ଧାରଣାରେ ବସିଛନ୍ତି ବ୍ୟବସାୟୀ : ୫ କୋଟିର ବେପାର ଠପ୍‌

Above Post Content

ଭୁବନେଶ୍ୱର: ୧ ନମ୍ବର ହାଟ ଚତୁଃପାର୍ଶ୍ୱରୁ ଜବରଦଖଲ ହଟାଇବା ଦାବିରେ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ୟୁନିଟ୍‌-୧ ହାଟକୁ ବନ୍ଦ ରଖିଛି । ଶତାଧିକ ବ୍ୟବସାୟୀ ଦୋକାନ ବନ୍ଦ କରି ହାଟ ସମ୍ମୁଖରେ ଶୁକ୍ରବାରଠାରୁ ଧାରଣାରେ ବସିଛନ୍ତି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଦୈନିକ ବ୍ୟବସାୟ ହେଉଥିବା ୫ କୋଟି ଟଙ୍କାର କାରବାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ବିଏମସି ସହ ଆଲୋଚନାରେ ନିଷ୍କର୍ସ ବାହାରିବା ପରେ ହାଟ ଖୋଲାଯିବ ବୋଲି ବ୍ୟବସାୟୀ ସଂଘ କହିଛି ।

Middle post content

ରବିବାର ଓ ସୋମବାର ଗାନ୍ଧୀ ଜୟନ୍ତୀ ଥିବାରୁ ବିଏମସି କାର୍ଯ୍ୟାଳୟ ବନ୍ଦ ରହିଛି । ଏଣୁ ଏନେଇ ଆସନ୍ତା ମଙ୍ଗଳବାର ବ୍ୟବସାୟୀ ସଂଘ ଓ ବିଏମସି ମଧ୍ୟରେ ଆଲୋଚନା ହେବ । ତେଣୁ ମଙ୍ଗଳବାର ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ କରିଛି । ୩ ଦିନ ହେଲାଣି ୧ ନଂ ହାଟ ବନ୍ଦ ଥିବାରୁ ଲୋକେ ଦୂରଦୂରାନ୍ତରୁ ଆସି ହଇରାଣ ହେଉଛନ୍ତି । ତେଣୁ ବାଧ୍ୟ ହୋଇ ବାହାରୁ ଜିନିଷ କିଣି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ଅନ୍ୟପଟେ ବ୍ୟବସାୟୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତିି । ଅନେକଙ୍କର ପେଟପାଟଣା ଏହି ବ୍ୟବସାୟ ଉପରେ ନିର୍ଭର କରୁଥିବାରୁ ସେମାନେ ପ୍ରମାଦ ଗଣୁଛନ୍ତି ।
ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ୱାଇଁ କହିଛନ୍ତି ଯେ, ଏଥିରେ ପ୍ରାୟ ୧୫ ହଜାର ଛୋଟବଡ଼ ବ୍ୟବସାୟୀଙ୍କର ପେଟପାଟଣା ରହିଛି । ସମସ୍ତେ ଚିନ୍ତାରେ ଅଛନ୍ତି । କିନ୍ତୁ ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ସମସ୍ତେ ଚାହୁଛନ୍ତି । ସେଥିପାଇଁ ଧାରଣାରେ ବସିଛନ୍ତି ।
ଉଲ୍ଲେଖଯୋଗ୍ୟ, ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସି କମିସନର ଥିବା ବେଳେ ଏହି ହାଟ ପାଚେରିକୁ ଲାଗି କେତେକ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଭେଣ୍ଡିଂ ଜୋନ୍ ସ୍ୱୀକୃତି ଦେଇଥିଲେ । ସେମାନେ ଯେତିକି ପରିମାଣର ଜାଗା ପାଇଥିଲେ ତାହାର ଦୁଇଗୁଣରୁ ବେଶି ବ୍ୟବହାର କରୁଛନ୍ତି । ପଞ୍ଜୀକୃତ ବ୍ୟବସାୟୀଙ୍କ ଠାରୁ ସଂଖ୍ୟା ମଧ୍ୟ ବଢ଼ିଗଲାଣି । କେତେକ ଏହି ଭେଣ୍ଡିଂ ଜୋନ୍‌କୁ ଭଡ଼ା ବି ଦେଇଛନ୍ତିି । ଏ ସବୁର ତଦନ୍ତ କରିବା ସହ ଜବରଦଖଲ ହଟାଇବାକୁ ବହୁ ଦିନରୁ ଦାବି ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami