![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ବିବାହ ପୂର୍ବରୁ ପୁଅ ଓ ଝିଅ ଗୋଟିଏ ଘରେ ଏକାଠି ରହିବାକୁ ଆମ ସମାଜ ଗ୍ରହଣ କରେ ନାହିଁ । ହେଲେ ଆଜିକାଲି ପୁଅଝିଅ ବିବାହ ପୂର୍ବରୁ ଏକାଠି ରହିବା ତଥା ଲିଭ୍-ଇନ୍ରେ ରହିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଆଗରୁ ବଡ଼ ବଡ଼ ସହରଗୁଡ଼ିକରେ ଯୁବକଯୁବତୀ ଲିଭ୍ଇନ୍ରେ ରହୁଥିଲେ । ହେଲେ ଏବେ ଛୋଟ ହେଉ କି ବଡ଼ ପ୍ରତ୍ୟେକ ସହରରେ ଲିଭ୍ଇନ୍ରେ ରହୁଥିବା ନଜର ଆସୁଛନ୍ତି । ହେଲେ ଏମିତି ଏକ ଦେଶ ଅଛି, ଯେଉଁଠି ଲିଭ୍ ଇନ୍ରେ ରହି ପାରିବେନି ପ୍ରେମୀ ଯୁଗଳ ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଅନ୍ୟ କାହାର ଫୋନ ଛୁଇଁଲେ ୬ ମାସ ଜେଲ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଦୁନିଆରେ ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ଆଇନ କାନୁନ୍ ରହିଛି । କେଉଁଠି କେଶ କାଟିବାକୁ ଅନୁମତି ନିଆଯାଏ ତ ଆଉ କେଉଁଠି ଟିଭି ଚଳାଇବାକୁ ନିଆଯାଏ ଅନୁମତି । ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ଲିଭ୍-ଇନ୍ରେ ରହିବା ମଧ୍ୟ ମନା ଥାଏ । ଭାରତ ବିରୋଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର ହେତୁ ପଡ଼ୋଶୀ ଦେଶ ପାକିସ୍ତାନ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ । ଏଠାରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବହୁତ ବୃଦ୍ଧି ପାଇଛି । ଲୋକଙ୍କ ଆର୍ôଥକ ଅବସ୍ଥା ଖରାପରୁ ଖରାପ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଆଜି ଆମେ କିଛି ଅଦ୍ଭୁତ କଥା କହିବୁ, ଯାହା ମଧ୍ୟ ଆଇନଗତ ଭାବରେ ବୈଧ ଅଟେ । ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆମ ଦେଶ ଭାରତରେ ବୟସ୍କା ଯୁବତୀ ଓ ଯୁବକଙ୍କୁ ଲିଭ୍-ଇନ୍ରେ ରହିବାକୁ ଅନୁମତି ରହିଛି । ଅନେକ ଦେଶରେ ବି ଏହାକୁ ଅନୁମତି ଦିଆଯାଇଛି । କିନ୍ତୁ ପାକିସ୍ତାନ ଏପରି ଏକ ଦେଶ, ଯେଉଁଠାରେ ପ୍ରେମିକପ୍ରେମିକା ଏକାଠି ରହିବାକୁ ଅନୁମତି ନାହିଁ । ପ୍ରେମ କରିପାରିବେ ମାତ୍ର ବିବାହ ପରେ ଏକାଠି ରହିବେ । ଏହାର ପୂର୍ବରୁ ପ୍ରେମୀଯୁଗଳ ଲିଭ୍-ଇନ୍ରେ ରହିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ଖାଲି ଏତିକି ନୁହେଁ, ପାକିସ୍ତାନରେ ବିନା ଅନୁମତିରେ କେହି କାହାର ଫୋନ୍ ଛୁଇଁବା ବେଆଇନ ବୋଲି ବିବେଚନା କରାଯାଏ । ଯଦି ଆପଣ ଭୁଲ୍ରେ ମଧ୍ୟ ଅନ୍ୟର ଫୋନକୁ ସ୍ପର୍ଶ କରନ୍ତି, ତେବେ ଦଣ୍ଡର ବ୍ୟବସ୍ଥା ରହିଛି । ଏପରି କରୁଥିବା ଅଭିଯୁକ୍ତଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରିବ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)