ନାଇଟ୍ କ୍ଲବରେ ରାହୁଲଙ୍କ ସହ ଥିବା ଝିଅ କିଏ ? ଚୀନ ସହିତ ତାଙ୍କ ଲିଙ୍କ୍ କ’ଣ ?

Above Post Content

ରାହୁଲ ଗାନ୍ଧିଙ୍କ ନେପାଳ ଭ୍ରମଣ ଦେଶରେ ରାଜନୈତିକ ବିବାଦ ସୃଷ୍ଟି କରିଛି । ରାହୁଲ ମଝିରେ ମଝିରେ ଦେଶ ବାହାରକୁ ବୁଲିଯିବା କିଛି ନୂଆ କଥା ନୁହେଁ । କିନ୍ତୁ ଏଥର ନେପାଳର ନାଇଟ୍ କ୍ଲବରୁ ଭାଇରାଲ ହୋଇଥିବା ଭିଡିଓ ବିଜେପିକୁ ଗୋଟିଏ ଭାଇରାଲ ଅସ୍ତ୍ର ଦେଇଛି । ନାଇଟ୍ କ୍ଲବ୍ ଭିଡିଓରେ ରାହୁଲଙ୍କୁ ଯେଉଁ ଯୁବତୀଙ୍କ ସହିତ ଦେଖିବାକୁ ମିଳିଛି ସେହି ଯୁବତୀ ଜଣକ ଚୀନର ଓ ସେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ବୋଲି ଅଭିଯୋଗ ହେଉଛି ।

ଚୀନ୍ ଦୂତାବାସର କର୍ମଚାରୀ ?

After 2nd paragraph post ads

ଦାବି ହେଉଛି ଉକ୍ତ ତରୁଣୀ ଜଣଙ୍କ ନେପାଳର ନୁହଁନ୍ତି, ବଂର ଚାଇନାରନେପାଳରେ ଚାଇନାର ଦୂତାବାସ ଭାବେ ନିଯୁକ୍ତ ଅଛନ୍ତି ହୋଉ ୟାଙ୍କି । ଅନ୍ୟ କେତେକ ମିଡିଆ ରିପୋର୍ଟ କହୁଛି, ଭାଇରାଲ ଯୁବତୀ ଜଣଙ୍କ ହୋଉ ୟାଙ୍କି ନୁହଁନ୍ତି । କିନ୍ତୁ ନେପାଳରେ ଥିବା ଚାଇନା ରାଷ୍ଟ୍ରଦୂତଙ୍କୁ ନେଇ ଆସିଛି ଅନେକ ତଥ୍ୟ । ଯାହା କଂଗ୍ରେସ ପାଇଁ ଅଶ୍ୱସ୍ତିକର ପରିବେଶ ସୃଷ୍ଟି କରିଛି ।

Middle post content

ଯେତେବେଳେ ନେପାଳରେ କେପି ଶର୍ମା ଓଲି ସରକାର ରହିଥିଲା, ସେତେବେଳେ ସାମ୍ନାକୁ ଆସିଥିଲେ ଚାଇନା ରାଷ୍ଟ୍ରଦୂତ । ଭାରତ ବିରୋଧରେ ଜୋରଦାର କରିଥିଲେ ୟୋଜନା । ନେପାଳରେ ଚଲାଇଥିଲେ ଆଣ୍ଟି ଇଣ୍ଡିଆ କ୍ୟାମ୍ପନିଂକେବଳ ଏତିକି ନୁହେଁ କେପି ଶର୍ମା ଓଲି ସରକାରକୁ ବଞ୍ଚାଇବା ପାଇଁ ମଧ୍ୟ ଅନେକ ପ୍ରୟାସ କରିଥିଲେ ୟାଙ୍କି ।

ଚୀନର କୂଟନୈତିକ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି ଏହି ଯୁବତୀ । ନେପାଳରେ ଚୀନ ରାଷ୍ଟ୍ରଦୂତ ଭାବେ ୨୦୧୮ରେ ନିଯୁକ୍ତ ହୋଇଥିଲେ । ୧୯୯୮ ମସିହାରୁ ୨୦୦୧ ପର୍ଯ୍ୟନ୍ତ ପାକିସ୍ତାନରେ ମଧ୍ୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟଭାର ସମ୍ପାଦନ କରିଛନ୍ତି । ଏମିତିକି ପାକିସ୍ତାରେ ଲୋକ ସମ୍ପର୍କ କରିବା ଏବଂ ଅନେକ ଗୁଇନ୍ଦା ତଥ୍ୟ ଜାଣିବା ପାଇଁ ଉର୍ଦ୍ଦୁ ଭାଷା ମଧ୍ୟ ଶିଖିଥିଲେ । ଯେତେବେଳେ ନେପାଳ ନିଜର ନୂଆ ନକ୍ସା ତିଆରି କରିଥିଲା । ଏବଂ ଭାରତର ଅନେକ ଅଞ୍ଚଳକୁ ନିଜ ଦେଶର ସୀମାରେ ପ୍ରଦର୍ଶିତ କରାଇଥିଲା । ସେ ନକ୍ସା ପଛରେ ମଧ୍ୟ ରହିଥିଲା ଏହି ଯୁବତୀଙ୍କ ହାତ ।

ଏତିକିରେ ସରୁନି ଚାଇନା ରାଷ୍ଟ୍ରଦୂତ ହୋଉ ୟାଙ୍କିଙ୍କ କାରନାମା । ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ହନି ଟ୍ରାପରେ ଫସାଇଦେଇଥିଲେ । ରିଟାୟର୍ଡ ମେଜର ଗୌରବ ଦାବି କରନ୍ତି , ଚାଇନା ପାଖରେ ରହିଥିଲା ଓଲିଙ୍କ ଅନେକ ଗୁପ୍ତ ଭିଡ଼ିଓ । ଆଉ ଏ ସବୁର ମାଷ୍ଟର ମାଇଣ୍ଡ ଥିଲେ ରାଷ୍ଟ୍ରଦୂତ ୟାଙ୍କିକେବଳ ମେଜର ଗୌରବ ନୁହଁନ୍ତି, ଅନେକ ବ୍ୟକ୍ତି ମଧ୍ୟ ୟାଙ୍କି ଏବଂ ଓଲିଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିଛନ୍ତି । ଏବେ ଉକ୍ତ ମହିଳାଙ୍କ ସହ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ଭିଡିଓ ନୂଆ ବିବାଦ ଠିଆ କରିଛି ।

ମାର୍ଚ୍ଚ ୨ ବିଳମ୍ବିତ ରାତିରେ ଫେସବୁକରେ ସେୟାର ହୋଇଥିଲା ରାହୁଲଙ୍କ ଏହି ଭିଡ଼ିଓନେପାଳ ରାଜଧାନୀ କାଠମାଣ୍ଡୁର ଏକ ନାଇଟ କ୍ଲବରେ ରାହୁଲ ପାର୍ଟି କରୁଥିବା ନଜର ଆସିଥିଲେ । ଦୁଇଟି ଭିଡ଼ିଓ ଭାଇରାଲ ହେଉଥିବାବେଳେ, ଗୋଟିକରେ ଫୋନରେ ବିଜି ରହିଥିବାବେଳେ ଅନ୍ୟ ଭିଡ଼ିଓରେ ଜଣେ ଯୁବତୀଙ୍କ ନିକଟରେ ଠିଆ ହେଇ ରହିଛନ୍ତି କଂଗ୍ରେସ ସାଂସଦ । ଯୁବତୀ ଜଣଙ୍କ କାନରେ ରାହୁଲ କିଛି କହୁଥିବା ମଧ୍ୟ ଭିଡ଼ିଓରେ ଦେଖିବାକୁ ମିଳିଛିଭୁପେନ କୁମ୍ବେର ନାମକ ଜଣେ ଯୁବକ ପ୍ରଥମେ ଏହି ଭିଡ଼ିଓକୁ ପୋଷ୍ଟ କରିଥିଲେ । ପରେ ନେପାଳରୁ ସିଧା ଭାରତରେ ଭାଇରାଲ ହୋଇଥିଲା କଂଗ୍ରେସ ଯୁବରାଜଙ୍କ ମଉଜ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami