ଆପଣଙ୍କ EMI ବଢିଯିବ ସତ କିନ୍ତୁ ଦର କମିଲେ ପକେଟ୍ ଭରିବ

Above Post Content

କିଛିଦିନ ଧରି ଚାପା ସ୍ୱରରେ ଏନେଇ ଆଲୋଚନା ହେଉଥିଲା । ରେପୋ ରେଟ୍ ବଢିବ ବୋଲି ଆଲୋଚନା ହେଉଥିଲା । ଆଉ ବୁଧବାର ଦିନ ଏହି ଆଶଙ୍କା ସତ ହୋଇଛି । ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ରେପୋ ରେଟରେ ୦.୪୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ରେପୋ ରେଟ୍ ହେଉଛି ସେହି ସୁଧ ହାର ଯେଉଁ ହାରରେ ଆପଣଙ୍କ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କଠାରୁ ଟଙ୍କା ନେଇଥାଏ । କରୋନା ପରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ହ୍ରାସ କରି ୪ ପ୍ରତିଶତକୁ ଆଣିଥିଲା ।

ରେପୋ ରେଟ୍ ହ୍ରାସ ପାଇବା ଯୋଗୁ ଅବିଶ୍ୱସନୀୟ ଭାବେ ହୋମ ଲୋନ ସୁଧ ହ୍ରାସ ପାଇଥିଲା । ୨୦୦୭ ପରଠାରୁ ହୋମ୍ ଲୋନ୍ ସୁଧ ସର୍ବନିମ୍ନ ସ୍ତରକୁ ଆସିଥିବା । ଗୃହଋଣ ୬.୭୫ ପ୍ରତିଶତ ସୁଧରେ ମିଳିବାକୁ ଲାଗିଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ଋଷ-ୟୁକ୍ରେନ୍ ଯୁଦ୍ଧ ପୁରା ଚିତ୍ରକୁ ବଦଳାଇ ଦେଇଥିଲା । ଅଶୋଧିତ ତୈଳ ଦର ୧ଶହ ଡଲାର ପାର କରିବା ସହିତ ଦରଦାମ ବଢିଛି । ତେଣୁ ରେପୋ ରେଟକୁ .୪ ପ୍ରତିଶତ ବଢାଯାଇଛି ।

After 2nd paragraph post ads

ତେବେ ଚିନ୍ତା କରନ୍ତୁ ନାହିଁ, ପୁଣି କମିବ ଇଏମଆଇ

ରେପୋ ରେଟ୍ ବଢିବା କାରଣରୁ ଆପଣଙ୍କ କାର,ହୋମ୍ ଲୋନର ଇଏମଆଇ ବଢିବ । କିନ୍ତୁ ଏହାଦ୍ୱାରା ଦରଦାମ ବୃଦ୍ଧି ଉପରେ ଲଗାମ ଲାଗିବ । ଏମିତି ହେଲେ ରିଜର୍ଭ ବ୍ୟାଙ୍କ ଡିମାଣ୍ଡ୍ ଗ୍ରୋଥ୍ ଅର୍ଥାତ ବିକାଶ ଦର ଉପରେ ଫୋକସ କରି ଡିମାଣ୍ଡ୍ ବୃଦ୍ଧି ଲାଗି ଉଦ୍ୟମ କରିବ । ଫଳରେ ଆପଣଙ୍କ ଇଏମଆଇ ମଧ୍ୟ କମିବ

Middle post content

ଋଷ-ୟୁକ୍ରେନ୍ ଯୁଦ୍ଧ ଓ ଦରଦାମ

ଋଷ-ୟୁକ୍ରେନ ଯୁଦ୍ଧ ଦରଦାମ ବୃଦ୍ଧିକୁ ବୁଝିବାର ତରିକାକୁ ହିଁ ବଦଳାଇ ଦେଇଛି । ସାଧାରଣତଃ ଅର୍ଥନୀତିରେ ଲିକ୍ୟୁଡି ମାନେ ନଗଦ ବ୍ୟବହାର ବଢିଲେ ଦରଦାମ ବଢିଥାଏ । କିନ୍ତୁ ଏଥରକ ସେଭଳି ହୋଇନାହିଁ । ଏଥରକ ସପ୍ଲାଇ ନହେବା କାରଣରୁ ଦରଦାମ ବଢିଛି । ସାରର ଦାମ ବଢିଛି । ଯାହାର ପ୍ରଭାବ ଫସଲ ଉପରେ ପଡିବ । ଅଶୋଧିତ ତୈଳ ଦର ମଧ୍ୟ ଉପରମୁହାଁ ଅଛି । ତେଣୁ ଏମିତି ନୁହେଁ ଯେ, ଡିମାଣ୍ଡ୍ ବଢିଥିବାରୁ ବ୍ୟବସାୟୀ ଦର ବଢାଇ ଦେଇଛନ୍ତି । ପ୍ରକୃତ କଥା ହେଉଛି ଚୀନରେ କରୋନା ପୁଣି ମୁଣ୍ଡ ଚେକିବା କାରଣରୁଋଷର ୟୁକ୍ରେନ ଉପରେ ଆକ୍ରମଣ କାରଣରୁ ଦୋକାନ ସେଲଫରେ ଖାଦ୍ୟପଦାର୍ଥର ଅଭାବ ପରିଲକ୍ଷିତ ହୋଇଛି । ଯାହାର ଫଳାଫଳ ହେଉଛି ଦରଦାମ ବୃଦ୍ଧି ।ସେହିଭଳି ସେମିକଣ୍ଡକ୍ଟର ଅଭାବ କାରଣରୁ କାରର ଦାମ ବଢିଯାଇଛି । ତେଣୁ ଲୋକଙ୍କ ଆୟ ବଢିବାରୁ ଦରଦାମ ବଢିଥିବା କଥ ଠିକ ନୁହେଁ ।

ଏଭଳି ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କ ପାଖରେ କ’ଣ ବିକଳ୍ପ ଥିଲା ?

ସାଧାରଣତଃ ସପ୍ଲାଇ କାରଣରୁ ଦରଦାମ ବଢିଲେ ରିଜର୍ଭ ବ୍ୟାଙ୍କ ଅପେକ୍ଷା କରିଥାଏ । ତେଣୁ ଅନେକ ମାସଧରି ରିଜର୍ଭ ବ୍ୟାଙ୍କ ସୁଧହାର ବଢାଇନଥିଲା । କିନ୍ତୁ ଅବସ୍ଥା ଅସମ୍ଭାଳ ହେବା ପରେ ଆରବିଆଇ ବାଧ୍ୟ ହୋଇ ରେପୋ ରେଟ୍ ବୃଦ୍ଧି କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami