର୍ବରୁ ତିନିଥର ସମନକୁ ଏଡ଼ାଇ ଦେଇଥିଲେ କେଜ୍‌ରିୱାଲ

After 2nd paragraph post ads

ଇଡ଼ି ଜାରି କରିଥିବା ସମନ୍ ବେଆଇନ୍ ଓ ତାଙ୍କୁ ଗିରଫ କରିବା ଲାଗି ଉଦ୍ଦିଷ୍ଟ କହି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଜାନୁଆରି ୩ ତାରିଖରେ ଆସିଥିବା ସମନ୍‌କୁ ଏଡ଼ାଇ ଦେଇଥିଲେ । ଏହା ପୂର୍ବରୁ ନଭେମ୍ବର ୨ ଓ ଡିସେମ୍ବର ୨୧ ତାରିଖରେ ହାଜର ହେବାକୁ ଜାରି କରାଯାଇଥିବା ଇଡ଼ିର ଦୁଇଟି ସମନ୍ ମଧ୍ୟ ସେ ଏଡ଼ାଇ ଦେଇଥିଲେ । ସେତେବେଳେ ସେ ୧୦ଦିନିଆ ବିପାସନା ଯୋଗ ଶିବିରକୁ ଯାଇଥିଲେ ।ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଅରବିନ୍ଦ କେଜ୍ରିୱାଲ୍ କହିଥିଲେ, ଆଇନସଙ୍ଗତ ସମନ୍ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ଅଛି । କିନ୍ତୁ, ଇଡି ଜାରି କରିଥିବା ସମନ୍ ସବୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସେଗୁଡ଼ିକୁ ପ୍ରତ୍ୟାହାର କରି ନିଆଯିବା କଥା । ମୁଁ ସାଧୁତାର ସହିତ ଉନ୍ମୁକ୍ତ ଜୀବନଯାପନ କରେ । କିଛି ଲୁଚାଛପା କରେ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami