ବହିଷ୍କୃତ ମୁଖ୍ୟମନ୍ତ୍ରୀ ନୁହେଁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଦନ କରନ୍ତି ଲୋକେ

Above Post Content

ଭୋପାଳ: ବହିଷ୍କୃତ ମୁଖ୍ୟମନ୍ତ୍ରୀ ନୁହେଁ, ମୋତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ସମସ୍ତେ ସମ୍ବୋଧନ କରୁଛନ୍ତି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହା କହିଛନ୍ତି । ପୁଣେସ୍ଥିତ ‘ଏମ୍‌ଆଇଟି’ ସ୍କୁଲ୍ ଅଫ୍ ଗଭର୍ଣ୍ଣମେଣ୍ଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ ଏପରି କହିଥିଲେ ।

ଜନତାଙ୍କ ଶ୍ରଦ୍ଧା ହିଁ ମୋର ଅସଲ ସମ୍ପଦ

After 2nd paragraph post ads
Middle post content

ସେ କହିଛନ୍ତି ଯେ, ଏବେ ମୋତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧନ କରାଯାଉଛି । ମୁଁ ବହିଷ୍କୃତ ମୁଖ୍ୟମନ୍ତ୍ରୀ ନୁହେଁ । ବେଳେ ବେଳେ ଦୀର୍ଘ ଦିନ ଧରି କ୍ଷମତାରେ ରହିବାରୁ ଜନତା ଗାଳି ଦିଅନ୍ତି । ତେଣୁ ମୁଖ୍ୟମନ୍ତ୍ରୀମାନେ ବାଧ୍ୟ ହୋଇ ପଦବୀ ଛାଡ଼ନ୍ତି । କିନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଥିଲେ ବି ଲୋକେ ମୋତେ ସମର୍ଥନ କରୁଛନ୍ତି । ଯେଉଁଠି କି ବି ଗଲେ ‘ମାମା’ ବୋଲି ଡାକ ପକାଉଛନ୍ତି । ଜନତାଙ୍କ ଶ୍ରଦ୍ଧା ହିଁ ମୋର ଅସଲ ସମ୍ପଦ । ଏଠାରେ କହି ରଖୁ, ଶିବରାଜଙ୍କର ଶ୍ରଦ୍ଧା ନାମ ‘ମାମା’ ବା ମାମୁ ।

ଜନସେବା ନିମନ୍ତେ କରୁଛି ରାଜନୀତି

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଅର୍ଥ ନୁହେଁ ଯେ, ମୁଁ ସକ୍ରିୟ ରାଜନୀତି ଛାଡ଼ିଦେବି । ଜନସେବା ନିମନ୍ତେ ମୁଁ ରାଜନୀତି କରୁଛି, କୌଣସି ପଦପଦବୀ ପାଇଁ ନୁହେଁ । ମୁଁ ଅହଙ୍କରୀ ଭଳି କୌଣସି କଥା କହେ ନାହିଁ । ମୁଁ ଇତିମଧ୍ୟରେ ୧୧ଟି ନିର୍ବାଚନରେ ବିଜୟୀ ହୋଇସାରିଛି । ହେଲେ ନିର୍ବାଚନରେ ନିଜ ପାଇଁ କେବେ ପ୍ରଚାର କରିନାହିଁ । ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବଦିନ ମୁଁ ନିର୍ବାଚନ ମଣ୍ଡଳୀକୁ ଯାଏ । ସେତେବେଳେ ଗାଁ ଲୋକେ ଟଙ୍କା ଓ ଟଙ୍କା ଦେଇଥିବା ଲୋକମାନଙ୍କ ତାଲିକା ନେଇ ମୋ ପାଖକୁ ଆସନ୍ତି । ନିଷ୍ଠାର ସହିତ ନିର୍ବାଚନ ଲଢ଼ିଲେ, ଜନତା ତୁମ ସପକ୍ଷରେ ଯିବେ ବୋଲି ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami